Posted inଖେଳ

ଏହି ଘଟଣା ପରେ ୧୪ ଦିନ ଭୟରେ ଘରୁ ବାହାରି ନ ଥିଲେ, ଏବେ ଭାରତୀୟ କ୍ରିକେଟ ଦଳ ପାଇଁ ସାଜିଛନ୍ତି ସଙ୍କଟମୋଚକ

ଭାରତୀୟ କ୍ରିକେଟ ଦଳରେ ଏବେ ସଙ୍କଟମୋଚକ ସାଜିଛନ୍ତି ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ। ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ସେ ଦଳ ପାଇଁ କେବଳ ଓପନିଂ କରୁନାହାନ୍ତି, ଉଇକେଟ୍‌କିପିଂରେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଋଷଭ ପନ୍ତଙ୍କ ସ୍ଥାନରେ ଉଇକେଟକିପିଂ କରୁଥିବା ରାହୁଲଙ୍କ ପ୍ରଦର୍ଶନ ଦେଖି ଆଗାମୀ ଦିନରେ ଦଳରେ ତାଙ୍କ ସ୍ଥାନ ପକ୍କା ବୋଲି କୁହାଯାଉଛି। କାରଣ ଋଷଭ ଭଲ ଉଇକେଟ୍‌ କିପିଂ କରୁଥିଲେ ମଧ୍ୟ ବ୍ୟାଟିଂ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି। କିନ୍ତୁ ଦିନଥିଲା ରାହୁଲଙ୍କ କ୍ରିକେଟ କ୍ୟାରିୟର ଅନ୍ଧକାର ଭିତରକୁ ଚାଲିଯାଇଥିଲା। ସେ ପୁଣି କ୍ରିକେଟକୁ କେବେ ଫେରିବେ ତାହା ଚିନ୍ତା ମଧ୍ୟ କରି ନ ଥିଲେ। ଏକ ଟେଲିଭଜନ ଶୋ’ରେ ସାଥୀ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଯୋଗ ଦେଇଥିଲେ ରାହୁଲ। ପାଣ୍ଡ୍ୟା ମହିଳାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିବାବେଳେ ଏହାକୁ ସମର୍ଥନ କରିଥିଲେ ରାହୁଲ। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏପରିକି ଶୋ’ ଉକ୍ତ ଏପସୋଡକୁ ପୁଣି ପ୍ରସାରଣ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାିଥିଲା। ଏହି ଘଟଣାପରେ କ୍ଷମା ମାଗିଥିଲେ ମଧ୍ୟ ଉଭୟଙ୍କୁ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ କରିଥିଲା ବିସିସିଆଇ। ରାହୁଲ ଏହି ଘଟଣା ପରେ ଏତେ ଭାଙ୍ଗିପଡିଥିଲେ ଯେ, ଘରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ବାହାରି ନ ଥିଲେ। ଗୋଟିଏ ଘରେ ଶୋଇରହୁଥିଲେ। କେବଳ ରାହୁଲ ନୁହେଁ, ତାଙ୍କ ପରିବାର ଲୋକେ ମଧ୍ୟ ଏହି ଘଟଣାରେ ଭାଙ୍ଗିପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ସାମି, ଅଗ୍ରଓ୍ବାଲ

ଦୁବାଇ,୧୭।୧୧ (ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ଓପନର ମୟଙ୍କ ଅଗ୍ରଓ୍ବାଲ କ୍ୟାରିୟର ଶ୍ରେଷ୍ଠ ସ୍ଥାନ...

ଆଇପିଏଲ୍‌ ଭେନ୍ୟୁକୁ ନେଇ ଅସନ୍ତୁଷ୍ଟ ପଞ୍ଜାବ କିଙ୍ଗ୍ସ: ବିସିସିଆଇକୁ ଫ୍ରାଞ୍ଚାଇଜ୍‌ ସିଇଓ ପଚାରିଲେ…

ନୂଆଦିଲ୍ଲୀ,୨।୩: ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଆଗାମୀ ଆଇପିଏଲ୍‌ ପାଇଁ ନିଜର ରଣନୀତି ଉପରେ...

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ପ୍ୟାରିସ, ୨୩ା୪ (ଏଏଫ୍‌ପି)-ସୋମବାର ଏଟିପି ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଇଟାଲୀର ୩୧ ବର୍ଷୀୟା ଫାବିଓ ଫଗ୍‌ନିନି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୨ଶ ସ୍ଥାନ...

‘ଇଶାନ କହିବ ରାଞ୍ଚିରେ ମୋ’ ଘର, ମୋତେ ଖେଳାଅ…’ ଜାଣନ୍ତୁ କାହିଁକି ରୋହିତ ଦେଲେ ଏଭଳି ବୟାନ

ନୂଆଦିଲ୍ଲୀ,୨୬।୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ନିଜର ମନ୍ତବ୍ୟକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଏବେ ସେ ରଜତ ପାଟିଦାରଙ୍କୁ ସେଭଳି ଏକ ବୟାନ...

ଆଇପିଏଲ୍‌ରେ ପ୍ରଥମ କ୍ରିକେଟର୍‌ ଭାବେ ଏମିତି କାରନାମା କଲେ ଧୋନୀ

ଶାରଜା,୧।୧୦:ଆଇପିଏଲ ୨୦୨୧ରେ ଆଉ ଏକ ରେକର୍ଡ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ସିଜିନର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନୀ ଗୁରୁବାର ଶାରଜାଠାରେ...

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ

ଭୁବନେଶ୍ୱର, ୩୧ା୧୨(ସ୍ପୋଟର୍‌ସ ବ୍ୟୁରୋ): ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ, ରାଜ୍ୟ କ୍ରୀଡ଼ା ଯୁବସେବା ବିଭାଗ ଓ କିଟ୍‌ ୟୁନିଭର୍ସିଟିର ସହଯୋଗରେ ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ...

ଆଇପିଏଲ-୧୪: କୋଲକାତା, ଅହମ୍ମଦାବାଦ ସମେତ ୫ଟି ଭେନ୍ୟୁ ଚୂଡ଼ାନ୍ତ

ମୁମ୍ବାଇ,୨୭।୨: ସମ୍ଭବତଃ ଭାରତରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ଲାଗି ମୁମ୍ବାଇକୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ କରାଯାଇନାହିଁ। ଲିଗ୍‌ର ସମସ୍ତ ଫ୍ରାଞ୍ଚାଇଜ...

ପ୍ରଶଂସକଙ୍କ ପାଇଁ ତଳେ ପଡ଼ିଲେ ରୋହିତ

ପୁଣେ,୧୨।୧୦- ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ଜଣେ ପ୍ରଶଂସକ...

Advertisement
Archives

Model This Week