ଐତିହ୍ୟସ୍ଥଳୀର ସୁରକ୍ଷା, ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ ନେଇ ଦାବିପତ୍ର

ଭଦ୍ରକ ଅଫିସ, ୧୭।୭: ଭଦ୍ରକ ଜିଲାର ପ୍ରସିଦ୍ଧ ଐତିହ୍ୟସ୍ଥଳୀରୁ ଗତ କିଛିବର୍ଷ ଧରି ଦୁର୍ଲଭ ଭାସ୍କର୍ଯ୍ୟରାଜି ମୂର୍ତ୍ତି ଚୋରି ହେବାରେ ଲାଗିଛି। ଏହାମଧ୍ୟରେ ଜଣେ ମଧ୍ୟ ଚୋରକୁ ଧରିବାରେ ଜିଲା ପୋଲିସ ସକ୍ଷମ ହୋଇପାରି ନାହିଁ। ବୁଧବାର ଭଦ୍ରକ ଇନ୍‌ଟାକ୍‌ ଚାପ୍ଟରର କର୍ମକର୍ତ୍ତା ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ଏହିସବୁ ପୀଠର ସୁରକ୍ଷା ସହ ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ କରିବା ପାଇଁ ଦାବି ଜଣାଇଛନ୍ତି। ଏ ନେଇ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଉଲ୍ଲେଖନୀୟ ଯେ, ଗତ ୪ ତାରିଖରେ ବୌଦ୍ଧବିହାର ଷୋଳମପୁରର ରଘୁନାଥଜୀଉ ମନ୍ଦିରରୁ ଦିନ ଦ୍ୱିପ୍ରହରରେ ଏକ ବୁଦ୍ଧ ମୂର୍ତ୍ତି ପୁନର୍ବାର ଚୋରି ହୋଇଯାଇଛି। ୨୦୧୫ ମେ ୨୫ରେ ପାଳିଆବିନ୍ଧାସ୍ଥିତ ବିରଞ୍ଚିନାରାୟଣ ମନ୍ଦିରରୁ ଏକ ବିଶାଳ ଦଶଭୁଜା ମହିଷାମର୍ଦ୍ଦିନୀ ମୂର୍ତ୍ତି, ୨୦୧୬ ଜାନୁୟାରୀ ୧୪ରେ ଦଇସିଂ(କାଉପୁର) ଗ୍ରାମରୁ ୩.୫ ଫୁଟ ଉଚ୍ଚତା ବିଶିଷ୍ଟ ତାରାମୂର୍ତ୍ତି, ସେହିବର୍ଷ ଜୁଲାଇ ୧୭ରେ ଷୋଳମପୁର ଗ୍ରାମରୁ ୨ଟି ବୁଦ୍ଧ ମୂର୍ତ୍ତି ଚୋରି ହୋଇଥିଲା। କୌଣସି ଗୋଟିଏ ଘଟଣାରେ ସମ୍ପୃକ୍ତ ଚୋରଙ୍କୁ ପୋଲିସ ଧରିପାରି ନାହିଁ। ଇନ୍‌ଟାକ୍‌ ଚାପ୍ଟରର ସଦସ୍ୟ ଦିଗମ୍ବର ମହାନ୍ତି, ଭାଗବତ ତ୍ରିପାଠୀ, ବିଜୟ କୁମାର ମହାନ୍ତି, ବିମ୍ବାଧର ବ୍ରହ୍ମ, ଚିତ୍ତରଞ୍ଜନ ବରାଳ, କାର୍ତ୍ତିକ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପାକିସ୍ତାନ ଲିଙ୍କ୍‌, ତଥ୍ୟ ଦେଇ ବନ୍ଧାହେଲେ ୩

ଭୁବନେଶ୍ୱର/ନୟାଗଡ଼,୧୪ା୫(ବ୍ୟୁରୋ/ଡି.ଏନ୍‌.ଏ.): ଓଟିପି ଶେୟାରିଂ ସ୍କାମ୍‌ ନେଇ ଏସ୍‌ଟିଏଫ୍‌ ଚଢ଼ାଉ କରି ନୟାଗଡ଼ର ପଠାଣୀ ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ...

ରାଜ୍ୟରେ ଆଇନ ତା’ ବାଟରେ ଯାଉନାହିଁ: ଭାଜପା

ଭୁବନେଶ୍ୱର, ୪।୯(ବ୍ୟୁରୋ): ରାଜ୍ୟରେ ଆଇନ ତା’ ନିଜ ବାଟରେ ଯାଉନାହିଁ। ଶାସକ ବିଜେଡିର ତୁଙ୍ଗନେତା ଏହାର ବଡ଼ ବାଧକ ସାଜିଛନ୍ତି ା ରାଜ୍ୟରେ ଘଟିଯାଉଥିବା ପ୍ରମୁଖ...

ରହସ୍ୟଘେରରେ ଆଦିତ୍ୟଙ୍କ ମୃତ୍ୟୁ

ବାରିପଦା ଅଫିସ,୨୯।୪- ବାରିପଦା ସହର ୨୫ ନମ୍ବର ୱାର୍ଡ ଛାଞ୍ଚ ଅଞ୍ଚଳର ଆଦିତ୍ୟ ନାରାୟଣ ପଣ୍ଡା ନାମକ ଜଣେ ଯୁବକଙ୍କୁ  ହତ୍ୟା କରାଯାଇଥିବା ନେଇ ତାଙ୍କ...

ଗିରଫ ହେଲେ ୩ ଅଣଓଡ଼ିଆ ପରୀକ୍ଷାର୍ଥୀ

ମଙ୍ଗଳବାର ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶର କେତେଜଣ ଯୁବକ ଆଇଜି ପାର୍କରେ ପଶି ନାନା ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନେ ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା...

ଆଦର୍ଶ ବିବାହ: ବାଳାଶ୍ରମର ସସ୍ମିତାଙ୍କୁ ଜୀବନସାଥୀ କଲେ ହରିୟାଣାର ଧର୍ମବୀର

ବରଗଡ଼ ଅଫିସ,୧୨।୩- ବିବାହରେ ନ ଥିଲା ଯାନିଯୌତୁକ। କେବଳ ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ସହର ଉପକଣ୍ଠ ଡାଙ୍ଗସ୍ଥିତ ବିମଳାଦେବୀ ବାଳାଶ୍ରମର ଜଣେ ଅସହାୟ ଯୁବତୀ...

ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା

ବଲାଙ୍ଗୀର ଅଫିସ,୧୬।୮: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କ୍ୟାମ୍ପସ ପରିସରରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି। ୨ ଜଣ ଯୁବକ ଜଣେ ଯୁବକଙ୍କୁ ଖଣ୍ଡାରେ...

ପଦ୍ମ ଧରିଲେ ଅଞ୍ଜଳି

ଭୁବନେଶ୍ବର,୧୮।୧୦(ବ୍ୟୁରୋ) : ଭାଜପାରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତ୍ରୀ ଅଞ୍ଜଳି ବେହେରା । ସୋମବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ଭୁଲିଗଲେ ସମ୍ପର୍କ: ସ୍ତ୍ରୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ସ୍ବାମୀ

ଭୁବନେଶ୍ୱର,୭।୬(ବ୍ୟୁରୋ): ଭୁଲିଗଲେ ସମ୍ପର୍କ। ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିିଓ ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ସ୍ବାମୀ। ଏଭଳି ଏକ ଘଟଣାରେ କମିଶନରେଟ ପୋଲିସର ଭୁବନେଶ୍ୱରସ୍ଥିତ ସାଇବର...

Advertisement
Archives

Model This Week