Posted inଖେଳ

ଏହି ଅଭିନେତ୍ରୀଙ୍କୁ ବିବାହ କରିବେ କ୍ରିକେଟର ମନୀଷ ପାଣ୍ଡେ

ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ତଥା କର୍ନାଟକ ରଣଜୀ ଦଳର ଅଧିନାୟକ ମନୀଷ ପାଣ୍ଡେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ମୁମ୍ବାଇରେ ଆଡମ୍ବରର ସହ ବିବାହ ଆୟୋଜନ ହେଉଛି। ଉଭୟ କ୍ରିକେଟ ଏବଂ ସିନେ ଜଗତର ବହୁ ସେଲିବ୍ରିଟି ଏହି ବିବାହ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡିଛି। ମନୀଷ ପାଣ୍ଡେ କ୍ରିକେଟର ଏକ ବଡ ଚେହେରା ହୋଇଥିବାବେଳେ ଆଶ୍ରିତା ମଧ୍ୟ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍‌ ନାଁ କମାଇଛନ୍ତି। କନ୍ନିୟୁମ୍‌, ଉଡ୍ଡୟମ୍‌ ଏବଂ ଏନଏଚ-୪ ଭଳି ସୁପରହିଟ୍‌ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି। ମନୀଷ ଏବଂ ଆଶ୍ରିତା ଅନେକ ଦିନ ହେବ ପରସ୍ପର ଡେଟ୍‌ କରିଆସୁଛନ୍ତି। ନିକଟରେ ଅନୁଷ୍ଠିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିକୁ କର୍ନାଟକକୁ ବିଜୟ ଦେବାରେ ମନୀଷଙ୍କୁ ବଡ ହାତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାଭୋନାରେଭା-ସିଗ୍‌ମଣ୍ଡ ଚାମ୍ପିୟନ

ନ୍ୟୁୟର୍କ,୧୩।୯(ଏପି): ୟୁଏସ୍‌ ଓପନ୍‌ ମହିଳା ଡବଲ୍ସ ଇଭେଣ୍ଟରେ ଭେରା ଜାଭୋନାରେଭା ଓ ଲଉରା ସିଗ୍‌ମଣ୍ଡ ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଅଣସିଡ୍‌...

ଭାରତ ବିପକ୍ଷ ଦିନିକିଆ ସିରିଜ: ଇଂଲଣ୍ଡ ଦଳରୁ ରୁଟ୍‌, ଆର୍ଚର ବାଦ୍‌

ଅହମଦାବାଦ,୨୨।୩(ପି.ଟି.): ମଙ୍ଗଳବାରଠାରୁ ପୁଣେରେ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭ୍ରମଣକାରୀ ଇଂଲଣ୍ଡ ଦଳ ଘୋଷିତ ହୋଇଛି।...

ପୃଥ୍ବୀ ଶ’ଙ୍କ ଦୁର୍ବଳତା ଜାଣିଦେଲେଣି ବିପକ୍ଷ ଟିମ୍‌, ଆଗାମୀ ଟେଷ୍ଟରେ ଦଳରୁ ବାହାରେ ରହିବେ: ଜାହିର

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଟିମ୍‌ର ପୂର୍ବ ବୋଲର ଜାହିର ଖାନ୍‌ ପୃଥ୍ବୀ ଶ’କୁ ନେଇ ବଡ଼ କଥା କହିଛନ୍ତି। ଆସନ୍ତା ଟେଷ୍ଟରେ ସେ ଦଳରୁ ବାହାରି ପାରନ୍ତି...

ବିସିସିଆଇ ଏସ୍‌ଓପି: ଅରୁଣଲାଲ, ହ୍ବାଟମୋର ପ୍ରଶିକ୍ଷଣ ଦେଇପାରିବେନି

ନୂଆଦିଲ୍ଲୀ,୩।୮(ପି.ଟି.): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍‌ଓପି) କରିଛି। ଏହା ଦ୍ୱାରା ରାଜ୍ୟ ଆସୋସିଏଶନଗୁଡିକ...

ଦ୍ୱିତୀୟ ଆଶେସ ଟେଷ୍ଟ: ଇଂଲଣ୍ଡ ଦଳରୁ ମୋଇନ୍‌ ବାଦ୍‌

ଲଡର୍‌ସ,୧୦।୮- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ୍‌ ଟେଷ୍ଟ ମ୍ୟାଚ୍‌ ପାଇଁ ଇଂଲଣ୍ଡ ଏକ ୧୨ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରୁ ଅଲରାଉଣ୍ଡର ମୋଇନ...

ଏମିତି ଛକା ମାରିଲେ କ୍ରିକେଟର୍‌, ନିଜର ହେଲା କ୍ଷତି

କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ଛକା ମାରିଲେ ବଲ ସୀମା ବାହାରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପଡିବା ନୂଆକଥା ନୁହେଁ। କ୍ରିକେଟରେ ଏପରି ଅନେକ ଉଦାହରଣ...

ଗୋଲକିପରଙ୍କୁ ମାରି ରେଫରି ବାସନ୍ଦ

ମିଲନ,୧୨।୨- ଚଳିତ ମାସରେ ଏକ ଲିଗ୍‌ ମ୍ୟାଚ୍‌ ବେଳେ ଜଣେ ଇଟାଲିଆନ ରେଫରି ଗୋଲକିପରଙ୍କୁ ମୁଣ୍ଡିଆ ମାରିଥିଲେ। ଏଥିନେଇ ରେଫରିଙ୍କୁ ଏକ ବର୍ଷ ପାଇଁ ବାସନ୍ଦ...

ଭିଜନ୍‌ ୨୦୨୪

ରାଜ୍ୟରେ କ୍ରିକେଟକୁ ଆହୁରି କ୍ରିୟାଶୀଳ କରିବାକୁ ଓସିଏ ପ୍ରୟାସ ଆରମ୍ଭ କରିଛି। ତୃଣମୂଳସ୍ତରରେ କ୍ରିକେଟର ବିକାଶ କରିବାକୁ ଓସିଏ ଭିଜନ ୨୦୨୪ ପାଇଁ ବ୍ଲୁ ପ୍ରିଣ୍ଟ...

Advertisement
Ten Cric Info


Archives

Model This Week