Posted inଜାତୀୟ

ଏସ୍‌ସିଏସ୍‌ରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ,୮ା୫: ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ଏପ୍ରିଲ ମାସ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଏହି ବିଶାଳ ଜଳରାଶି ଉପରେ ଚାଇନା ନିଜ ଏକଚାଟିଆ ଆଧିପତ୍ୟ ଜାହିର କରୁଥିବାବେଳେ ସାର୍ବଭୌମତ୍ୱ ପ୍ରସଙ୍ଗକୁ ନେଇ ଛନ୍ଦି ହୋଇଯାଇଥିବା ଛୋଟ ଛୋଟ ଦେଶଗୁଡ଼ିକ ଏହା ସହ ମୁହଁ।ମୁହିଁ ହୋଇଛନ୍ତି। ପ୍ରଶାନ୍ତ ମହାସାଗରର ପଶ୍ଚିମାଞ୍ଚଳରେ ଥିବା ଏହି ସାଗର ପାରମ୍ପରିକ ମାଛଧରାକୁ ନେଇ ମଧ୍ୟ ବିବାଦୀୟ ହୋଇଯାଇଛି। ଏସ୍‌ସିଏସ୍‌ ଭିତରକୁ କ୍ଷେତ୍ରୀୟ ବହିର୍ଭୂତ ଶକ୍ତି ଆମେରିକା ଓ ଏହାର ସାମରିକ ସହଯୋଗୀମାନେ ମଧ୍ୟ ଟାଣି ହୋଇଯାଇଛନ୍ତି। ଚାଇନା ସହ ବିବାଦରେ ଭିଏତ୍‌ନାମ, ମାଲେସିଆ, ଇଣ୍ଡୋନେସିଆ ଓ ଫିଲିପାଇନ୍ସ ଭିନ୍ନ ଭିନ୍ନ ଭାବେ ଛନ୍ଦି ହୋଇଯାଇଛନ୍ତି।
ଏପ୍ରିଲ ଆରମ୍ଭରେ ଚାଇନାର ଏକ କୋଷ୍ଟ ଗାର୍ଡ ଜାହାଜ ଭିଏତ୍‌ନାମର ଗୋଟିଏ ମାଛଧରା ବୋଟକୁ ପାରାସେଲ୍‌ ଆଇଲାଣ୍ଡସ୍‌ ଉପକୂଳରେ ଡୁବାଇଦେଇଥିଲା। ସେତେବେଳେ ବେଜିଂ ବିପକ୍ଷରେ ଭିଏତ୍‌ନାମକୁ ସମର୍ଥନ କରିଥିଲା ଫିଲିପାଇନ୍ସ। ହାନୋଇ ପାଇଁ ମାନିଲା ପୂର୍ବରୁ କେବେ ଦ୍ୱିପାକ୍ଷିକ ସମ୍ପର୍କ ଆଳରେ ଏପରି ସହଯୋଗ କରି ନ ଥିଲା। ମହାମାରୀ କରୋନାର ଭୟାବହତା ଓ କ୍ଷେତ୍ରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପାରସ୍ପରିକ ସହଯୋଗର ଆବଶ୍ୟକତା ନେଇ ଅନ୍ତର୍ଜାତୀୟ ସମୁଦାୟ ଧୀରେ ଧୀରେ ସଚେତନ ହେଉଥିବାବେଳେ ମାନିଲା ପକ୍ଷରୁ ଏକ ଅସ୍ବାଭାବିକ ଭାବେ ଦୃଢ଼ ବିବୃତି ଜାରି କରାଯାଇଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, କୋଭିଡ୍‌-୧୯ ହେଉଛି ଏକ ବିପଜ୍ଜନକ ଭୂତାଣୁ, ଯାହାର ମୁକାବିଲା ପାଇଁ ଏକତା ଓ ପାରସ୍ପରିକ ବିଶ୍ୱାସ ଜରୁରୀ। ଏହା ଆଗରେ ମାଛଧରା ଓ କାଳ୍ପନିକ ଐତିହାସିକ ଦାବିଗୁଡ଼ିକ ତୁଚ୍ଛ। ଏପ୍ରିଲ ମଧ୍ୟଭାଗରେ ତଟରକ୍ଷୀ ଓ ସାମୁଦ୍ରିକ ମିଲିସିଆଙ୍କ ସୁରକ୍ଷା ବଳୟରେ ଚାଇନାର ସର୍ଭେ ଜାହାଜ ହଇୟାଙ୍ଗ୍‌ ଦିଝି ୮ ଏସ୍‌ସିଏସ୍‌ର ମାଲେସିଆ ନିକଟବର୍ତ୍ତୀ ଏକ ଅଞ୍ଚଳକୁ ପ୍ରବେଶ କରିଥିଲା। ମାଲେସିଆର ଏକ ତୈଳ କମ୍ପାନୀ ପକ୍ଷରୁ ଚାଲିଥିବା ଗ୍ୟାସ୍‌ ଡ୍ରିଲିଂ ଅପରେଶନରେ ବ୍ୟାଘାତ ସୃଷ୍ଟି କରିବା ଥିଲା ଏହି ଅଭିଯାନର ଉଦ୍ଦେଶ୍ୟ। କିନ୍ତୁ ଏହାର ବିଶେଷ ପ୍ରଭାବ ପଡ଼ି ନ ଥିଲା ଏବଂ କିଛି ଦିନ ପରେ (ଏପ୍ରିଲ ୧୮ରେ) ଏସ୍‌ସିଏସ୍‌ରେ ନୂଆ ପ୍ରଶାସନିକ ୟୁନିଟ୍‌ ପ୍ରତିଷ୍ଠା ନେଇ ବେଜିଂ ଘୋଷଣା କଲା। ଜିଶା ଓ ନାନ୍‌ଶା ନାମରେ ଦୁଇଟି ଜିଲା ଗଠନ କରାଗଲା। ବିବାଦୀୟ ପାରାସେଲ୍‌ ଓ ସ୍ପ୍ରାଟିଲ୍ସ ଦ୍ୱୀପର ଚାଇନା ଭାଷା ଅନୁସାରେ ଏହି ଦୁଇ ଜିଲାର ନାମକରଣ କରାଗଲା। ଏହା ନିଜ ଦାବିକୁ ଦୃଢ଼ କରି ବିବାଦୀୟ ଅଞ୍ଚଳ ଉପରେ ନିୟନ୍ତ୍ରଣ ପାଇଁ ବେଜିଂର ଏକ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ଅଭିହିତ କଲେ। ଏହାସହ ଅନ୍ୟ ଦାବିଦାରଙ୍କ ବିରୋଧ ସତ୍ତ୍ୱେ ଚାଇନା ନିଜ ଭୂଖଣ୍ଡର ଆଇନକୁ ସେଠାରେ ଲଦି ଦେବା ପାଇଁ ଉଦ୍ୟମ କରିଛି ବୋଲି ଧରାଗଲା।
ଏସ୍‌ସିଏସ୍‌ରେ ଚାଇନା ପକ୍ଷରୁ ମାଂସପେଶୀ ଚାଳନା ବେଳେ ଭିଏତ୍‌ନାମର ଏକ ଫିଶିଂ ବୋଟ୍‌ ଇଣ୍ଡୋନେସିଆର ପାଟ୍ରୋଲ୍‌ କ୍ରାଫ୍ଟ ସହିତ ଧକ୍କା ହୋଇ ବୁଡ଼ିଯାଇଥିଲା। ଏହି ସମୟରେ ପାରମ୍ପରିକ ମାଛଧରା ଅଞ୍ଚଳରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଚାଇନା ସୋସିଆଲ ମିଡିଆ ବ୍ୟବହାର କରି କଳହ ବଢ଼ାଇଥିବା ଅଭିଯୋଗ ହୋଇଥିଲା। ଏସ୍‌ସିଏସ୍‌ରେ ଏପ୍ରିଲର ଏହି ଅଶାନ୍ତିକୁ ଆମେରିକା ଉପହାସ କରି ଫ୍ରିଡମ୍‌ ଅଫ୍‌ ନେଭିଗେଶନ ପାଟ୍ରୋଲ (ଏଫ୍‌ଓଏନ୍‌) ଆରମ୍ଭ କରିଥିଲା। ଆମେରିକା ଏହି ବ୍ୟବସ୍ଥାରେ ନିଜ ନୌସେନାର ୪ଟି ଜାହାଜକୁ ନିୟୋଜିତ କରିଥିଲା। ଉଭୟ ଜଳ ଓ ସ୍ଥଳରେ ଲକ୍ଷ୍ୟସ୍ଥଳକୁ ଭେଦକରି ପାରୁଥିବା ୟୁଏସ୍‌ଏସ୍‌ ଆମେରିକା ଏହାର ନେତୃତ୍ୱ ନେଇଥିଲା। ଆମେରିକାର ସହଯୋଗୀ ଭାବେ ଅଷ୍ଟ୍ରେଲିଆ ମଧ୍ୟ ଏଫ୍‌ଓଏନ୍‌ର ସିଦ୍ଧାନ୍ତ ଅନୁଯାୟୀ ନିଜ ନୌସେନା ଜାହାଜଗୁଡ଼ିକୁ ଏହି ପ୍ରଦର୍ଶନରେ ଭାଗନେବା ପାଇଁ ପଠାଇଥିଲା। ଚାଇନାର ଜବାବ ମଧ୍ୟ ଅପ୍ରତ୍ୟାଶିତ ନ ଥିଲା। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ନୌସେନା ଏୟାରକ୍ରାଫ୍ଟ କ୍ୟାରିୟର୍‌ ଲିଆଓନିଙ୍ଗ୍‌ ଏବଂ ଏସ୍‌ସିଏସ୍‌ରେ ଥିବା ଏହାର ସୁରକ୍ଷା ପ୍ରଦାନକାରୀ ଜାହାଜଗୁଡ଼ିକ ସମ୍ପୃକ୍ତ କ୍ଷେତ୍ରରେ ନିଜ ଉପସ୍ଥିତି ଜାହିର କରିବା ପାଇଁ ଆଗକୁ ବଢ଼ିଥିଲେ। ଏହାକୁ ନେଇ ଆମେରିକା ଓ ଚାଇନାର ବହିର୍ବ୍ୟାପାର ମନ୍ତ୍ରଣାଳୟ ଅଧିକାରୀମାନେ ପରସ୍ପର ବିରୋଧୀ ବାକ୍‌ଯୁଦ୍ଧରେ ମାତିଥିଲେ।

ଆମେରିକା-ଚାଇନା ମୁହଁ।ମୁହିଁ

ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ବେଜିଂ ସାମୁଦ୍ରିକ କ୍ଷେତ୍ରରେ ଅତି ତତ୍ପରତା ଦେଖାଇବା ସହ କରୋନା ଭୂତାଣୁ ସଂକ୍ରମଣ କରାଇ ବିଶ୍ୱରେ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି ବୋଲି ଅଭିଯୋଗ ଆଣିଛନ୍ତି। ଚାଇନା ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏସ୍‌ସିଏସ୍‌ରେ ଥିବା ଦ୍ୱୀପପୁଞ୍ଜ ଓ ପ୍ରବାଳ ଶ୍ରେଣୀ ଉପରେ ନିଜ ସାର୍ବଭୌମତ୍ୱକୁ ଯଥାର୍ଥ ବୋଲି ଦର୍ଶାଇଛି। ଏସ୍‌ସିଏସ୍‌ ଏବଂ ଏହା ସଂଲଗ୍ନ ଜଳରାଶି ଉପରେ ଚାଇନାର ଅଧିକାର ନେଇ ପର୍ଯ୍ୟାପ୍ତ ପ୍ରମାଣ ଥିବାବେଳେ ଆମେରିକାର କେତେଜଣ ବ୍ୟକ୍ତି ଗୁଜବ ଓ ମିଥ୍ୟାର ଆଶ୍ରୟ ନେଇ ତଥ୍ୟ ବଦଳାଇବାକୁ ଉଦ୍ୟମ କରୁଛନ୍ତି। ଏପରି କି ସେମାନେ ବର୍ତ୍ତମାନ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବେଜିଂ ପ୍ରତି ଶତ୍ରୁଭାବ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି ବୋଲି ଚାଇନା କହିଛି।

ପ୍ରତ୍ୟାଖ୍ୟାନ କରିଥିଲା ହେଗ୍‌
ଏସ୍‌ସିଏସ୍‌କୁ ନେଇ ଟଣାଓଟରା ଏକ ପୁରୁଣା ବିବାଦ, ଯାହାକି ପ୍ରତି ବର୍ଷ ଅଧିକ ବିବାଦୀୟ ହେବାରେ ଲାଗିଛି। ବିବାଦୀୟ ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌ (ଇଇଜେଡ୍‌)ର ପରିଚାଳନାକୁ ନେଇ ଦାବିଦାରମାନଙ୍କ ମଧ୍ୟରେ କୌଣସି ସହମତି ନ ଥିବାରୁ ନେଦରଲାଣ୍ଡସ୍‌ର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ଥ ହୋଇଥିଲା ଫିଲିପାଇନ୍ସ। ୨୦୧୬ ଜୁଲାଇରେ ପର୍ମାନେଣ୍ଟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ (ପିସିଏ) ଦକ୍ଷିଣ ଚାଇନା ସାଗରକୁ ନେଇ ଚାଇନା-ଫିଲିପାଇନ୍ସ ବିବାଦ ମାମଲାର ଶୁଣାଣି କରିଥିଲା। ଶେଷରେ ଏସ୍‌ସିଏସ୍‌ ଉପରେ ବେଜିଂର ଐତିହାସିକ ଦାବିକୁ ପିସିଏ ପ୍ରତ୍ୟାଖ୍ୟାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill

ନୂଆଦିଲ୍ଲୀ,୧୭।୪: ସ୍ବତନ୍ତ୍ର ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ ଲୋକ ସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଇନ୍ଦିରା…

ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri