Posted inଫୁରସତ

ଏହି ରେଷ୍ଟୁରାଣ୍ଟରେ ମିଳେନାହିଁ ଆମିଷ ବା କ୍ଷୀରରେ ତିଆରି ଖାଦ୍ୟ

ସ୍ବିଜରଲାଣ୍ଡର ଜ୍ୟୁରିଖରେ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ ଯେଉଁଠି ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଆମିଷ ଅବା କ୍ଷୀରରେ ତିଆରି ଖାଦ୍ୟ ପରସା ଯାଇନାହିଁ। ଯଦିଓ ଏଠାରେ ବିଭିନ୍ନ ଦେଶର ଖାଦ୍ୟ ମିଳିଥାଏ ହେଲେ ସେସବୁ ସମ୍ପୂର୍ଣ୍ଣ ଶାକାହାରୀ। ସ୍ବିଜରଲାଣ୍ଡରେ ନନ୍‌ ଭେଜ୍‌ ଲୋକଙ୍କର ପ୍ରଥମ ପସନ୍ଦ ହୋଇଥିଲେ ସୁଦ୍ଧା ଏହି ରେଷ୍ଟୁରାଣ୍ଟ ଭଲ ବିଜନେସ୍‌ କରେ ବୋଲି କୁହାଯାଏ। ଦ କଲିନାରୀ ହେରିଟେଜ୍‌ର ଲେଖକ କୁହନ୍ତି ଏହି ରେଷ୍ଟୁରାଣ୍ଟଟି ତିଆରି ହେବା ପଛରେ ଏକ ରୋଚକ କାହାଣୀ ମଧ୍ୟ ରହିଛି। ଜର୍ମାନୀର ଟେଲର ଏମ୍ବ୍ରୋସିୟସ ହିତଲ ଆଣ୍ଠୁଗଣ୍ଠି ସମସ୍ୟାରେ ପୀଡିତ ଥିଲେ। ଡାକ୍ତର ତାଙ୍କୁ ଆମିଷ ଖାଇବାକୁ ସମ୍ପୂର୍ଣ୍ଣ ବାରଣ କରିଥିଲେ। ଏହି ସମୟରେ ୨୪ବର୍ଷୀୟ ହିତଲଙ୍କୁ ଏବଷ୍ଟିନେସ୍‌ କାଫେ ନାମକ ଏକ ରେଷ୍ଟୁରାଣ୍ଟ ମିଳିଥିଲା। ଯେଉଁଠି କେବଳ ଶାହାକହାରୀ ଭୋଜନ ପ୍ରସ୍ତୁତ କରାଯାଉଥିଲା। ଏହାପରଠାରୁ ହିତଲଙ୍କୁ ଏହା ପସନ୍ଦ ଆସିବା ସହ ସେ ସେଠାରେ ନିୟମିତ ଭାବେ ଖାଇବା ଆରମ୍ଭ କଲେ। କିଛିଦିନ ପରେ ସେଠାକାର ମୁଖ୍ୟ ରୋଷେୟା ଥିବା ଜଣେ ମହିଳା ମାର୍ଥା ନ୍ୟୁପେଲଙ୍କ ପ୍ରେମରେ ପଡିଯାଇଥିଲେ ହିତଲ। ଆଉ ଶେଷରେ ସେ ବିବାହ ମଧ୍ୟ କରିଥିଲେ। ଏହାପରେ ୧୯୦୪ରେ ଉକ୍ତ ରେଷ୍ଟୁରାଣ୍ଟକୁ କିଣିନେଇ ଏହାର ନାଁ ପରିବର୍ତ୍ତନ କରି ହାଁସ ହିତଲ ରଖିଥିଲେ। ସେବେଠାରୁ ଏହି ରେଷ୍ଟୁରାଣ୍ଟ ଶାକାହାରୀ ରେଷ୍ଟୁରାଣ୍ଟ ଭାବେ ଭଲ ବ୍ୟବସାୟ କରୁଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାସ ହେଲା ଟଏଲେଟ୍‌ ଯାଇନାହାନ୍ତି ଏହି ଯୁବକ, ପ୍ରତିଦିନ ଖାଉଛନ୍ତି ୧୮ରୁ ୨୦ ପଟ ରୁଟି

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ଜଣେ ଯୁବକଙ୍କ କ୍ଷେତ୍ରରେ ଏକ ଅଜବ ରୋଗ ଦେଖିବାକୁ ମିଳିଛି। ସେ ଗତ ୧୮ ମାସ ଧରି ଟଏଲେଟ୍‌ ବା ଶୌଚ ଯାଇନାହାନ୍ତି।...

ମହାକାଶରେ ଆକର୍ଷଣୀୟ ତାରକାପୁଞ୍ଜ

ଓ୍ବାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)ର ହବଲ ସ୍ପେସ୍‌ ଟେଲିସ୍କୋପ ଆକର୍ଷଣୀ ତାରକାପୁଞ୍ଜର ଫଟୋ ଉତ୍ତୋଳନ କରିଛି। ଉକ୍ତ ଫଟୋ ସବୁ ନାସା ପକ୍ଷରୁ...

କିରଣ ବେଦି: ଆଇପିଏସ୍‌ ଅଫିସରରୁ ଲ୍ୟୁଟନାଟ୍‌ ଗଭର୍ନର

ନୂଆଦିଲ୍ଲୀ,୯।୬: ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫିସର କିରଣ ବେଦି ମଙ୍ଗଳବାର ୭୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୯ ଜୁନ୍‌ ୯ରେ ପଞ୍ଜାବର ଅମୃତସରଠାରେ...

ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର...

ଅନ୍ୟ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇଲା ନାହିଁ କୁକୁର, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

‘ଓ୍ବାର୍କ ଫ୍ରମ୍‌ ହୋମ୍‌’ରୁ ନିଃସଙ୍ଗତା

ଓ୍ବାଶିଂଟନ: ବଦଳିଛି କାମ କରିବାର ତରିକା। ଏହାକୁ ଆହୁରି ସୁବିଧା କରିଦେଇଛି ଅନ୍‌ଲାଇନ ନେଟ୍‌ଓ୍ବାର୍କିଂ। ଘରେ ରହି କରାଯାଇପାରୁଛି ଗୋଟିଏରୁ ବଡ଼ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ...

ବନ୍ୟାରେ ଭାସି ଯାଉଥିବା ଯୁବକ ମନ୍ଦିର ଚୂଳ ଧରି ବଞ୍ଚିଗଲେ

ଭୋପାଳ, ୩୧।୮: କୁହାଯାଏ, ବୁଡ଼ିଯାଉଥିବା ଲୋକ କୁଟା ଖିଅକୁ ମଧ୍ୟ ଭରସା କରିଥାଏ। କିନ୍ତୁ ଏଠାରେ ବୁଡ଼ି ଯାଉଥିବା ଜଣେ ଲୋକକୁ ମନ୍ଦିର ଚୂଳ ସାହାରା...

ପୁଅ ନୁହେଁ ପୋଷା କୁକୁର ହେଲା ଉତ୍ତରାଧିକାରୀ

ଭୋପାଳ,୩୧।୧୨: ପିତାଙ୍କ ଅନ୍ତେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଝିଅ-ପୁଅଙ୍କୁ ବିବେଚିତ କରାଯାଇଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ଚାଷୀ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତିର...

Advertisement
Archives

Model This Week