ଐତିହ୍ୟର ସ୍ମୃତି ଏଠି ଅଲୋଡ଼ା

ଚାନ୍ଦବାଲି,୧୬।୫(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରାଚୀନ ବନ୍ଦର ନଗରୀ ଚାନ୍ଦବାଲିରେ ଇଂରେଜ ଅମଳର ଅନେକ ସ୍ମାରକୀ ରହିଛି। ଏଭଳି ଐତିହ୍ୟକୁ ନେଇ ଅଞ୍ଚଳବାସୀ ଗର୍ବ ଅନୁଭବ କରୁଥିଲେ ମଧ୍ୟ ଏହାର ଗୌରବ କ୍ରମେ କିଭଳି ଅଲୋଡ଼ା ହୋଇଯାଉଛି, ତାହାର ଏକ ନଜିର ପିଲିଗ୍ରୀମ ହସ୍‌ପିଟାଲ।

ଆଗରୁ ରାସ୍ତାଘାଟର ସୁବିଧା ନ ଥିବାବେଳେ ପ୍ରାଚୀନ ଚାନ୍ଦବାଲି ବନ୍ଦର ଏକ ମୁଖ୍ୟ ପ୍ରବେଶ ପଥ ଭାବେ କାମ କରୁଥିଲା ା ସେତେବେଳେ ବିଭିନ୍ନ ଅଞ୍ଚଳରୁ ବହୁ ତୀର୍ଥଯାତ୍ରୀ ପୁରୀକୁ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିଲେ। ସେମାନେ ଜଳପଥରେ ଆସି ଚାନ୍ଦବାଲିରେ ପହଞ୍ଚି ବିଶ୍ରାମ ନେଇ ପୁରୀ ଯାତ୍ରା କରୁଥିଲେ।  ଏଠାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ରହିବା ସକାଶେ  ଏକ ଚଟିଘର ନିର୍ମାଣ କରାଯାଇଥିଲା ା ସେ ସମୟରେ ତୀର୍ଥଯାତ୍ରୀମାନେ ହଇଜା ଓ ପ୍ଲେଗ୍‌ ରୋଗରେ ଆକ୍ରାନ୍ତ ହେଉଥିବାରୁ ସେମାନଙ୍କ  ଚିକିତ୍ସା ଲାଗି ଚାନ୍ଦବାଲିରେ ସ୍ବତନ୍ତ୍ର ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା।  ମୁଖ୍ୟତଃ ତୀର୍ଥଯାତ୍ରୀମାନେ ଏଠାରେ ଚିକିତ୍ସିତ ହେଉଥିବାରୁ  ଏହାର ନାମ ପିଲିଗ୍ରୀମ ହସପିଟାଲ  ରଖାଯାଇଥିବା କୁହାଯାଏ । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଡାକ୍ତରଖାନା ନିକଟରେ ଏକ ପୋଷ୍ଟ ଅଫିସ୍‌ ଓ ଥାନା  ଗଢି ଉଠିଥିଲା।

ଇଂରେଜ ଶାସନ କାଳରେ ପ୍ରତିଷ୍ଠିତ ଏହି ଡାକ୍ତରଖାନାରୁ ମିଳିଥିବା କେତେକ ତଥ୍ୟରୁ ଜଣାଯାଏ, ୧୯୩୭ ମସିହା ବେଳକୁ ସ୍ଥାନୀୟ ଲୋକଙ୍କୁ  ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ପିଲିଗ୍ରୀମ ହସ୍ପିଟାଲର ଭିତ୍ତିଭୂମି ଉପରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା । ପରେ ଏହାକୁ  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଛି।  ବର୍ତ୍ତମାନ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଘରର ଡିଜାଇନ ପ୍ରାଚୀନ ଘରର ଡିଜାଇନ ସହିତ ସମାନ ବୋଲି କୁହାଯାଏ। ସେଦିନର ସେହି ଗୌରବାବହ ଏତିହ୍ୟର ସ୍ମାରକୀ ଭାବେ ଉକ୍ତ ଡାକ୍ତରଖାନା ତିଷ୍ଠି ରହିଥିଲେ ବି  ଆବଶ୍ୟକ ଡାକ୍ତର ନ ଥିବାରୁ ଏଠି ରୋଗୀସେବା ବାଧାପ୍ରାପ୍ତ ହେଉଛି ା ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ  ପରିମଳ ବ୍ୟବସ୍ଥା ଭଲ ନାହିଁ ା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି, ଚାନ୍ଦବାଲି ବ୍ଲକ ସମେତ  ପଡୋଶୀ କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକର କେତେକ ଗାଁର ଲୋକେ  ସ୍ବାସ୍ଥ୍ୟସେବା ପାଇଁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚସି) ଉପରେ ନିର୍ଭର କରିଥାନ୍ତି। ବର୍ଷକୁ ଏକ ଲକ୍ଷରୁ ଅଧିକ ରୋଗୀ ଏଠାକୁ ଆସି ଚିକିତ୍ସିତ ହେବା ପରିସଂଖ୍ୟାନ  ରହିଛି। କିନ୍ତୁ ଭିତ୍ତିଭୂମିର ବିକାଶ ନ ହେବା  ଏବଂ  ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀସେବା ବ୍ୟାହତ ହେଉଥିବା   ପ୍ରଦୀପ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଡାକ୍ତର ପଦବୀ ପୂରଣ ଲାଗି  ବିଭିନ୍ନ ସମୟରେ ଦାବି  ଓ ଆନ୍ଦୋଳନ କରାଯିବା ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ ା ନେତା ଓ ପ୍ରଶାସନର  ପ୍ରତିଶ୍ରୁତି ପାଣିରେ ଗାର ହୋଇଛି ା ଏଠାରେ ୫ ଡାକ୍ତର ପଦବୀ ମଧ୍ୟରୁ ୩ ପଦବୀ ଖାଲି ପଡିଛି। ମେଡିକାଲ ଅଫିସର ସମେତ  ଶିଶୁରୋଗ, ମେଡିସିନ୍‌, ସର୍ଜରୀ ବିଶେଷଜ୍ଞ ନାହାନ୍ତି । ୩ଜଣ ଷ୍ଟାଫନର୍ସ, ୨ଜଣ ସୁଇପର ଓ ଗୋଟିଏ ଫାର୍ମାସିିଷ୍ଟ ପଦ ଫାଙ୍କା ପଡିଛି ା ଚାନ୍ଦବାଲି ସିଏଚସିରେ ଏପରି ଅବ୍ୟବସ୍ଥା ବେଳେ ବ୍ଲକରେ ଥିବା ୮ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କଥା କହିଲେ ନ ସରେ ।  ଅଧିକାଂଶ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି। ରୋଗୀମାନେ ଭଗବାନଙ୍କ ଭରସାରେ ରହୁଛନ୍ତି ବୋଲି ସତୀଶ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି ପାନୀୟଜଳ ପ୍ରକଳ୍ପ

ବାହାନଗା, ୪ା୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକର ଚଷାଖଣ୍ଡ ପଞ୍ଚାୟତରେ ଥିବା ପାନୀୟଜଳ ପ୍ରକଳ୍ପ ଲୋକଙ୍କ କାମରେ ଆସୁନି। ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ...

୭ଦିନ ମଧ୍ୟରେ ସ୍ଥାୟୀ ପ୍ରତିକାର ଲାଗି ପ୍ରତିଶ୍ରୁତି

ନୀଳଗିରି, ୧୧।୪(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ଅଧୀନ ରାଡ଼ାର ରାସ୍ତାରେ ହୋଇଥିବା ଭେଣ୍ଡିଂଜୋନରେ ବିକ୍ରିବଟାରେ ସମସ୍ୟା ନେଇ ବ୍ୟବସାୟୀମାନେ ଏନ୍‌ଏସି ଅଫିସ ଆଗରେ ଧାରଣା...

୬୦ ଲକ୍ଷ ଖର୍ଚ୍ଚ ପରେ ବି ସୁଧୁରିଲାନି ଅବସ୍ଥା

ଖଇରା,୨୨ା୫(ଡି.ଏନ.ଏ.):  ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ପ୍ରଥମ ୫-ଟି ରୂପାନ୍ତରଣ ସ୍କୁଲ ଭାବେ ଖଇରା ହାଇସ୍କୁଲ ଅନ୍ତର୍ଭୁକ୍ତ ହେବା ସହ ଏହା ଅଞ୍ଚଳ ପାଇଁ...

ଅପମୃତ୍ୟୁ ହେଲା ହତ୍ୟା ମାମଲା

ଖୁଣ୍ଟା, ୬ା୬(ଡି.ଏନ୍‌.ଏ)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧିନ ଗୋଡିସାହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ଏକ ଅପମତ୍ୟୁ ମାମଲା ରୁଜୁ ହୋଇଥିବା...

ଜମି ବିବାଦରୁ ହତ୍ୟା: ବଡ଼ଭାଇ ଖଣ୍ଡା ଚୋଟରେ ସାନଭାଇର ଜୀବନ ଗଲା

ସିମୁଳିଆ, ୧୫।୧୦(ଡି.ଏନ.ଏ.)-ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ବିଷ୍ଣୁପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇ କୈଳାସ...

ବାଜିଲାନି ସାହାନାଇ: ଫିକା ପଡ଼ିଲା ଚନ୍ଦନେଶ୍ୱରଙ୍କ କାମିନୀ ବିବାହ

ଭୋଗରାଇ, ୧୦।୪(ଡି.ଏନ.ଏ.)-କରୋନା ପାଇଁ ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ବିଶ୍ୱପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କ ମେଳା ଚଳିତବର୍ଷ ଫିକା ପଡ଼ିଛି। ଚନ୍ଦନେଶ୍ୱର ଟ୍ରଷ୍ଟ ବୋର୍ଡ଼...

ଅଭିଭାବକ, ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଜାରି: ଫିକା ପଡିଲା ସରସ୍ବତୀ ପୂଜା

ଜଳେଶ୍ୱର, ୩୧।୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟିରେ ଟାଉନ୍‌ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଡିଇଓ ନିଲମ୍ବନ ଓ ବଦଳି କରିବା ନେଇ ୨ ଦିନ ଧରି ଛାତ୍ରୀଛାତ୍ର, ଅଭିଭାବକ...

ଗଛ ମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ପଦ୍ମପୁର, ୧୨।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଠାକୁରାଣୀସାହି ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ୯ ବର୍ଷ ଧରି ଗଛ...

Advertisement
Archives

Model This Week