ଐତିହ୍ୟର ସ୍ମୃତି ଏଠି ଅଲୋଡ଼ା

ଚାନ୍ଦବାଲି,୧୬।୫(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରାଚୀନ ବନ୍ଦର ନଗରୀ ଚାନ୍ଦବାଲିରେ ଇଂରେଜ ଅମଳର ଅନେକ ସ୍ମାରକୀ ରହିଛି। ଏଭଳି ଐତିହ୍ୟକୁ ନେଇ ଅଞ୍ଚଳବାସୀ ଗର୍ବ ଅନୁଭବ କରୁଥିଲେ ମଧ୍ୟ ଏହାର ଗୌରବ କ୍ରମେ କିଭଳି ଅଲୋଡ଼ା ହୋଇଯାଉଛି, ତାହାର ଏକ ନଜିର ପିଲିଗ୍ରୀମ ହସ୍‌ପିଟାଲ।

ଆଗରୁ ରାସ୍ତାଘାଟର ସୁବିଧା ନ ଥିବାବେଳେ ପ୍ରାଚୀନ ଚାନ୍ଦବାଲି ବନ୍ଦର ଏକ ମୁଖ୍ୟ ପ୍ରବେଶ ପଥ ଭାବେ କାମ କରୁଥିଲା ା ସେତେବେଳେ ବିଭିନ୍ନ ଅଞ୍ଚଳରୁ ବହୁ ତୀର୍ଥଯାତ୍ରୀ ପୁରୀକୁ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିଲେ। ସେମାନେ ଜଳପଥରେ ଆସି ଚାନ୍ଦବାଲିରେ ପହଞ୍ଚି ବିଶ୍ରାମ ନେଇ ପୁରୀ ଯାତ୍ରା କରୁଥିଲେ।  ଏଠାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ରହିବା ସକାଶେ  ଏକ ଚଟିଘର ନିର୍ମାଣ କରାଯାଇଥିଲା ା ସେ ସମୟରେ ତୀର୍ଥଯାତ୍ରୀମାନେ ହଇଜା ଓ ପ୍ଲେଗ୍‌ ରୋଗରେ ଆକ୍ରାନ୍ତ ହେଉଥିବାରୁ ସେମାନଙ୍କ  ଚିକିତ୍ସା ଲାଗି ଚାନ୍ଦବାଲିରେ ସ୍ବତନ୍ତ୍ର ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା।  ମୁଖ୍ୟତଃ ତୀର୍ଥଯାତ୍ରୀମାନେ ଏଠାରେ ଚିକିତ୍ସିତ ହେଉଥିବାରୁ  ଏହାର ନାମ ପିଲିଗ୍ରୀମ ହସପିଟାଲ  ରଖାଯାଇଥିବା କୁହାଯାଏ । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଡାକ୍ତରଖାନା ନିକଟରେ ଏକ ପୋଷ୍ଟ ଅଫିସ୍‌ ଓ ଥାନା  ଗଢି ଉଠିଥିଲା।

ଇଂରେଜ ଶାସନ କାଳରେ ପ୍ରତିଷ୍ଠିତ ଏହି ଡାକ୍ତରଖାନାରୁ ମିଳିଥିବା କେତେକ ତଥ୍ୟରୁ ଜଣାଯାଏ, ୧୯୩୭ ମସିହା ବେଳକୁ ସ୍ଥାନୀୟ ଲୋକଙ୍କୁ  ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ପିଲିଗ୍ରୀମ ହସ୍ପିଟାଲର ଭିତ୍ତିଭୂମି ଉପରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା । ପରେ ଏହାକୁ  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଛି।  ବର୍ତ୍ତମାନ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଘରର ଡିଜାଇନ ପ୍ରାଚୀନ ଘରର ଡିଜାଇନ ସହିତ ସମାନ ବୋଲି କୁହାଯାଏ। ସେଦିନର ସେହି ଗୌରବାବହ ଏତିହ୍ୟର ସ୍ମାରକୀ ଭାବେ ଉକ୍ତ ଡାକ୍ତରଖାନା ତିଷ୍ଠି ରହିଥିଲେ ବି  ଆବଶ୍ୟକ ଡାକ୍ତର ନ ଥିବାରୁ ଏଠି ରୋଗୀସେବା ବାଧାପ୍ରାପ୍ତ ହେଉଛି ା ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ  ପରିମଳ ବ୍ୟବସ୍ଥା ଭଲ ନାହିଁ ା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି, ଚାନ୍ଦବାଲି ବ୍ଲକ ସମେତ  ପଡୋଶୀ କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକର କେତେକ ଗାଁର ଲୋକେ  ସ୍ବାସ୍ଥ୍ୟସେବା ପାଇଁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚସି) ଉପରେ ନିର୍ଭର କରିଥାନ୍ତି। ବର୍ଷକୁ ଏକ ଲକ୍ଷରୁ ଅଧିକ ରୋଗୀ ଏଠାକୁ ଆସି ଚିକିତ୍ସିତ ହେବା ପରିସଂଖ୍ୟାନ  ରହିଛି। କିନ୍ତୁ ଭିତ୍ତିଭୂମିର ବିକାଶ ନ ହେବା  ଏବଂ  ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀସେବା ବ୍ୟାହତ ହେଉଥିବା   ପ୍ରଦୀପ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଡାକ୍ତର ପଦବୀ ପୂରଣ ଲାଗି  ବିଭିନ୍ନ ସମୟରେ ଦାବି  ଓ ଆନ୍ଦୋଳନ କରାଯିବା ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ ା ନେତା ଓ ପ୍ରଶାସନର  ପ୍ରତିଶ୍ରୁତି ପାଣିରେ ଗାର ହୋଇଛି ା ଏଠାରେ ୫ ଡାକ୍ତର ପଦବୀ ମଧ୍ୟରୁ ୩ ପଦବୀ ଖାଲି ପଡିଛି। ମେଡିକାଲ ଅଫିସର ସମେତ  ଶିଶୁରୋଗ, ମେଡିସିନ୍‌, ସର୍ଜରୀ ବିଶେଷଜ୍ଞ ନାହାନ୍ତି । ୩ଜଣ ଷ୍ଟାଫନର୍ସ, ୨ଜଣ ସୁଇପର ଓ ଗୋଟିଏ ଫାର୍ମାସିିଷ୍ଟ ପଦ ଫାଙ୍କା ପଡିଛି ା ଚାନ୍ଦବାଲି ସିଏଚସିରେ ଏପରି ଅବ୍ୟବସ୍ଥା ବେଳେ ବ୍ଲକରେ ଥିବା ୮ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କଥା କହିଲେ ନ ସରେ ।  ଅଧିକାଂଶ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି। ରୋଗୀମାନେ ଭଗବାନଙ୍କ ଭରସାରେ ରହୁଛନ୍ତି ବୋଲି ସତୀଶ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri