ଏସ୍‌ପି ଅଫିସ ଆଗରେ ବିଜେଡି ନେତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର ଅଫିସ,୧୩ା୨: ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ରାଜ୍ୟ ମହିଳା ବିଜେଡି କାର୍ଯ୍ୟକାରିଣୀ ସଦସ୍ୟା ମୀନାକ୍ଷୀ ମିଶ୍ର ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ପୁଅଙ୍କୁ ଏକ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରତିବାଦରେ ସେ ବୁଧବାର ଏସ୍‌ପିଙ୍କୁ ଭେଟିବାକୁ ଯାଇଥିଲେ। ଏସ୍‌ପି କୌଣସି କାମରେ ବ୍ୟସ୍ତ ଥିବାରୁ ତାଙ୍କୁ ମୀନାକ୍ଷୀ ଭେଟି ପାରି ନ ଥିଲେ। ଏଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କଠାରୁ ନ୍ୟାୟ ନ ପାଇବାରୁ ମୀନାକ୍ଷୀ ଏକ ବ୍ୟାଗରେ ଧରିଥିବା କିରୋସିନ ଦେହରେ ଢାଳି ନିଅଁ। ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲା। ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡିଯାଇଥିବା ଡାକ୍ତର କହିଛନ୍ତି । ସେଠାରେ ଡାକ୍ତର ମୀନାକ୍ଷୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ (ଡାଇଙ୍ଗ ଡିକ୍ଲାରେଶନ) ନେଇଛନ୍ତି। ଏମ୍‌କେସିଜି ମେଡିକାଲରେ ବର୍ନ ୟୁନିଟ ନ ଥିବାରୁ ସଙ୍କଟାପନ୍ନ ଅବସ୍ଥାରେ ମୀନାକ୍ଷୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ବଡ ମେଡିକାଲରେ ପହଞ୍ଚି ଡାକ୍ତରଙ୍କଠାରୁ ମୀନାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ। ପରେ ଏସ୍‌ପି ଖବରଦାତାଙ୍କୁ କହିଛନ୍ତି, ମୀନାକ୍ଷୀ ବୁଧବାର ମୋ କାର୍ଯ୍ୟାଳୟକୁ ଆସିଥିଲେ। ମୁଁ ଅନ୍ୟ ଏକ କାମରେ ବ୍ୟସ୍ତ ଥିବାରୁ ସେ ଏଏସ୍‌ପିଙ୍କୁ ଭେଟିଥିଲେ। ଏଏସ୍‌ପି ଘଟଣାର ଠିକ ତଦନ୍ତ କରାଯିବ ବୋଲି କହିଥିଲେ। ସେଠାରୁ ଫେରି ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଂସ୍କୃତି ଓ ବିଶ୍ୱାସର ପ୍ରତୀକ ପର୍ବ ‘ହୋଲିପୁଡ଼ା’

ଭବାନୀପାଟଣା,୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ପାଳିତ ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ରଙ୍ଗର ପର୍ବ ହୋଲିର ଅବ୍ୟବହିତ ପୂର୍ବରୁ ପାଳିତ ହେଉଥିବା ‘ହୋଲିପୁଡ଼ା’ ପର୍ବ ନିଆରା ଓ ଅନନ୍ୟ।...

ଅବ୍ୟବସ୍ଥା ଘେରରେ କପିଳାସ ପୀଠ

ଢେଙ୍କାନାଳ ଅଫିସ,୧୦ା୫: ଢେଙ୍କାନାଳ ଜିଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦେବୋତ୍ତର ବିଭାଗ...

ବାଇକ୍‌ ଧକ୍କାରେ ଯୁବକ ଗୁରୁତର

ଦିଗପହଣ୍ଡି,୧୨।୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ରାଜପୁର ଗ୍ରାମ ଛକ ନିକଟରେ ଅଜଣା ବାଇକ୍‌ ଧକ୍କାରେ ଗୁରୁବାର ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ...

ମେ’ ୨୮ରୁ ଡିଜିଟାଲ ଅସହଯୋଗ ପାଇଁ ଚେତାବନୀ

ଭୁବନେଶ୍ୱର,୨୬ା୫(ବ୍ୟୁରୋ):ଦୀର୍ଘ ଦିନର ଦାବି ପୂରଣ ହେଉ ନ ଥିବାରୁ ଓଡ଼ିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।...

୬ ମାମଲା ରୁଜୁ, ୫୭ ଡ୍ରାଇଭର କୋର୍ଟ ଚାଲାଣ

ଗୋପାଳପୁର/ଛତ୍ରପୁର, ୧୮ା୩(ଡି.ଏନ.ଏ.): ଗୁରୁବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ପୁକୁଡ଼ିବନ୍ଧ ଛକଠାରେ ପୋଲିସ ଓ ଆନ୍ଦେଳନକାରୀ ଡ଼୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ...

ବଣୁଆ ହାତୀ ଉପଦ୍ରବ: ଖାଇଲେ ଏକର ଏକର ଧାନ, ଭାଙ୍ଗିଲେ ଘର

ପାଟଣା,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୫ ଦିନ ହେବ ୨୪ ଟିକିଆ ବଣୁଆ ହାତୀପଲଙ୍କ ଦୌରାତ୍ମ୍ୟ ବଢ଼ି ଚାଲିିଛି। ହାତୀପଲ ଶୁକ୍ରବାର ବିଳମ୍ବିତ ରାତିରେ...

ବସ୍ତି ବାସିନ୍ଦାଙ୍କ ରାସ୍ତା ଅବରୋଧ

ଯୋଡ଼ା,୭ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତାର ଧରଣୀଧର ଛକରେ ଚାଲିଥିବା ଫ୍ଳାଏ ଓଭର କାର୍ଯ୍ୟ ଯୋଗୁ ଲୋକେ ଧୂଳି ଧୂଆଁରେ...

ଏଟିଏମ୍‌ ସୁରକ୍ଷା କର୍ମୀଙ୍କ ମୃତ୍ୟୁ: ଅଂଶୁଘାତ ସନ୍ଦେହ

ଧାମନଗର, ୧୭।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଅର୍ଜୁନପୁର ଗ୍ରାମର ପ୍ରହଲ୍ଲାଦ ରାଉତଙ୍କ ପୁଅ ଇନ୍ଦ୍ରଜିତ(୩୩)ଙ୍କର ବୁଧବାର ସକାଳେ ମୃତ୍ୟୁ ଘଟିଛି।...

Advertisement
Archives

Model This Week