ଏଲ୍‌ପିଜି ସିଲିଣ୍ଡର ୧୪୪.୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୧୩ା୨: ରନ୍ଧନ ଗ୍ୟାସ ଏଲ୍‌ପିଜି ମୂଲ୍ୟରେ ବୁଧବାର ୧୪୪.୫ ଟଙ୍କା ବୃଦ୍ଧି ଘଟିଛି। ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧି ଯୋଗୁ ଦେଶରେ ଏହାର ପ୍ରଭାବ ଦେଖାଯାଇଛି। ପୂର୍ବରୁ ୧୪.୨ ଲିଟର ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ୭୧୪ ଟଙ୍କା ପଡୁଥିବାବେଳେ ଏହା ବର୍ତ୍ତମାନ ୮୫୮.୫୦ ଟଙ୍କା ଛୁଇଁଥିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପକ୍ଷରୁ ସୂଚନା ମିଳିଛି। ୨୦୧୪ ପରଠାରୁ ଏହା ସର୍ବୋଚ୍ଚ ସ୍ତରର ଅଭିବୃଦ୍ଧି ବୋଲି କୁହାଯାଉଛି। ୨୦୧୪ରେ ଏଲ୍‌ପିଜିର ସିଲିଣ୍ଡର ପିଛା ମୂଲ୍ୟ ୨୨୦ ଟଙ୍କା ବଢି ୧୨୪୧ ଟଙ୍କା ଛୁଇଁଥିଲା। ଏଲ୍‌ପିଜି ଉପଭୋକ୍ତାଙ୍କୁ ସିଲିଣ୍ଡର ପିଛା ସରକାର ପ୍ରଦାନ କରୁଥିବା ସବ୍‌ସିଡି ୧୫୩.୮୬ ଟଙ୍କାରୁ ୨୯୧.୪୮ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସବ୍‌ସିଡି ୧୭୪.୮୬ ଟଙ୍କାରୁ ୩୧୨.୪୮ ଟଙ୍କାକୁ ବଢିଛି। ସବ୍‌ସିଡି ବାଦ ଲୋକମାନେ ସିଲିଣ୍ଡର ପିଛା ଏଲ୍‌ପିଜି ଲାଗି ୫୬୭.୦୨ ଟଙ୍କା ଏବଂ ଉଜ୍ଜ୍ୱଳା ଯୋଜନା ହିତାଧିକାରୀମାନେ ୫୪୬.୦୨ ଟଙ୍କା ଦେବେ। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏଲ୍‌ପିଜି ସିଲିଣ୍ଡର ପିଛା ମୂଲ୍ୟ ୧୪୮.୫୦ ଟଙ୍କା ବଢି ୭୪୬.୫୦ ଟଙ୍କାରୁ ୮୯୫ ଟଙ୍କା ଛୁଇଁଥିବା ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୪-୪: ଭିଡିଓକନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ...

ଅଦାନୀ ଗ୍ରୁପର ବଡ ନିଷ୍ପତ୍ତି, ୨୦ହଜାର କୋଟିର ଏଫପିଓ ରଦ୍ଦ, ଫେରିବ ନିବେଶକଙ୍କ ଅର୍ଥ

ନୂଆଦିଲ୍ଲୀ,୨ ।୨: ଅଦାନୀ ଗ୍ରୁପ ତା’ର ଏଫପିଓ ରଦ୍ଦ କରି ଦେଇଛି । ଅଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡର ଚେୟାରମ୍ୟାନ ଗୌତମ ଅଦାନୀ କହିଛନ୍ତି, ମାର୍କେଟରେ ଉତ୍ଥାନ...

ବିକ୍ରିହେବ କିଶୋର ବିୟାନୀଙ୍କ ବୀମା କମ୍ପାନୀ

ନୂଆଦିଲ୍ଲୀ,୧।୯: ଫ୍ଲିପ୍‌କାର୍ଟର ସହ ପ୍ରତିଷ୍ଠାତା ସଚିନ ବଂଶଲ ଫ୍ୟୁଚର ଗ୍ରୁପ୍‌ର ବୀମା କମ୍ପାନୀ ଫ୍ୟୁଚର ଜେନେରାଲି ଇଣ୍ଡିଆ ଲାଇଫ ଇନ୍‌ସ୍ୟୁରାନ୍ସ ଲିମିଟେଡ୍‌କୁ କିଣିବାକୁ ଯାଉଛନ୍ତି। ଏହି...

କନ୍ଦାଇପାରେ ଦରଦାମ ବୃଦ୍ଧି

ନୂଆଦିଲ୍ଲୀ,୨୬।୭: କରୋନା ପାଇଁ ଲାଗୁ ହୋଇଥିବା କଟକଣା ଧୀରେ ଧୀରେ କୋହଳ ହେଉଛି। ହେଲେ ଦେଶର କଳକାରଖାନାଗୁଡ଼ିକରେ ଉତ୍ପାଦନ ହେଉକି କରୋନା ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା...

ଏକ ଟ୍ରିଲିଅନ୍‌ ଟଙ୍କା ରାଜସ୍ବର ହେବ ପୁନରୁଦ୍ଧାର

ମୁମ୍ବାଇ ,୪ା୭: ୱିଣ୍ଡଫଲ୍‌ ଟ୍ୟାକ୍ସ ବଳରେ ଭାରତ ମଧ୍ୟରେ ଉତ୍ପାଦିତ ତୈଳ ଏବଂ ବିଦେଶକୁ ରପ୍ତାନି ହୋଇଥିବା ଇନ୍ଧନ ଉପରେ ଲାଗୁ ଟିକସ ସମୁଦାୟ ରାଜସ୍ବର ଚତୁର୍ଥାଂଶରୁ...

ସବୁ କଏନ୍‌ର ବୈଧତା ରହିଛି:ଆର୍‌ବିଆଇ

ନୂଆଦିଲ୍ଲୀ,୨୭-୬: ଦେଶ ମଧ୍ୟରେ ପ୍ରଚଳନରେ ଥିବା ବିଭିନ୍ନ ମୂଲ୍ୟର ଖୁଚୁରା ମୁଦ୍ରା(କଏନ୍‌) ବୈଧ। ବିଭିନ୍ନ ମୂଲ୍ୟର କଏନ ଗ୍ରହଣ ବେଳେ ଲୋକମାନେ କୌଣସି ଦ୍ୱନ୍ଦ୍ୱ କିମ୍ବା...

ଇସ୍ପାତ ପ୍ରଡକ୍ଟ ପରିବହନରେ ଟାରିଫ ହ୍ରାସ ହେଉ:ଆଇସିିସି

ଭୁବନେଶ୍ୱର,୩-୧୧: ଦେଶରେ ଗଛିତ ଥିବା ମୋଟ ଖଣିଜ ମଧ୍ୟରୁ ଅତି ସ୍ବଳ୍ପ ଭାଗ ଏବେ ଉତ୍ତୋଳନ ହେଉଛି। ଏହି ପ୍ରକ୍ରିୟା ତ୍ୱରାନ୍ବିତ ହେବାର ଆବଶ୍ୟକତା ରହିଛି।...

ହିନ୍ଦୁଜା ପରିବାରରେ ସମ୍ପତ୍ତି ବିବାଦ; କ’ଣ ରହିଛି କାରଣ

ନୂଆଦିଲ୍ଲୀ,୨୫।୬ : ବ୍ରିଟେନର ହିନ୍ଦୁଜା ଗ୍ରୁପ୍‌ର ଜଡ଼ିତ ଭାଇଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଦେଖାଯାଇଛି। ଏହି ବିବାଦ ବର୍ତ୍ତମାନ ବ୍ରିଟେନର ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି।...

Advertisement
Archives

Model This Week