ଏହି ବ୍ଲଡ ଗ୍ରୁପର ଲୋକଙ୍କୁ କରୋନା ଭୟ ଅଧିକ: ନିଶ୍ୱାସ ନେବାରେ ହୋଇଥାଏ ଅସୁବିଧା !

ନୂଆଦିଲ୍ଲୀ,୫।୬: କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ବିଶ୍ୱରେ ୬୬ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ଆଉ ଏହି ମହାମାରୀରେ ଏବେସୁଦ୍ଧା ସାରା ବିଶ୍ୱରେ ୩ ଲକ୍ଷ ୮୯ହଜାରରୁ ଅଧିକ ଲୋକଙ୍କର ଜୀବନ ମଧ୍ୟ ଗଲାଣି। ତେବେ କରୋନା ସଂକ୍ରମିତଙ୍କ ନିକଟରେ ବିଶେଷ ଭାବେ ନିଶ୍ୱାସ ନେବାରେ କଷ୍ଟ ଅନୁଭୟ ହୋଇଥାଏ ବୋଲି ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ନ୍ୟୁଜ ମେଡିକାଲ ଲାଇଫ୍‌ ସାଇନ୍ସ ଓ୍ବେବସାଇଟର ସୂଚନା ଅନୁଯାୟୀ, ଇଟାଲୀ ଓ ସ୍ପେନର ହଟ୍‌ସ୍ପଟ୍‌ ଅଞ୍ଚଳରୁ ପାଖାପାଖି ୧,୬୦୦କରୋନା ସଂକ୍ରମିତଙ୍କ ଉପରେ ଯେଉଁ ଅଧ୍ୟୟନ କରାଯାଇଛି ସେଥିରୁ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଏହି ଅଧ୍ୟୟନରୁ ଜଣାପଡିଛି କି ‘ଏ’ ପଜିଟିଭ ବ୍ଲଡ ଗ୍ରୁପର ଲୋକେ କରୋନାରେ ପୀଡ଼ିତ ହେଲେ ସେମାନେ ଅନ୍ୟମାନଙ୍କ ଅପେକ୍ଷା ନିଶ୍ୱାସ ନେବାରେ ଅଧିକ କଷ୍ଟ ଅନୁଭବ କରିଥାଆନ୍ତି। ହେଲେ ‘ଓ’ ପଜିଟିଭ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଅସୁବିଧା କମ୍‌ ହୋଇଥାଏ ବୋଲି ବିଶେଷଜ୍ଞମାନେ ଅଧ୍ୟୟନରୁ ଜାଣି ପାରିଛନ୍ତି। ଯେଉଁମାନଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା ସେମାନଙ୍କର ନିଶ୍ୱାସ ନେବାରେ କଷ୍ଟ ହେଉଥିଲା। ଗବେଷକମାନେ ପାଖାପାଖି ୨,୨୦୫ ବ୍ଲଡ ସାମ୍ପୁଲକୁ ନେଇ ବିଶ୍ଳେଷଣ କରିଥିଲେ। ଏହାପୂର୍ବରୁ ଚାଇନାର ଉହାନ ଓ ସେନଝୋନରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ୨,୧୭୩ ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରେ ‘ଏ’ ବ୍ଲଡ ଗ୍ରୁପ ଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଥିଲା। ହେଲେ ‘ଓ’ ବ୍ଲଡ ଗ୍ରୁପ ଥିବା ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ସମ୍ଭାବନା କମ୍‌ ଥାଏ ବୋଲି ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆରୋଗ୍ୟରେ ରେକର୍ଡ: ରାଜ୍ୟରେ ସୁସ୍ଥ ହେଲେ ୧,୪୦୯ ଆକ୍ରାନ୍ତ, ଅଛନ୍ତି ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ରେକର୍ଡ ସଂଖ୍ୟକ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୨୪,୪୮୨କୁ ବୃଦ୍ଧି ପାଇଛି।...

ନାବାଳିକାଙ୍କ ହାତ ଧରି ପ୍ରେମ ନିବେଦନ କରିବା ନୁହେଁ ଯୌନ ନିର୍ଯାତନା, କହିଲେ କୋର୍ଟ…

ମୁମ୍ବାଇ,୧।୮: ନାବାଳିକାଙ୍କ ହାତ ଧରି ପ୍ରେମ ନିବେଦନ କରିବା ଯୌନ ନିର୍ଯାତନା ଅନ୍ତର୍ଗତ ନୁହେଁ ବୋଲି ମୁମ୍ବାଇର ଏକ ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।...

କାଞ୍ଝାଓ୍ବାଲା ମୁତ୍ୟୁ ମାମଲା: ଆଶୁତୋଷଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୨।୧: ଦିଲ୍ଲୀ କାଞ୍ଝାଓ୍ବାଲାର ଅଞ୍ଜଳି ସିଂହଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ ଆଶୁତୋଷ ଭରଦ୍ୱାଜଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗୁରୁବାର ଦିଲ୍ଲୀର ରୋହିଣୀ କୋର୍ଟ ଆଶୁତୋଷ...

ମେକଅପ୍‌ ନଷ୍ଟ ହୋଇଯିବାରୁ ପାର୍ଲର ବିରୋଧରେ ଥାନାରେ ପହଞ୍ଚିଲେ କନ୍ୟା

ଜବଲପୁର,୭।୧୨: ମଧ୍ୟପ୍ରଦେଶର ଜବଲପୁରରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ବିବାହ ପୂର୍ବରୁ କନ୍ୟାଙ୍କ ମେକଅପ୍‌ ନଷ୍ଟ ହୋଇଯିବାରୁ ସେ ପାର୍ଲର ବିରୋଧରେ ଥାନାରେ ପହଞ୍ଚିଛନ୍ତି।...

ଗୁରୁବାର ଫେରିବେ ସିନ୍ଧେ ଗୋଷ୍ଠୀ

ମୁମ୍ବାଇ, ୨୯ା୬: ଶିବସେନାର ୧୫ ବିଦ୍ରୋହୀ ବିଧାୟକଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷଣା ନୋଟିସ ଉପରେ ଜବାବ ଦେବାକୁ ସୁପ୍ରିମକୋର୍ଟ ସୁଯୋଗ ଦେବା ପରେ...

ମଝି ଆକାଶରେ ଝଡ଼ରେ ଦୋହଲିଲା ଏୟାର ଇଣ୍ଡିଆ ବିମାନ: ୧୭୨ ଯାତ୍ରୀଙ୍କୁ ନେଇ ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀରୁ କୋଚି ବନ୍ଦର ଦେଇ ଥିରୁଭାନନ୍ତପୁରମ୍‌ ଯାଉଥିବା ଏୟାର ଇଣ୍ଡିଆର ଏ-୩୨୧ ବିମାନ ମଝି ଆକାଶରେ ଝଡ଼ରେ ଦୋହଲିବା ଆରମ୍ଭ କରିଥିଲା। ବିମାନରେ ଥିବା...

‘ତୁମ ପାଇଁ ଦେଶରେ ବେରୋଜଗାରୀ ବୃଦ୍ଧି ପାଉଛି’

ନୂଆଦିଲ୍ଲୀ,୨।୨: କେନ୍ଦ୍ର ସରକାରଙ୍କ ପାଇଁ ଦେଶରେ ବେରୋଜଗାର ହାର ବଢ଼ି ଚାଲିଛି। ସଂସଦରେ ବୁଧବାର ଏଭଳି କଡ଼ା ଶବ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି...

ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଶପଥ ନେବା

ନୂଆଦିଲ୍ଲୀ,୩୦ା୯(ପି.ଟି.): ସ୍ବଚ୍ଛ ଭାରତ ଅଭିଯାନ, ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତରେ ପ୍ଲଗିଙ୍ଗ୍‌ ଅଭିଯାନ ଆରମ୍ଭ କରିବା ଲାଗି ତାଙ୍କର...

Advertisement
Archives

Model This Week