Posted inଫୁରସତ

ଏହି ଦେଶରେ ମାର୍ଚ୍ଚ ୧ରୁ ବସ୍‌, ଟ୍ରେନ୍‌ ଯାତ୍ରା ମାଗଣା

ମହିଳାଙ୍କ ପାଇଁ ଦିଲ୍ଲୀରେ ବସଯାତ୍ରା ମାଗଣା ବୋଲି ସମସ୍ତଙ୍କୁ ଜଣା। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ମାର୍ଚ୍ଚ ୧ରୁ ଟ୍ରେନ୍‌ ଏବଂ ବସ୍‌ରେ ସମସ୍ତେ ମାଗଣାରେ ଯିବାଆସିବା କରିପାରିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ଦେଶ ବିଶ୍ୱରେ ପ୍ରଥମ ଥର ପାଇଁ ଏପରି ସୁବିଧା କରିବାକୁ ଯାଉଛି। ଏପରି ଦେଶ ହେଉଛି ୟୁରୋପର ଲଗ୍‌ଜମବର୍ଗ। ଏହା ଏକ ଛୋଟ ଦେଶ। ମାତ୍ର ସବୁଠୁ ଧନୀ ଦେଶ ଭାବରେ ପରିଗଣିତ। ୧ ମାର୍ଚ୍ଚ ୨୦୨୦ରୁ ଟ୍ରେନ୍‌, ଟ୍ରାମ୍‌ ଏବଂ ବସ୍‌ରେ ଯିବାଆସିବା କରିବା ପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ଦେଶର ସମସ୍ତ ନାଗରିକଙ୍କ ପାଇଁ ପରିବହନ ମନ୍ତ୍ରୀ ଏପରି ମାଗଣା ସୁବିଧା କରିଛନ୍ତି। ଖାଲି ଦେଶର ନାଗରିକଙ୍କ ପାଇଁ ନୁହେଁ, ଏଠାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ମଧ୍ୟ ଏପରି ସୁବିଧା ରଖାଯାଇଛି। ୨୦୧୮ ବର୍ଷ ଶେଷରେ ଜେବିୟର ବେଟଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସମୟରେ ଏହି କଥା କହିଥିଲେ।


ଏକ ରିପୋର୍ଟ ଅନୁଯାୟୀ, ଏହି ନିଷ୍ପତ୍ତି ଲଗ୍‌ଜମବର୍ଗର ପ୍ରାୟ ୬ ଲକ୍ଷ ଲୋକ ଉପକୃତ ହେବା ସହ ଏଠାକୁ ବର୍ଷକୁ ଆସୁଥିବା ୧୨ ଲକ୍ଷ ଲୋକ ମଧ୍ୟ ଉପକୃତ ହେବେ। ଏପରି ମାଗଣା ସେବା ଯୋଗାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭିଡ଼ କମାଇବା ସହ ପରିବେଶ ପ୍ରଦୂଷଣକୁ ରୋକାଯାଇପାରିବ।

ଏଠକାର ପ୍ରାୟ ୬୦ ପ୍ରତିଶତ ଲୋକ ନିଜ ଗାଡ଼ିମୋଟରରେ ଯିବା ଆସିବା କରିଥାନ୍ତି। ୧୯ ପ୍ରତିଶତ ଲୋକ ସାର୍ବଜନୀନ ଗାଡ଼ିମୋଟରରେ ଯିବା ଆସିବା କରନ୍ତି। ଦୁଇ ଘଣ୍ଟାରେ ପ୍ରାୟ ୧୫୫ ଟଙ୍କା ଖର୍ଚ୍ଚ ହୋଇଥାଏ। ଏସବୁକୁ ଦୃଷ୍ଟିରେ ରଖି ଏଠାକାର ପରିବହନ ବିଭାଗ ଏପରି ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହା ସ୍ବାଗତଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସହର ହୋସ୍ପେଟ୍‌, ସାଇତି ରଖିଛି ପ୍ରାଚୀନ ଯୁଗର ସ୍ମାରକୀ

କର୍ନାଟକର ବେଲ୍ଲାରି ଜିଲା ଅନ୍ତର୍ଗତ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ହେଉଛି ହୋସ୍ପେଟ୍‌, ଯାହା ନିଜର ଐତିହାସିକ ତଥା ପ୍ରାକୃତିକ ମହତ୍ତ୍ୱ ପାଇଁ ବେଶ୍‌ ପ୍ରସିଦ୍ଧ। ତୁଙ୍ଗଭଦ୍ରା...

ଆଜିର ଯୁଗର ଶ୍ରବଣ କୁମାର: ମା’ଙ୍କୁ ସ୍କୁଟରରେ କରାଇଲେ ତୀର୍ଥ ଭ୍ରମଣ

ଶ୍ରବଣ କୁମାର ନିଜ କାନ୍ଧରେ ଭାରା କରି ମା’ବାପାଙ୍କୁ ତୀର୍ଥ କରାଇଥିଲେ। ଆଜିର ଯୁଗରେ ବି ସେମିତି ଜଣେ ଶ୍ରବଣ କୁମାର ନିଜ ମା’ବାପାଙ୍କୁ ତୀର୍ଥ...

ଆମ ଦେଶରେ ରହିଛି ଏପରି ଅଦ୍ଭୁତ ଝରଣା: ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ

ଆପଣ ନିଶ୍ଚିତ ଭାବରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ସୁନ୍ଦର ଦୃଶ୍ୟରାଜି ଦେଖିଥିବେ। ସେଠାକୁ ଯିବାକୁ ଇଚ୍ଛା ମଧ୍ୟ କରିଥିବେ। କିନ୍ତୁ ଆମ ଦେଶରେ ବି...

୬୦୦ ବର୍ଷ ପୁରୁଣା ଦରଘାରେ ରହିଛି ଗାଈ ମଜାର

ଅଯୋଧ୍ୟା,୧୬।୨: ଦେଶରେ ମନ୍ଦିର -ମସଜିଦ୍‌ ନେଇ ବିବାଦ ଜାରି ରହିଛି। ତେବେ ଅଯୋଧ୍ୟାରେ ଏକ ୬୦୦ ବର୍ଷ ପୁରୁଣା ଦରଘାରେ ଏକ ଗାଈର ବଜାର ରହିଛି।...

ପରିବା କିଣିବା ପାଇଁ ୫୦୦ ଟଙ୍କାର ଖୁଚୁରା ମିଳିଲାନି, କିଣିଲେ ଲଟେରି ଟିକେଟ; ଆଉ ତା’ ପରେ…

କାହାର ଭାଗ୍ୟ କେତେବେଳେ ବଦଳିଯିବ ସେ ବିଷୟରେ କିଛି କହି ହେବନାହିଁ। କଥାରେ ଅଛି, ଆଜି ଯିଏ ରାଜା କାଲି ସେ ଚାକର। ଆଉ କାଲି...

ରୀତିନୀତି ପାଳନ କରିବେ କ’ଣ, ସତସତିକା ନିମ୍ବ ବାଡ଼ିରେ ନୂଆ ଭାଉଜଙ୍କୁ ପିଟିବାକୁ ଲାଗିଲେ ଦିଅର; ପରେ ଘଟିଲା…

ଦେଶର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ଭିନ୍ନ ଭିନ୍ନ ରୀତିନୀତି ରହିଛି। ବେଳେବେଳେ ସେଗୁଡ଼ିକ ବହୁତ ମଜାଦାର ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ବିବାହ...

ପୁଅର ସ୍ମାର୍ଟଫୋନ୍‌ ନିଶା ଦୂର କରିବା ପାଇଁ ୨୨୦୦ କିମି ଯାତ୍ରା କଲେ ପିତା

ଆଜିକାଲି ଛୋଟ ଛୁଆଠାରୁ ଆରମ୍ଭ କରି ବଡ ଲୋକ ସମସ୍ତଙ୍କୁ ସ୍ମାର୍ଟଫୋନ ନିଶା ଧରିଛି। ବିଷେଶ କରି ଛୋଟ ଛୁଆମାନେ ସ୍ମାର୍ଟଫୋନରେ ଗେମ ନ ଖେଳିଲେ...

୫୦୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଲା ଏହି ଜେପିଇଜି ଫାଇଲ୍‌

ଆମେରିକାର ବିପଲ ନାମକ ଜଣେ ଆର୍ଟିଷ୍ଟଙ୍କ ଏକ ଡିଜିଟାଲ ଫାଇଲ୍‌(ଜେପିଇଜି) ୫୦୩ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ଫଟୋରେ ବିଭିନ୍ନ ଡିଜିଟାଲ ଫଟୋ ରହିଛି।...

Advertisement
Archives

Model This Week