ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୪।୨(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅଭୟ କୁମାର ନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ମିଳିଛି। ଏଥିସହ ତାଙ୍କଠାରୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ପଦ ପ୍ରତ୍ୟାହାର କରିନିଆଯାଇଛି। ସେହିପରି ଇଡ୍‌କୋର ଜେନେରାଲ ମ୍ୟାନେଜର ତଥା ଷ୍ଟିଲ୍‌ ମାଇନ୍ସ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଅଧିକାରୀ ଗଣେଶ୍ୱର ଜେନା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କେବଳ ଇଡ୍‌କୋର ଜେନେରାଲ ମ୍ୟାନେଜର ଦାୟିତ୍ୱରେ ରହିବେ। ତାଙ୍କଠାରୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱକୁ ସରକାର ପତ୍ୟାହାର କରିନେଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନିର୍ଦ୍ଦେଶକ ଏବଂ ଓପେପା ଅତିରିକ୍ତ ନିର୍ଦ୍ଦେଶକ ରଘୁରାମ ଆୟାରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି। ଏହାସହିତ ତାଙ୍କୁ ଓପେପା ଅତିରିକ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ତାଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନିର୍ଦ୍ଦେଶକ ପଦରୁ ତାଙ୍କୁ ହଟାଇ ଦିଆଯାଇଛି। ଖଇରାର ପୂର୍ବତନ ବିଡିଓ ଏବଂ ବର୍ତ୍ତମାନ ଚନ୍ଦାହାଣ୍ଡି ବ୍ଲକ ବିଡିଓ ମହେଶ କୁମାର ଚୌଧୁରୀଙ୍କୁ ପାରାଦୀପ ମ୍ୟୁନିସିପାଲିଟିର ବିଦେଶ ଚାକିରି ନୀତି ଓ ସର୍ତ୍ତାବଳୀ ଅନୁୟାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ୭ ଦିନ ମଧ୍ୟରେ ବଦଳି ହୋଇଥିବା ସମସ୍ତ ଅଫିସରଙ୍କୁ ନିଜ ନୂଆ ଦାୟିତ୍ୱ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ହେବ ଦୀପିକା,ଦିନେଶ ମାମଲାର ଶୁଣାଣି

ଭୁବନେଶ୍ୱର, ୧୪ ।୧୦(ବ୍ୟୁରୋ): ବ୍ରହ୍ମପୁରର ଚର୍ଚ୍ଚିତ ଦୀପିକା ଓ ଦିନେଶ ମାମଲାର ଶୁଣାଣି ଶୁକ୍ରବାର ମହିଳା କମିଶନଙ୍କ ନିକଟରେ ହେବ । ପୂର୍ବରୁ ଦୀପିକା ମହିଳା...

ସ୍ବାସ୍ଥ୍ୟ ବିଭାଗର କ୍ଷୟକ୍ଷତି ଆକଳନ କରିବେ ଅନ୍ତର୍ଜାତୀୟ ପ୍ରତିନିଧି ଦଳ: ଜୁନ୍‌ ୩ରେ ରିପୋର୍ଟ ପ୍ରଦାନ

ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଫନୀ କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଓଡ଼ିଶା ଗସ୍ତରେ ଆସିଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ବିଶ୍ୱବ୍ୟାଙ୍କ ଏବଂ ୟୁନିସେଫ୍‌ ପ୍ରତିନିଧି ଦଳ ଶନିବାର ସ୍ବାସ୍ଥ୍ୟ ଓ...

ଆଜିଠୁ ବଉଳା କୁମ୍ଭୀର ଗଣନା

ରାଜନଗର,୬ା୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ପ୍ରବାହିତ ନଦୀନାଳରେ ଥିବା ବଉଳା କୁମ୍ଭୀରଙ୍କ ଗଣନା ପାଇଁ ବୁଧବାର ବନ କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ...

କରୋନା ପାଇଁ ଘର ଘର ବୁଲି ପିଡିଏସ୍ ଚାଉଳ ବଣ୍ଟା ବେଳେ ବାଟମାରଣା

କାଲିମେଳା,୫।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ଉଣ୍ଡ୍ରକୁଣ୍ଡା ପଞ୍ଚାୟତର ହିତାଧିକାରୀଙ୍କୁ ଦିଆଯିବାକୁ ଥିବା ପିଡିଏସ୍ ଚାଉଳକୁ ସେହି ପଞ୍ଚାୟତର ଯୋଗାଣ ସହାୟକ ହଡ଼ପ କରିଥିବା...

ଭ୍ୟାକ୍ସିନ୍‌ ସହଜ ନୁହେଁ, ଭଲ ହେଲା ପରେ ପୁଣି ହେଉଛି କରୋନା

ଭୁବନେଶ୍ୱର,୧୧ା୫(ବ୍ୟୁରୋ): କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଲକ୍‌ଡାଉନ ୍‌ ଜାରି ରହିଛି। ସଂକ୍ରମଣ ଯୋଗୁ ଚାରିଆଡ଼େ କରାଯାଉଥିବା ବେଳେ ଏହା କେତେଦିନ ଜାରିରହିବ ତାହା...

ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...

ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ର ଅଭିନବ ପଦକ୍ଷେପ: ବିନା ମୋଟରଯାନରେ କର୍ମଚାରୀ ଆସିବେ ଅଫିସ

ଭୁବନେଶ୍ୱର,୧୨।୧୨ (ବ୍ୟୁରୋ): ବିନା ମୋଟରଚାଳିତ ଯାନରେ ଅଫିସ ଆସିବେ କର୍ମଚାରୀ। ସୁସ୍ଥ ପରିବେଶ ସୃଷ୍ଟି ଓ ଦୀର୍ଘସ୍ଥାୟୀ ସ୍ମାର୍ଟସିଟି ଲକ୍ଷ୍ୟ ନେଇ ଭୁବନେଶ୍ୱର ମହାନଗର ନିଗମ...

ରାଜ୍ୟରୁ ୨୬୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୭ ଜଣ କ୍ୱାରାଣ୍ଟାଇନ୍‌ରୁ...

Advertisement
Archives

Model This Week