ଓଟିରୋଡ ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ : ଭଙ୍ଗା ହେଲା ଲକ୍ଷ୍ମୀନାରାୟଣ ମନ୍ଦିର ନାଟମଣ୍ଡପ

ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସହରର ମୁଖ୍ୟରାସ୍ତା ଓଟିରୋଡ୍‌ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ତୋରଣ, ଗରୁଡ଼ଖମ୍ଭ ଓ ନାଟମଣ୍ଡପ ଜେସିବି ଦ୍ୱାରା ଭଙ୍ଗା ଯାଇଥିବାବେଳେ କେବଳ ଠାକୁରଙ୍କ ଆସ୍ଥାନ ରହିଛି।
ଜିଲାର ମୁଖ୍ୟ ରାସ୍ତା ଓଟିରୋଡ୍‌ର ସମ୍ପ୍ରସାରଣ ତଥା ଡ୍ରେନ୍‌ ବ୍ୟବସ୍ଥା ପାଇଁ ଆବଶ୍ୟକ ଜାଗାକୁ ଲକ୍ଷ୍ୟ ରଖାଯାଇ ପ୍ରଶାସନ ପକ୍ଷରୁ କଠୋରତା ଅବଲମ୍ବନ କରାଯାଇଥିଲା। ଲୋକଙ୍କର ବିରୋଧକୁ ଆଖି ଆଗରେ ରଖି ଗୁରୁବାର ଅପରାହ୍ନରେ ପ୍ରଶାସନ ମନ୍ଦିର ନିକଟସ୍ଥ ଅଞ୍ଚଳରେ ୧୪୪ ଧାରା ଜାରି କରିବା ସହ ୬ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରିଥିଲା। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଉପଜିଲାପାଳ ନୀଲୁ ମହାପାତ୍ର ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ତୁଷାରକାନ୍ତି ଜେନାଙ୍କ ନେତୃତ୍ୱରେ ଡିଏସ୍‌ପି (ସିଟି) ମନୋଜ ରାଉତ, ଏସ୍‌ଡ଼ିପିଓ ପ୍ରଭାସ ଚନ୍ଦ୍ର ପାଲ, ସଦର ଥାନା ଆଇଆଇସି କ୍ଷମାସାଗର ପଣ୍ଡା, ଶିଳ୍ପାଞ୍ଚଳ ଥାନା ଆଇଆଇସି ପରେଶ ରାଉତ, ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ, ୧୪ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସହିତ ସଦର ତହସିଲଦାର ପଞ୍ଚାନନ ପାତ୍ର, ରେମୁଣା ତହସିଲଦାର ଚାର୍ଲସ ନାୟକ, ସଦର ଆର୍‌ଆଇ, ପୂର୍ତ୍ତବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକୁ ସମ୍ପାଦନ କରିଥିଲେ।
ଜିଲା ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ମନ୍ଦିର ପରିଚାଳନା କମିଟିକୁ ନୋଟିସ୍‌ ଦିଆଯାଇଥିଲା। ପୂର୍ବରୁ ଲୋକମାନଙ୍କ ବିରୋଧ ପରେ ପ୍ରଶାସନ ବିଫଳ ହୋଇ ଫେରୁ ଥିବା ବେଳେ ଗତ ଜାନୁୟାରୀ ୨୮ ତାରିଖରେ ଏହାର ଉଚ୍ଛେଦ ପାଇଁ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କେବଳ ମନ୍ଦିରର ସମ୍ମୁଖ ଭାଗ ଭଙ୍ଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri