ବ୍ରହ୍ମପୁର ଅଫିସ୍,୮ା୧୧-ଦିଲ୍ଲୀର ତିସ୍ହଜାରୀ କୋର୍ଟ ପରିସରରେ ଜଣେ କାର୍ଯ୍ୟରତ ଓକିଲଙ୍କ ଉପରକୁ ଦିଲ୍ଲୀ ପୋଲିସର ଗୁଳିଚାଳନାକୁ ନେଇ ଗଞ୍ଜାମ ଓକିଲ ସଂଘ ବରିଷ୍ଠ ସଦସ୍ୟମାନେ ନିନ୍ଦା କରିଛନ୍ତି। ସାମାନ୍ୟ ପାର୍କିଂକୁ ନେଇ ପୋଲିସ ସଞ୍ଜମତା ଆଚରଣ କରିବା ପରିବର୍ତ୍ତେ କାର୍ଯ୍ୟରତ ଓକିଲଙ୍କ ଉପରକୁ ଗୁଳି ଚଳାଇବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଏହି ପରିପ୍ରେକ୍ଷୀରେ ପୋଲିସ କ୍ଷମା ମାଗିବା ପ୍ରତିବଦଳରେ ଆନ୍ଦୋଳନ କରିବା ଗ୍ରହଣୀୟ ନୁହେଁ। ଆଇନ୍ର ରକ୍ଷା ଓ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ଶପଥ ନେଇଥିବା ପୋଲିସ କଥା କଥାକେ ଉଗ୍ର ହେବାକୁ ସ୍ଥାନୀୟ ଓକିଲମାନେ ନିନ୍ଦା କରିଛନ୍ତି। ଗୁଳି ଚଳାଇଥିବା ପୋଲିସ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଆଘାତପ୍ରାପ୍ତ ଆଇନଜୀବୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଏବଂ ଦୋଷୀ ପୋଲିସଙ୍କୁ ଦଣ୍ଡ ଦେବାକୁ ଆଇନଜୀବୀ ଭଗବାନ ସାହୁ, ମାଗୁଣି ଚରଣ ପଲାଇ, ପୀତବାସ ପଣ୍ଡା, ସୂର୍ଯ୍ୟନାରାୟଣ ପଟ୍ଟନାୟକ, ନିରଞ୍ଜନ ପ୍ରସାଦ ନାୟକ, ଶ୍ରୀକାନ୍ତ ପଟ୍ଟନାୟକ, ଶିଶିର କୁମାର ପାଣି, ନିରଞ୍ଜନ ପାଢୀ, ପ୍ରଦୀପ ଦାସ, ଏମ୍.ଏସ୍. ସାଦମାନୀ, ଅରୁଣ କୁମାର ରାଉତ, ଶରତ ଚନ୍ଦ୍ର ଦାଶ ଏବଂ ରଘୁନାଥ ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି ।
Posted inଆମ ଜିଲା ଖବର, ଗଞ୍ଜାମ View All

ତାଲିକାରୁ କାଟିଦେଲେ ବୃଦ୍ଧଙ୍କ ଗାଁ
କାମାକ୍ଷାନଗର, ୨ ।୪ (ଡି.ଏନ୍.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଯୋଜନାରେ ତାଲିକାଭୁକ୍ତ...

ହାଟରେ ସାମାଜିକ ଦୂରତ୍ୱ ଶିଖାଇଲେ ଏସ୍ପି
ଫୁଲବାଣୀ ଅଫିସ, ୨୭ା୩-ହାଟରେ କିଭଳି ସାମାଜିକ ଦୂରତ୍ୱ ବଜାୟ ରଖିହେବ ସେ ସମ୍ପର୍କରେ ଲୋକଙ୍କୁ କନ୍ଧମାଳ ଏସ୍ପି ପ୍ରତୀକ ଗୀତା ସିଂ ଶିଖାଇଛନ୍ତି। ହାଟପଦାରେ ପାଖାପାଖି...

ପାରିବାରିକ କଳିର କରୁଣ ପରିଣତି: ବାପା ଠେଙ୍ଗା ମାଡ଼ରେ ୪ବର୍ଷର ପୁଅ ମୃତ, ସ୍ତ୍ରୀ ଗୁରୁତର
ଯୋଡ଼ା,୩୦।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ପିଢପୋଖରୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି ା ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକଙ୍କ...

ଦାରିଙ୍ଗବାଡ଼ି ଅଞ୍ଚଳରେ କାଳବୈଶାଖୀ ସହ ବର୍ଷା
ଦାରିଙ୍ଗବାଡ଼ି,୨୦।୪(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପବନ ହୋଇଛି। ଅଞ୍ଚଳରେ ଏକାଧିକ ଘରର ଟିଣ, ଆଜବେଷ୍ଟସ ଛପର ଉଡିବା ସହ...

ବିଦ୍ୟାଳୟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା: ପ୍ରେମିକାଙ୍କୁ ଉଠାଇ ଆଣିଲା ପୋଲିସ
ଜଗତ୍ସିଂହପୁର ଅଫିସ,୮ା୧୦: ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଦାଗାଁ ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରେ ଗତ ୫ତାରିଖ ରାତିରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଜଣେ...

ଟୋକନ ଆବଣ୍ଟନକୁ ନେଇ ଗଣ୍ଡଗୋଳ, ଥାନାରେ ମାମଲା
କେନ୍ଦୁଝର,୫ା୨(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ଶୁଆକାଟି ଗନ୍ଧମାର୍ଦ୍ଦନ ଖଣିରୁ ଲୁହାପଥର ପରିବହନ ପାଇଁ ଟୋକନ ଆବଣ୍ଟନକୁ ନେଇ ଗଣ୍ଡଗୋଳ ଦେଖାଦେଇଥିଲା। ଏହାକୁ ନେଇ ଟ୍ରକ୍ ଚାଳକଙ୍କୁ...

ମହଙ୍ଗା ପଡ଼ିଲା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର: ବନ୍ଧା ହେଲେ ବାପ ପୁଅ
ଯୋଡା,୨୦।୬(ଡି.ଏନ.ଏ)-କେନ୍ଦୁଝର ଜିଲା ଯୋଡା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବାପ ପୁଅ। ପୋଲିସ କହିଛି, ଶୁକ୍ରବାର ଯୋଡା ସହରରେ ଥାନା ଅଧିକାରୀ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା ‘ସଖୀ’ ୱାନଷ୍ଟପ୍ ସେଣ୍ଟର: ଗୋଟିଏ ସ୍ଥାନରେ ମିଳିବ ଚିକିତ୍ସା, ଆଇନ ସୁବିଧା
ଅନୁଗୋଳ ଅଫିସ, ୨୮।୮-ନିର୍ଯାତିତା ମହିଳା ଓ ବାଳିକାମାନଙ୍କୁ ସମନ୍ବିତ ସୁବିଧା, ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ‘ସଖୀ’ର ୱାନଷ୍ଟପ୍ ସେଣ୍ଟର...