ଏସ୍‌ସିବି ମେଡିକାଲରେ ବିଦ୍ୟୁତ୍‌ ବିଭ୍ରାଟ ସାଢ଼େ ୯ ଘଣ୍ଟା କଲବଲ ହେଲେ ରୋଗୀ

କଟକ ଅଫିସ, ୧୩ା୬: ବୁଧବାର ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡର ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଥିଲା। କାହା ହାତରେ ବରଡ଼ାପତ୍ର ବିଞ୍ଚଣା ତ କାହା ହାତରେ ପ୍ଲାଷ୍ଟିକ୍‌ ବିଞ୍ଚଣା ପୁଣି କିଏ ଖବରକାଗଜ ଓ ପଟିକୁ ବିଞ୍ଚଣା ଭାବେ ବ୍ୟବହାର କରୁଥିଲେ। ବେଡ୍‌ ଉପରେ ଶୋଇଥିବା ରୋଗୀଙ୍କୁ ଦେଖିଲେ ପରିସ୍ଥିତି ଅଧିକ ଗମ୍ଭୀର ଲାଗୁଥିଲା। ରୋଗ ଯନ୍ତ୍ରଣା ସାଙ୍ଗକୁ ଗୁଳୁଗୁଳି ଓ ଗରମରେ ରୋଗୀମାନେ କଲବଲ ହେଉଥିଲେ। କାରଣ ବୁଝିଲା ବେଳକୁ ସର୍ଜରୀ ୱାର୍ଡକୁ ବିଦ୍ୟୁତ୍‌ ଯୋଗାଣ କରୁଥିବା ଟ୍ରାନ୍ସଫର୍ମରର ପ୍ୟାନେଲ ବୋର୍ଡ ସହିତ କେବୁଲଗୁଡ଼ିକ ଜଳିଯିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଭାବିଥିଲେ ଏଡେବଡ଼ ମେଡିକାଲରେ ନିହାତି ଜେନେରେଟର ବ୍ୟବସ୍ଥା ଥିବ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ କରେଣ୍ଟ ଆସି ନ ଥିଲା। ୫୦ ପାଖାପାଖି ରୋଗୀ ସମ୍ପର୍କୀୟ ଏକଜୁଟ ହୋଇ ଅଧୀକ୍ଷକଙ୍କ ଚାମ୍ବରକୁ ଯାଇଥିଲେ। ସେଠାରେ ହୋହଲ୍ଲା କରିବା ପରେ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି ନିଜେ ସର୍ଜରୀ ୱାର୍ଡକୁ ଆସି ଜେନେରେଟର ସଂଯୋଗ ଦେବାକୁ ବ୍ୟବସ୍ଥା କରିବା ବେଳକୁ ଜେନେରେଟର ଫନୀ ବାତ୍ୟା ସମୟରୁ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଫଳରେ ପ୍ରଫେସର ମହାନ୍ତି ତୁରନ୍ତ ଘଟଣାସ୍ଥଳକୁ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନଙ୍କୁ ଡକାଇଥିଲେ। ପ୍ୟାନେଲ ବୋର୍ଡ ସଜଡ଼ା ହେବା ବେଳକୁ ସନ୍ଧ୍ୟା ସାଢେ ୭ଟା ବାଜିଥିଲା। ହେଲେ ପାଖାପାଖି ସାଢେ ୯ ଘଣ୍ଟାର ଯନ୍ତ୍ରଣା କହିଲେ ନ ସରେ ବୋଲି ରୋଗୀ ସମ୍ପର୍କୀୟମାନେ କହିଛନ୍ତି। ଜଗତ୍‌ସିଂହପୁର ଅଞ୍ଚଳରୁ ସ୍ତ୍ରୀ ଟିକିଙ୍କୁ ଚିକିତ୍ସା ପାଇଁ ଏଠାକୁ ଆଣିଥିବା ନିତ୍ୟାନନ୍ଦ ସେଠୀ କୁହନ୍ତି, ସ୍ତ୍ରୀ ହାତରୁ ବାଧ୍ୟ ହୋଇ ସାଲାଇନ ଖୋଲି ବାହାରକୁ ଆଣିଥିଲି। ଏକ ଗଛମୂଳେ ଦିନତମାମ ଆମେ ସ୍ବାମୀ ସ୍ତ୍ରୀ ବସିଛୁ। ରୋଗ ଯନ୍ତ୍ରଣାରେ ଟିକି ଛଟପଟ ହେଉଥିଲେ ମଧ୍ୟ ୱାର୍ଡ ଭିତର ଜଉଘର ଭଳି ଲାଗୁଥିଲା। ତେଣୁ ୱାର୍ଡ ଅପେକ୍ଷା ଗଛମୂଳ ଭଲ ଥିଲା ବୋଲି ନିତ୍ୟାନନ୍ଦ କହିଛନ୍ତି। କେନ୍ଦ୍ରାପଡ଼ା ଇନ୍ଦୁପୁର ଅଞ୍ଚଳରୁ ଆସିଥିବା ରନତ୍ାକର ମଲ୍ଲିକ କୁହନ୍ତି, ବାହାରକୁ ବହୁତ ବଡ଼ ଡାକ୍ତରଖାନା। ହେଲେ ଭିତର କେତେବଡ଼ ତାହା ଆଖିରେ ଦେଖିବାକୁ ପାଇଲୁ। ବିଞ୍ଚଣା କିଣିବାକୁ ଯାଇଥିଲି। ହେଲେ ବଜାରରେ ବିଞ୍ଚଣା ମିଳିଲାନି। ଜଣେ ଦୋକାନୀଙ୍କୁ ଅନୁରୋଧ କରିବାରୁ ସେ ଗୋଟିଏ ପଟି ଦେଇଥିଲେ। ସେହିଥିରେ ଏହି ଗୁଳୁଗୁଳିକୁ ମୁକାବିଲା କରିଥିଲେ। କେବଳ ସେତିକି ନୁହେଁ ଏଭଳି ବିଦ୍ୟୁତ ବିଭ୍ରାଟ ଯୋଗୁ ବୁଧବାର ସର୍ଜରୀ, ଜରୁରିକାଳୀନ ଓଟି ମଧ୍ୟ ବନ୍ଦ ରହିଥିଲା। ଘଟଣା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ସୁମିତ୍ରା ସାହୁ କୁହନ୍ତି, ଅଧିକ ଲୋଡ ପଡ଼ିବାରୁ ଏଭଳି ଅବସ୍ଥା ଉପୁଜିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ସଜଡ଼ା ଯାଇଛି। ତେବେ ଜେନେରେଟର କେବୁଲ ସମସ୍ୟା ଥିବାରୁ ଉକ୍ତ ୱାର୍ଡକୁ ଜେନେରେଟର କରେଣ୍ଟ ଯୋଗାଇବା ସମ୍ଭବପର ହୋଇ ନ ଥିଲା। ଅଧୀକ୍ଷକ ପ୍ରଫେସର ମହାନ୍ତି କୁହନ୍ତି, ଏଣିକି ସବୁ ୱାର୍ଡକୁ ଯୁଦ୍ଧକାଳୀନ ଭିତ୍ତିରେ ଜେନେରେଟର ସଂଯୋଗ ଦେବାକୁ ବ୍ୟବସ୍ଥା କରାଯିବ। ଉକ୍ତ ଘଟଣାକୁ ଗୁରୁତର ସହ ଗ୍ରହଣ କରାଯାଇ ୱାର୍ଡକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri