ଏସୀୟ ରାଷ୍ଟ୍ରରେ ହେବ ଓଡ଼ିଶା ପର୍ଯ୍ୟଟନର ପ୍ରଚାର

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ୨୦୨୨ ସୁଦ୍ଧା ୨କୋଟି ୫୦ଲକ୍ଷ ପର୍ଯ୍ୟଟକଙ୍କୁ ଓଡ଼ିଶା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟନ ଶିଳ୍ପରେ ହେଉଥିବା ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି ସେହି ଅନୁଯାୟୀ ଉଭୟ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ୨୦୧୬-୧୭ରେ ଓଡ଼ିଶାକୁ ୧,୩୧,୯୦,୨୨୪ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୭-୧୮ରେ ୧,୪୩,୬୪,୫୪୧ ଏବଂ ୨୦୧୮-୧୯ରେ ୧,୫୬,୨୩,୨୫୦ ପର୍ଯ୍ୟଟକ ଆସିଥିଲେ। ଏହି ସଂଖ୍ୟାକୁ ବୃଦ୍ଧିକରି ୨୦୨୨ ସୁଦ୍ଧା ୨କୋଟି ୫୦ଲକ୍ଷରେ ପହଞ୍ଚାଇବା ସହ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ୩ ଟୁରିଷ୍ଟ୍‌ ଡେଷ୍ଟିନେଶନରେ ପରିଣତ କରିବାକୁ ଟାର୍ଗେଟ ରଖାଯାଇଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ସେହିଭଳି ଆଗାମୀ ୨ ବର୍ଷରେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ୫ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ମଧ୍ୟ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ ଓଡ଼ିଶାର ୧୦ଟି ପ୍ରମୁଖ ସୋର୍ସ ମାର୍କେଟ ତଥା ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍‌, ଜାପାନ, ଚାଇନା, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ଇଟାଲୀ, ମାଲେସିଆ ଏବଂ ରାଜ୍ୟଗୋଷ୍ଠୀ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟରେ ରଖାଯାଇଥିବା ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ କହିଛନ୍ତି।
କେବଳ ପର୍ଯ୍ୟଟକ ଆଗମନ ନୁହେଁ, ପର୍ଯ୍ୟଟନ ଶିଳ୍ପରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଆତିଥ୍ୟ, ପର୍ଯ୍ୟଟନ ଓ ପରିଭ୍ରମଣ ଭଳି ବିଭିନ୍ନ କ୍ଷେତ୍ରରେ ବିପୁଳ ମାନବସମ୍ବଳ ନିଯୁକ୍ତ ହେବାର ସମ୍ଭାବନା ରହିଛି। ୨୦୧୬ରୁ ୨୦୧୯ ଆର୍ଥିକବର୍ଷ ମଧ୍ୟରେ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରୟାସରେ ୪୪୧୨ଜଣଙ୍କୁ ନିଯୁକ୍ତି ଦିଆଯାଇଛି। କେପିଏମ୍‌ଜି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ପ୍ଲାନ୍‌ ୨୦୨୫ରେ ପର୍ଯ୍ୟଟନ କ୍ଷେତ୍ରରେ ପ୍ରତ୍ୟକ୍ଷଭାବେ ୯୨,୦୦୦ ଏବଂ ପରୋକ୍ଷଭାବେ ୨,୭୭,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

ଇକୋ-ରିଟ୍ରିଟ୍‌ ଢାଞ୍ଚାରେ ହେବ ଅଧିକ ଗ୍ଲାମିଂ ଇଭେଣ୍ଟ

କେବଳ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଆୟୋଜିତ ହେବ ମେଗା ଗ୍ଲାମିଂ ଇଭେଣ୍ଟ। ରାମଚଣ୍ଡୀ ବେଳାଭୂମିରେ ଆୟୋଜିତ ଇକୋ ରିଟ୍ରିଟ୍‌ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯିବ। ଓଡ଼ିଶାରେ ୪୮୨ କି.ମି. ସୁଦୀର୍ଘ ବେଳାଭୂମି ରହିଥିବାବେଳେ ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନର ଉପଯୋଗୀ ତଥା ଅନୁକୂଳ ପରିବେଶକୁ ଦୃଷ୍ଟିରେ ରଖି ଏଭଳି ଗ୍ଲାମରସ୍‌ କ୍ୟାମ୍ପିଂର ଆୟୋଜନ କରାଯିବ। ସେହିଭଳି ପ୍ରତ୍ୟେକ ଇଭେଣ୍ଟ ଯେପରି ପରସ୍ପରଠାରୁ ଭିନ୍ନ ହେବ ତାହାକୁ ଗୁରୁତ୍ୱ ଦିଆଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ ଭଳି ପରିବେଶ ଉପଯୋଗୀ ମଡେଲକୁ ଗୁରୁତ୍ୱ ଦିଆଯିବ। ନିକଟରେ ପର୍ଯ୍ୟଟକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଇକୋ-ରିଟ୍ରିଟ୍‌କୁ ଜାନୁୟାରୀ ୩୧ରୁ ଫେବୃୟାରୀ ୧୫ ପର୍ଯ୍ୟନ୍ତ ଘୁଞ୍ଚାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ୮୫୪.୩ ମିମି ବର୍ଷା

କୋରାପୁଟ, ୨୮/୧୦ (ଅମିତାଭ ବେହେରା): ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ବର୍ଷା ଜାରି ରହିଛି। ଗତକାଲି ସକାଳ ୮ଟାରୁ ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ଜିଲ୍ଲାର ୧୪ଟି…

ଗଞ୍ଜାମରେ ତାଣ୍ଡବ ରଚିଲା ବାତ୍ୟା ଅର୍ଣ୍ଣବ, ଭାଙ୍ଗିଲା ଇଲେକ୍ଟ୍ରି ଖୁଣ୍ଟ ସହ ବଡ଼ବଡ଼…

ଗଞ୍ଜାମ,୨୮ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ବଡ଼ ବଜାର ଠାରେ ଗତ ଅଗଷ୍ଟ ୩୧ରେ ଉଦ୍‌ଘାଟନ ହୋଇଥିବା ବିଦ୍ୟୁତ୍‌ ଖୁଣ୍ଟ ବୁଧବାର ପଡ଼ି…

ଭାରତୀୟ ରେଳବାଇର ବଡ଼ ଘୋଷଣା; ଏଣିକି ଟ୍ରେନରେ କରିପାରିବେନି ମୋବାଇଲ ଚାର୍ଜ, ଲାଗିଲା କଟକଣା

ନୂଆଦିଲ୍ଲୀ,୨୮।୧୦: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ ଯାତ୍ରା କରିବା ସମୟରେ ରାତି ହେବା ପୂର୍ୱରୁ ହିଁ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଫାଟିଲା ମହିଳାଙ୍କ ମୁଣ୍ଡ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଗରିବ ପରିବାରଙ୍କ ପାଇଁ ବିପଦ ଡାକି ଆଣିଛି। ବର୍ଷାରେ ମାଟି କାନ୍ଥ…

ମୁକେଶ ଅମ୍ବାନୀଙ୍କ ଆଖିରେ ଲୁହ: ଝିଅ ଇଶାଙ୍କ କଥା ଶୁଣି ହୋଇପଡ଼ିଲେ ଭାବବିହ୍ବଳ, ୧୯୭୭ରେ….

ମୁମ୍ବାଇ,୨୮।୧୦: ବର୍ଷ ବର୍ଷର କଠିନ ପରିଶ୍ରମ ପରେ ପରିବାରର ସ୍ବପ୍ନ ସାକାର ହେଲେ ଆଖିରେ ଖୁସିର ଲୁହ ଆସିଯାଏ। ଜିଓ ପ୍ଲାଟଫର୍ମସ ଆଇପିଓ ଲିଷ୍ଟିଂ ଅବସରରେ ଏଭଳି…

୧ରୁ ନୂଆ ଜିଏସ୍‌ଟି ସଂସ୍କାର: ଡିସ୍‌କାଉଣ୍ଟ ସରଳ, ତୁରନ୍ତ ୯୦% ରିଫଣ୍ଡ

ନୂଆଦିଲ୍ଲୀ, ୨୮।୧୦(ଆଇଏଏନ୍‌ଏସ୍‌): ଦେଶର ବ୍ୟବସାୟୀ, ଖୁଚୁରା ବିକ୍ରେତା ଏବଂ ସେବା ରପ୍ତାନିକାରୀଙ୍କ ପାଇଁ ଏକ ବଡ଼ ଖବର। ବିକ୍ରି ପରବର୍ତ୍ତୀ ରିହାତି (ପୋଷ୍ଟ ସେଲ୍‌ ଡିସ୍‌କାଉଣ୍ଟ) ସରଳୀକରଣ…

ଚାମେଲୀଙ୍କ ବିରୋଧରେ ଅନାସ୍ଥାକୁ ଅସିଦ୍ଧ ଘୋଷଣା କଲେ କୋର୍ଟ: ରହିଲା ସରପଞ୍ଚ ପଦ, ଚାମେଲୀ କହିଲେ…

ମହାକାଳପଡ଼ା/କଟକ,୨୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ/ପ୍ରଭୁକଲ୍ୟାଣ ପାଲ୍‌): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ବସ୍ତି। ଚାମେଲୀଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ…

ଦୀପାବଳି ପୂର୍ବରୁ ସରକାରଙ୍କ ବଡ଼ ଉପହାର: ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ; ଏବେ ପ୍ରତି ମାସରେ ମିଳିବ…

ନୂଆଦିଲ୍ଲୀ,୨୮।୧୦: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ଏବଂ କର୍ମଚାରୀଙ୍କୁ ଦୀପାବଳି ତଥା ପାର୍ୱଣ ଋତୁରେ ଏକ ବଡ଼ ଉପହାର ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?