Posted inରାଜ୍ୟ

ଏମ୍‌ସିଏଲ୍‌ ଭରତପୁର ଖଣି ଦୁର୍ଘଟଣା: ବର୍ଷା, ଅତଡ଼ା ଖସିବାରୁ ବାଧା

ତାଳଚେର,୨୬ା୭(ନି.ପ୍ର.)-ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ଖସିପଡ଼ିଥିବା କୋଇଲା ଅତଡା ତଳେ ମଙ୍ଗଳବାର ରାତିରୁ ଚାପି ହୋଇ ରହିଥିବା ୩ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଗୁରୁବାର ପୂର୍ବାହ୍ନରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ରାସ୍ତା ନିର୍ମାଣ କରାଯାଉଥିଲେ ହେଁ ବର୍ଷା ଯୋଗୁ ସେଥିରେ ବାଧା ଉପୁଜିଛି। ଏଥିସହ ପୁଣି ଏକ ବଡ ମାଟି ଅତଡା ଖସି ପଡିବାରୁ ସମସ୍ୟା ବଢ଼ିଯାଇଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପକ୍ଷରୁ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲେ ବି କିଛି ସୁଫଳ ମିଳିନାହିଁ। ଘଟଣାସ୍ଥଳରେ ଏମ୍‌ସିଏଲ୍‌ର ଡାଇରେକ୍ଟର ଟେକ୍ନିକାଲ ଜେ.ପି. ସିଂ, ଡାଇରେକ୍ଟର ପର୍ସନାଲ କେ.ଆର. ବାସୁଦେବନ, ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଡାଇରେକ୍ଟର ଜେନେରାଲ ମାଇନ୍ସ ସେଫ୍ଟି (ଡିଜିଏମ୍‌ଏସ୍‌) ସୁବ୍ରତ ବାଗଚୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବୁଧବାର ଅପରାହ୍ନରେ ଜଣେ ଶ୍ରମିକ ପିପୁନ ବିଶ୍ୱାଳଙ୍କ ମୃତଦେହ ବାହାର କରାଯିବା ପରେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା। ଗୁରୁବାର ସକାଳୁ ପୁଣି କାର୍ଯ୍ୟ ଚାଲୁ କରାଯାଇଥିଲା। କେଉଁ ସ୍ଥାନରେ ଅନ୍ୟ ୩ ଶ୍ରମିକ ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସିକ୍ୟୁରିଟି ଗାର୍ଡ ରମେଶ ଦାସ ଓ ପମ୍ପ ଖଲାସୀ କାର୍ତ୍ତିକେଶ୍ୱର ମହାପାତ୍ର ଦବି ରହିଛନ୍ତି ତାହା ଜାଣିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ୩୫ ସଦସ୍ୟ, ରେସକ୍ୟୁ ଟିମ୍‌ ଖଣି ମଧ୍ୟକୁ ପ୍ରବେଶ କରିଥିଲେ। ୬ଜଣ ସଦସ୍ୟ ୨ଟି ସନ୍ଧାନୀ କୁକୁରର ସହାୟତା ନେଇ ସ୍ଥାନ ଚିହ୍ନଟ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇ ପାରି ନ ଥିଲେ। ମାଟି ଓ ବଡ ବଡ ପଥର ହଟାଇବା ପରେ ଉଦ୍ଧାର କାର୍ଯ୍ୟ ସହଜ ହେବ ବୋଲି ନିଷ୍ପତ୍ତି ନିଆଯିବାରୁ ଖଣି ଭିତରକୁ ଭାରିଯାନ ଯିବା ପାଇଁ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି। କିନ୍ତୁ ବର୍ଷା ଓ ପୁଣି ମାଟି ଅତଡ଼ା ଖସିବା ଏଥିରେ ବାଧକ ସାଜିଛି। ଦିନ ତମାମ ନିର୍ମାଣ କରାଯାଇଥିବା ରାସ୍ତା ବର୍ଷାରେ ଧୋଇ ଯାଇଥିବା ବେଳେ ଖଣିରୁ ପାଣି ନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ ନିର୍ମାଣ କରାଯାଇଛି। ଅଧିକ ବର୍ଷା ହେଲେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବ। ଅପରପକ୍ଷରେ ଉଦ୍ଧାର ପିପୁନ ବିଶ୍ୱାଳଙ୍କ ମୃତଦେହକୁ ରାତିରେ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଖଣିରେ ଦବି ରହିଥିବା ଅନ୍ୟ ୩ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯିବା, କ୍ଷତିଗ୍ରସ୍ତ ପରିବାରକୁ ଉଚିତ କ୍ଷତିପୂରଣ ସହ ଜଣକୁ ନିଯୁକ୍ତି, ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭାଜପା ଓ କଂଗ୍ରେସ ପକ୍ଷରୁ ଖଣିବନ୍ଦ ଆନ୍ଦୋଳନ କରାଯାଇଛି। ଫଳରେ ତାଳଚେର କୋଲ୍‌ ଫିଲ୍ଡସରେ ଅଚଳାବସ୍ଥା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri