ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଲେ ୱାଣ୍ଟେଡ୍‌ ଶିବୁ

ଭୁବନେଶ୍ୱର, ୨୨/୨(ବ୍ୟୁରୋ):ନୟାଗଡ଼ ଜିଲା ଟାଉନ୍‌ ଥାନା ଅନ୍ତର୍ଗତ ଉଦୟପଥ ଲେନ୍‌ର ଏକ ଭଡାଘରୁ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ୍‌ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ପାଇଁ ସେ ଓ୍ବାଣ୍ଟେଡ୍‌ ଥିଲେ। ରବିବାର ରାତିରେ ରାଜଧାନୀ ଉପକଣ୍ଠ ୧୬ ନଂ. ଜାତୀୟ ରାଜପଥର ପାହାଳ କ୍ରସିଂ ନିକଟରୁ ତାଙ୍କୁ ଗିରଫ କରାଯାଇଛି। ସେ ହେଲେ ଖୋର୍ଦ୍ଧା ଜିଲା ଜଟଣୀ ଥାନା ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ ଓରଫ ଶିବୁ। ତାଙ୍କଠାରୁ ୧ କେଜି ୨୨୭ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୨୭ ଲକ୍ଷ ଟଙ୍କା ହେବ। ଏଥିସହ ଗୋଟିଏ ବାଇକ ଓ ୫ ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଛି। ଏସ୍‌ଟିଏଫ୍‌ ଏନ୍‌ଡିପିଏସ୍‌ ଆକ୍ଟରେ ଏକ ମାମଲା(ନଂ.୫/୨୦୨୨) ରୁଜୁ କରି ଶିବୁଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଓଡ଼ିଶାର ବିଭିନ୍ନ ଜିଲା ଶିବୁଙ୍କ ନାମରେ ୬ଟି ଆପରାଧିକ ମାମଲା ରହିଥିବା ଏସ୍‌ଟିଏଫ୍‌ ସୂଚନା ଦେଇଛି। ତେବେ ତାଙ୍କ ସହ ସାମିଲ ଥିବା ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଅନୁସନ୍ଧାନ ଚଳାଇଛି।
ଅନୁଯାୟୀ, ଶିବୁ ମାଛ ବ୍ୟବସୟା କରୁଥିବା କହି ଉଦୟପଥ ଲେନ୍‌ରେ ଘରଭଡା ନେଇ ପରିବାର ସହ ରହୁଥିଲେ। ହେଲେ ସେ କିଛି ଲୋକଙ୍କୁ ରଖି ବ୍ରାଉନସୁଗାର ହୋଲ୍‌ସେଲ୍‌ ବ୍ୟବସାୟ କରୁଥିଲେ। ଏନେଇ ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ଜାନୁୟାରୀ ୨୫ ରାତିରେ ସେଠାରେ ଚଢ଼ାଉ କରିଥିଲା। ହେଲେ ଚଢ଼ାଉ ପୂର୍ବରୁ ଶିବୁ ଫେରାର ହୋଇଯାଇଥିଲେ। ସେହି ସମୟରେ ଶିବୁଙ୍କ ସହଯୋଗୀ ଭିକି ରାଓଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ଉକ୍ତ ଘରୁ ୩ କେଜି ୧୦୦ ଗ୍ରାମର ବ୍ରାଉନସୁଗର, ୬୫ ଲକ୍ଷ ୩୨ ହଜାର ଟଙ୍କା, ୩ ପିସ୍ତଲ, ୪୩ ରାଉଣ୍ଡ ଗୁଳି, ୭ ମାଗାଜିନ୍‌, ଗୋଟିଏ ଟଙ୍କା ଗଣିବା ମେଶିନ, ୪ଟି ମୋବାଇଲ ଫୋନ୍‌, ଏଟିଏମ୍‌ କାର୍ଡ ଓ ଗୋଟିଏ ଟାବ୍‌ଲେଟ ଜବତ କରିଥିଲା। ଏନେଇ ଏସ୍‌ଟିଏଫ୍‌ (ନଂ.୧/୨୦୨୨) ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଏସ୍‌ଟିଏଫ୍‌ ଟାର୍ଗେଟରେ ଥିଲେ ମଧ୍ୟ ସେ ଉକ୍ତ ବେଆଇନ ବେପାର ଜାରି ରଖିଥିଲେ ବୋଲି ଜବତ ବ୍ରାଉନସୁଗାରରୁ ସ୍ପଷ୍ଟ ହେଉଛି।
ଏସ୍‌ଟିଏଫ୍‌ ୨୦୨୦ରୁ ଏଯାବତ ୪୯ କେଜି ବ୍ରାଉନସୁଗାର, ୮୯ କୁଇଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୧୨୩ଜଣ ନିଶା ବେପାରୀଙ୍କୁ ଗିରଫ କରିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri