Posted inଖେଳ

ଏଲ୍‌ଓସିରେ ଗୋଡ଼ ହରାଇଥିବା ଯବାନ ଜିତିଲେ ଟ୍ରିପଲ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୩୦।୧୦- ଭାରତୀୟ ସେନାରେ କାର୍ଯ୍ୟ କରୁଥିବାବେଳେ ଏକ ବିସ୍ଫୋରଣରେ ବାମଗୋଡ଼ ହରାଇଥିଲେ। ଏହା ତାଙ୍କୁ ଦେଇଥିଲା ନୂଆ ଜୀବନ। ଗୋଟିଏ ଗୋଡ଼ ନ ଥିବା ସତ୍ତ୍ୱେ ସେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରେ ୩ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନିକଟରେ ଚାଇନାର ଉହାନଠାରେ ଅନୁଷ୍ଠିତ ବିଶ୍ୱ ମିଲିଟାରୀ କ୍ରୀଡ଼ାରେ ୩୨ ବର୍ଷୀୟ ଆନାନ୍ଦାନ ଗୁଣଶେକରାନ ୧୦୦ ମିଟର, ୨୦୦ ମି. ଓ ୩୦୦ ମି. ଦୌଡ଼ରେ ଶୀର୍ଷ ସଫଳତା ପାଇଥିଲେ। ଏଭଳି ସଫଳତା ବଳରେ ସେ ଟୋକିଓ ପାରା ଅଲିମ୍ପିକ୍ସ ଯୋଗ୍ୟତା ନିକଟତର ହୋଇପାରିଛନ୍ତି। ଅବଶ୍ୟ ଯୋଗ୍ୟତା ନିୟମରେ ପରିବର୍ତ୍ତନ ହୋଇଛି। ଏବେ ର଼୍ୟାଙ୍କିଙ୍ଗ୍‌କୁ ଭିତ୍ତିକରି ଯୋଗ୍ୟତା ପ୍ରଦାନ କରାଯାଉଛି। ଅନ୍ତିମ ଟ୍ରାଏଲ ଆସନ୍ତା ମେ’ରେ ଅଛି। ମୋତେ ବିଶ୍ୱର ଟପ୍‌ ୫ରେ ପ୍ରବେଶ କରିବାର ଅଛି। ଯୋଗ୍ୟତା ହାସଲ କରିବା ନେଇ ମୁଁ ନିଶ୍ଚିତ ବୋଲି ତାମିଲନାଡୁର କୁମବାକନାମ ଅଞ୍ଚଳର ବାସିନ୍ଦା ଗୁଣଶେକରାନ କହିଛନ୍ତି। ତାଙ୍କୁ ୨୦୦୮ ଜାନୁୟାରୀରେ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ରେ ନିଯୁକ୍ତ କରାଯାଇଥିଲା। ୫ ମାସ ପରେ ଜୁନ୍‌ ୪ ତାରିଖରେ ବର୍ଡର ନିକଟରେ ରୁଟିନ ଚେକ୍‌ଅପ୍‌ କରୁଥିଲେ। ସେଠାରେ ବରଫରେ ଲୁଚାଯାଇଥିବା ବିସ୍ଫୋରକ ଉପରେ ସେ ଚଢ଼ିଯାଇଥିଲେ। ଏହା ବିସ୍ଫୋରଣ ହେବା ଫଳରେ ସେ ବାମଗୋଡ଼ ହରାଇଥିଲେ। ଏହି ଘଟଣାର ପ୍ରାୟ ଏକ ବର୍ଷ ପରେ ଏକ ମାଗାଜିନ ପଢ଼ୁଥିବାବେଳେ ବହୁ ସ୍ବର୍ଣ୍ଣପଦକ ବିଜେତା ପାରା ଅଲିମ୍ପିଆନ ଓସ୍କାର ପିଷ୍ଟ୍ରିଅସଙ୍କ ବିଷୟରେ ପଢ଼ି ତାଙ୍କ ଭଳି ହେବାକୁ ଇଚ୍ଛା ପ୍ରକଟ କରିଥିଲେ। ବାମ ଗୋଡ଼ ସ୍ଥାନରେ ମୁଁ କାଠଗୋଡ଼ ବ୍ୟବହାର କରୁଥିଲି, ଯାହାକି ଆଣ୍ଠୁ ପର୍ଯ୍ୟନ୍ତ କଟାଯାଇଥିଲା। ମୁଁ ଅଭ୍ୟାସ ବେଳେ ବହୁତ ଥର ପଡ଼ିଛି। କିନ୍ତୁ ଏହା ମୋର ନୂଆ ଜୀବନ ଥିଲା। ଯେଉଁ ଲୋକମାନେ ମୋତେ ଚିହ୍ନି ନ ଥିଲେ, ସେମାନେ ମୋର ଅଭ୍ୟାସ ଦେଖି ମୋତେ ପାଗଳ ଭାବୁଥିଲେ। ମୋତେ ପରିବାରରୁ ସମର୍ଥନ ମଧ୍ୟ ମିଳି ନ ଥିଲା। କାରଣ ଏ ସମ୍ପର୍କରେ ମୁଁ ଘରେ ସତ କହି ନ ଥିଲି। ୨୦୧୪ରେ ମୋତେ ଆର୍ମିର ସମର୍ଥନ ଓ ବ୍ଲେଡ୍‌ ମିଳିଥିଲା। ମୁଁ ମୋ ନାଁ କରିବାକୁ ଚାହୁଁଥିଲି। ଭାବୁଛି, ଲୋକମାନେ ମୋତେ ଏବେ ଚିହ୍ନ ପାରିବେ ବୋଲି ଗୁଣଶେକରନ କହିଛନ୍ତି। ସେ ୨୦୧୪ ପ୍ରଥମ ଅନ୍ତର୍ଜାତୀୟ ଗ୍ରାଁ ପ୍ରିରେ ଭାଗ ନେଇଥିଲେ। ସେଠାରେ ୨୦୦ ମି. ଦୌଡ଼ରେ ସ୍ବର୍ଣ୍ଣ ଓ ୧୦୦ ମି.ରେ ରୌପ୍ୟ ପାଇଥିଲେ। ଆଉ ଏବେ ସେ ୩ ଟାଇଟଲ ଜିତିଛନ୍ତି। ସେ ଏବେ ପୁଣେସ୍ଥିତ ଆର୍ମି ସ୍ପୋଟର୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ଠାରେ ଟ୍ରେନିଂ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାତିଲ ହୋଇପାରେ ଆଇପିଏଲ୍‌

କରୋନା ଭାଇରସ ସଂକ୍ରମଣ ଯୋଗୁ ଚଳିତ ସିଜନରେ ଅନେକ କ୍ରୀଡ଼ା ସ୍ଥଗିତ ରହିଛି କିମ୍ବା ବାତିଲ ହୋଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଚଳିତ ବର୍ଷର ଇଣ୍ଡିଆନ...

କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଳ,୧୪।୧୦: ମଧ୍ୟପ୍ରଦେଶ ହୋଶଙ୍ଗାବାଦ ଜିଲାର ରେସଲପୁର ଗଁା ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟ ସ୍ତରର ୪ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ...

ଗୋଆ ଠାରୁ ହାରି ଓଡ଼ିଶା ବିଦା

କଟକ ଅଫିସ,୧୩ା୬- ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରୁ ଘରୋଇ ଓଡ଼ିଶା ଦଳ ବିଦାୟ ନେଇଛି।...

ସାମାନ୍ୟ ବଦଳିପାରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ର କାର୍ଯ୍ୟସୂଚୀ

ସିଡ୍‌ନୀ,୨୪।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ମୂଳ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ତୃତୀୟ ଟେଷ୍ଟ ସିଡ୍‌ନୀଠାରେ...

ଟସ୍‌ ଜିତି ଭାରତର ବ୍ୟାଟିଂ

କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଗୁରୁବାର ଅନ୍ତିମ ମ୍ୟାଚରେ ଭାରତୀୟ ଅଧିନାୟକ ଶିଖର ଧାଓ୍ବନ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।...

ଭାରତୀୟ ଦଳର ବ୍ୟାଟିଂ କୋଚ୍‌ ଦୌଡ଼ରେ ପ୍ରବୀଣ ଆମ୍ରେ

ମୁମ୍ବାଇ, ୩୦।୭ (ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଆଇପିଏଲ୍‌ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରତିଭା ସମ୍ପନ୍ନ ଖେଳାଳି ଖୋଜିବା ଦାୟିତ୍ୱରେ ଥିବା...

ଆର ଅଶ୍ୱିନଙ୍କୁ ନେଇ ବଡ ଖୁଲାସା କଲେ ସ୍ତ୍ରୀ

ମେଲବୋର୍ନ,୨୯।୧୨: ଐତିହାସିକ ମେଲବୋର୍ନ ଟେଷ୍ଟରେ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଚାରି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ପ୍ରଥମ...

ପୁଣି ଶତକରୁ ବଞ୍ଚିତ ହେଲେ ଗିଲ୍‌

ମହୀଶୂର, ୧୭।୯ (ପି.ଟି.)- ସ୍ଥାନୀୟ ଶ୍ରୀକାନ୍ତଦତ୍ତ ନରସିମା ରାଜ ଓ୍ବାଡିୟାର ଗ୍ରାଉଣ୍ଡରେ ଘରୋଇ ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ଦଳ ମଧ୍ୟରେ ଅନ୍ତିମ ତଥା ୨ୟ...

Advertisement
Ten Cric Info


Archives

Model This Week