ଏସ୍‌ସିବିରେ ପ୍ରଥମ ବ୍ଲାକ୍‌ ଫଙ୍ଗ୍ସ ପ୍ଲାଷ୍ଟିକ ସର୍ଜରି ସଫଳ

କଟକ ଅଫିସ, ୬ା୮: ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରଥମ ପୋଷ୍ଟ ବ୍ଲାକ ଫଙ୍ଗ୍ସ ପ୍ଲାଷ୍ଟିକ ସର୍ଜରି ସଫଳ ହୋଇଛି। ମାରାତ୍ମକ ବ୍ଲାକ୍‌ ଫଙ୍ଗ୍ସ ସଂକ୍ରମଣରେ ମାଢ଼ି ଓ ଦାନ୍ତ ହରାଇ ଏକପ୍ରକାର ଭିନ୍ନକ୍ଷମ ହୋଇପଡ଼ିଥିବା ବ୍ରହ୍ମପୁରର ଏମ୍‌. ମେନେକା କୁମାରୀଙ୍କ ସଫଳ ମାଢ଼ି ପ୍ରତିରୋପଣ କରାଯାଇଛି। ଏହି ଅସ୍ତ୍ରୋପଚାର ଏସ୍‌ସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରି ବିଭାଗ ପକ୍ଷରୁ କରାଯାଇଛି। ୩ମାସ ପରେ ମେନେକାଙ୍କ ଦ୍ୱିତୀୟ ପର୍ଯ୍ୟାୟ ସର୍ଜରି କରାଯାଇ ଦାନ୍ତ ଲଗାଯିବ ବୋଲି ଶୁକ୍ରବାର ବିଭାଗୀୟ ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ ସୂଚନା ଦେଇଛନ୍ତି। ଅପରପକ୍ଷେ ନୂତନ ଜୀବନ ପାଇ ମେନେକା ଖୁସି ବ୍ୟକ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ୨୦୨୧ରେ କୋଭିଡ୍‌ର ଦ୍ୱିତୀୟ ଲହରରେ ମେନେକା କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ କରୋନାରୁ ସୁସ୍ଥ ହେବାପରେ ତାଙ୍କ ଉପର ମାଢ଼ି ମ୍ୟୁକର ମାଇକୋସିସ୍‌ (ବ୍ଲାକ ଫଙ୍ଗ୍ସ)ରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। କଥା କହିବା ଓ ଖାଇବାରେ ତାଙ୍କୁ ଅସୁବିଧା ହେବା ସହ ଯନ୍ତ୍ରଣା ଭୋଗୁଥିଲେ। ଏହାପରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଉପର ମାଢ଼ିକୁ କଢ଼ାଯାଇଥିଲା। ହେଲେ ଏହାପରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତରଳ ଖାଦ୍ୟ ପାଟି ବାଟେ ଯାଇ ନାକ ବାଟେ ବାହାରି ଆସୁଥିଲା। ଏହାପରେ ଗତ ଜୁଲାଇ ୫ରେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୧୮ରେ ଏସ୍‌ସିବିରେ ତାଙ୍କର ଉପର ମାଢ଼ି ପ୍ରତିରୋପଣ କରାଯାଇଛି। ବିଭାଗୀୟ ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ୪ଜଣିଆ ଡାକ୍ତରୀ ଟିମ୍‌ ୭ଘଣ୍ଟା ଧରି ଏହି ଜଟିଳ ଅପରେଶନ କରିଥିଲେ। ଏଭଳି ପ୍ରତିରୋପଣ ଏସ୍‌ସିବିରେ ପ୍ରଥମ ଥର ପାଇଁ କରାଯାଇଛି। ଏବେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ୩ମାସ ପରେ ତାଙ୍କର ଦାନ୍ତ ପ୍ରତିରୋପଣ କରାଯିବ ବୋଲି ଡାକ୍ତର କହିଛନ୍ତି। ବ୍ଲାକ ଫଙ୍ଗ୍ସ ଭୂତାଣୁ ଅତି ମାରାତ୍ମକ। ଶରୀରର ଯେଉଁ ଭାଗରେ ଏହି ସଂକ୍ରମଣ ହେଲା, ସେହି ଭାଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ଓଡ଼ିଶାରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଏଭଳି ରୋଗୀ ଚିହ୍ନଟ ହୋଇଥିବା ବେଳେ ଏକାଧିକଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ କେଜି ସିଲିଣ୍ଡର ବ୍ୟବହାରକାରୀ ସାବଧାନ! ଏବେ ରିଫିଲ କଲେ ପକେଟ୍‌ରୁ କଟିବ ଏତିକି ଟଙ୍କା ଏକ୍ସଟ୍ରା

ନୂଆଦିଲ୍ଲୀ, ୮।୭: ୫ କିଲୋଗ୍ରାମ ବିଶିଷ୍ଟ ‘ଛୋଟୁ’ ଏଲପିଜି ସିଲିଣ୍ଡର ଏବେ ଗ୍ରାହକଙ୍କ ପକେଟ ଉପରେ ଭାରି ପଡ଼ିବ। ତୈଳ କମ୍ପାନୀଗୁଡ଼ିକର ନୂଆ ନିୟମ ଅନୁଯାୟୀ, ଏହି…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

ପେଟ୍ରୋଲ-ଡିଜେଲ ଶସ୍ତା ହେବା ଆଶାକୁ ଶକ୍ତ ଧକ୍କା: ଇରାନ ଉପରେ ଆମେରିକାର ବୋମା ବର୍ଷଣ, ଅଶୋଧିତ ତୈଳ ଦରରେ ନିଆଁ

ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର…

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri