ଏସ୍‌ସିବିକୁ ମୃତ ଶରୀର ଦାନ

ଅନୁଗୋଳ ସହର,୯ା୩- ବାପାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ତିନି ପୁଅ। ମୃତ୍ୟୁ ପରେ ତାଙ୍କ ଶରୀରକୁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜକୁ ଦାନ କରିବା ପାଇଁ ବାପା ନାମ ପଞ୍ଜୀକରଣ କରିଥିବାରୁ ତଦନୁଯାୟୀ ଶନିବାର ରାତିରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମୃତଦେହ ହସ୍ତାନ୍ତର କରିଛନ୍ତି ପରିବାରବର୍ଗ। ମେଡିକାଲ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଶରୀର ବ୍ୟବହାର ପାଇଁ ବାପା ରଖିଥିବା ଲକ୍ଷ୍ୟ ପୂରଣ କରିଥିବାରୁ ଅନୁଗୋଳ ସହର ଶିମିଳିପଡ଼ାର ତପନ କୁମାର ଘୋଷ, ସପନ କୁମାର ଘୋଷ ଓ ପ୍ରଦ୍ୟୁତ୍‌ କୁମାର ଘୋଷ ଖୁସିବ୍ୟକ୍ତ କରିଛନ୍ତି।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଅନୁଗୋଳ ସହର ଶିମିଳିପଡାର ବିମଳକାନ୍ତି ଘୋଷ ତାଙ୍କ ଶରୀର ଦାନ ପାଇଁ ୨୦୧୩ ଜୁନ ୨୬ରେ ଏସ୍‌ସିବିରେ ନାମ ପଞ୍ଜୀକରଣ କରିଥିଲେ, ଯାହାର କ୍ରମିକ ସଂଖ୍ୟା ଥିଲା ୪୦। ଏଥିପୂର୍ବରୁ ସେ ଅନୁଗୋଳ କୋର୍ଟରେ ୨୦୧୨ ଅକ୍ଟୋବର ୧୦ରେ ଏକ ସତ୍ୟପାଠ (ନଂ. ୨୦୩୬) ମଧ୍ୟ କରିଥିଲେ। ଏଥିସହ ତାଙ୍କ ଚକ୍ଷୁ ଭୁବନେଶ୍ୱରସ୍ଥିତ ଏକ ଚକ୍ଷୁ ଚିକିତ୍ସାଳୟକୁ ଦାନ ପାଇଁ ମଧ୍ୟ ଇଚ୍ଛାପ୍ରକାଶ କରିଥିଲେ। ଶୁକ୍ରବାର ସକାଳ ୯ଟାରେ ବିମଳକାନ୍ତି ପୁଅମାନଙ୍କୁ ପାଖକୁ ଡାକି ନିଜ ଇଚ୍ଛା ସମ୍ପର୍କରେ ମନେପକାଇ ଦେଇଥିଲେ। ତେବେ ଶନିବାର ଅପରାହ୍ନ ୨ଟା୧୫ରେ ବିମଳକାନ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୁଅମାନେ ଅନୁଗୋଳ କୋର୍ଟରେ ଏକ ସତ୍ୟପାଠ କରିବା ସହ କଟକ ବଡ଼ ଡାକ୍ତରଖାନାକୁ ଯୋଗାଯୋଗ କରିଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେପରି ସହଯୋଗ କରାଯାଇ ନ ଥିଲା। ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଶରୀର ଗ୍ରହଣ କରାଯିବା ନିୟମ ଥିବାରୁ ପରିବାର ଲୋକେ ବିଳମ୍ବ ନ କରି ଏକ ଗାଡ଼ିରେ ମୃତଦେହ ଧରି କଟକରେ ପହଞ୍ଚିବା ପରେ ଘୋଷ ପରିବାରର ଜ୍ୱାଇଁ ତଥା କଟକ ହାଇକୋର୍ଟର ଅବସରପ୍ରାପ୍ତ ରେଜିଷ୍ଟ୍ରାର ଗୋପୀନାଥ ସେନଙ୍କ ହସ୍ତକ୍ଷେପରେ ରାତି ୭ଟା୨୫ରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଶରୀର ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ରାତି ୭ଟା ୪୫ରେ ବିମଳକାନ୍ତିଙ୍କ ମୃତଦେହ ଫ୍ରିଜରରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ଷା ଓ ବିଳମ୍ବ କାରଣରୁ ମୃତଦେହରୁ ଚକ୍ଷୁ ଦାନ କରାଯାଇପାରି ନ ଥିଲା। ତଥାପି ବାପାଙ୍କ ଶେଷ ଇଚ୍ଛା ପୂରଣ କରିପାରିଥିବାରୁ ତିନିପୁଅ ତପନ, ସପନ ଓ ପ୍ରଦ୍ୟୁତ୍‌ ବହୁତ ଖୁସି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖିଳ ଉକତ୍ଳ ବିଚାର ବିଭାଗୀୟ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ଭବାନୀପାଟଣା,୧୮।୫ (ଡି.ଏନ୍‌.ଏ.): ବାତ୍ୟ ପନୀରେ ଓଡ଼ିିଶାର ବିଭିନ୍ନ ଜିଲାରେ କ୍ଷୟକ୍ଷତି ହୋଇଛି। ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଦେଶ ବିଦେଶରୁ ବିଭିନ୍ନ ବର୍ଗର ବ୍ୟକ୍ତି ଓ...

ଗ୍ରାହକଶୂନ୍ୟ ନର୍ସରି, ନଷ୍ଟ ହେଉଛି ଚାରା

ଜୟପୁର,୨୯ା୪(ନି.ପ୍ର.): ପାଖାପାଖି ୪୦ ଦିନର ଲକ୍‌ଡାଉନ। ସ୍ବାସ୍ଥ୍ୟକୁ ଆଖି ଆଗରେ ସମାଜର ସବୁ ବର୍ଗର ଲୋକେ ସିନା ଘର ଭିତରେ ରହିଛନ୍ତି, କିନ୍ତୁ ସେମାନଙ୍କ ଜୀବନ...

ନାଗପୁରରେ ଓଡ଼ିଆ ଯବାନଙ୍କ ଆତ୍ମହତ୍ୟା: ତଦନ୍ତ ଦାବି କଲେ ପରିବାର ଲୋକେ

ବାଲିଆପାଳ, ୭।୨(ସ୍ବ.ପ୍ର.)-ନାଗପୁରରେ ସୈନ୍ୟ ବିଭାଗରେ ତାଲିମ ନେଉଥିବା ବସ୍ତା ବ୍ଲକ ବେଗୁନିଆ ଗ୍ରାମର ରାମଚନ୍ଦ୍ର ନାମକ ଯବାନ ଗଛରେ ଫାଶୀ ଲଗାଇ ଆମତ୍ହତ୍ୟା କରିଛନ୍ତ। ତାଙ୍କ...

ଲାଞ୍ଚ ନେଇ ଜିଲା ଶ୍ରମ ଅଧିକାରୀ ଗିରଫ: ଟଙ୍କା ନଷ୍ଟ କରି ନ ପାରି ଭିଜିଲାନ୍ସ ଅଧିକାରୀଙ୍କୁ କାମୁଡ଼ିଲେ

ଫୁଲବାଣୀ ଅଫିସ, ୮ା୧୧-କନ୍ଧମାଳ ଜିଲା ଶ୍ରମ ଅଧିକାରୀ ଗୁରୁବାର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ...

ଗୋଷ୍ଠୀ ସଂକ୍ରମଣ ଆଶଙ୍କା: ଖୋର୍ଦ୍ଧାରେ ପାଳନ ହେବନି ରଜ, ଶୁକ୍ରବାରଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ଖୋର୍ଦ୍ଧା ଅଫିସ,୧୨।୬: କରୋନା ଲାଗି ଫିକା ପଡିବ ଓଡ଼ିଆଙ୍କ ଗଣ ପର୍ବ ରଜ। ବାହାରେ ହୋଇ ପାରିବ ନାହିଁ ସାମୁହିକ କାର୍ଯ୍ୟକ୍ରମ। ଶୁକ୍ରବାରଠାରୁ ଆସନ୍ତା ୨୦...

ଦଇବ ସାଧିଲା ଦାଉ: ମା’ଙ୍କୁ ହରାଇ ଦୁଇ ଝିଅ ଅନାଥ; ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ପାଟଣା, ୧୦।୧୧(ସ୍ବ.ପ୍ର.)-ଦଇବ ସାଧିଛି ଦାଉ। ପ୍ରଥମେ ବାପା ଆରପାରିକୁ ଚାଲିଯାଇଥିବାବେଳେ ଶୁକ୍ରବାର ମା’ଙ୍କ ଅକାଳ ମୃତ୍ୟୁ ଘଟିଛି । ଫଳରେ ଦୁଇ ନିଷ୍ପାପ ଶିଶୁ ଅନାଥ...

୨୩ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ବରଗଡ଼ ଅଫିସ,୪ା୬: ବରଗଡ଼ ଜିଲା ସୋହେଲା ଥାନା ପୋଲିସ ବୁଧବାର ସନ୍ଧ୍ୟାରେ ୨୩ ଗ୍ରାମ ୩୭୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ୨ଜଣଙ୍କୁ ଗିରଫ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ପାଟଣାଗଡ, ୯ା୪(ଡି.ଏନ.ଏ.): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ପାଟଣାଗଡ ଅଞ୍ଚଳର ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଳିଫ ପାଣ୍ଠିକୁ ସହାୟତା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *