ଏମ୍‌ସିଏଲ୍‌ ବିସ୍ଥାପିତ, ଥଇଥାନକୁ ନେଇ ଆର୍‌ପିଡିଏସି ବୈଠକ

ଝାରସୁଗୁଡା ଅଫିସ୍‌/ଲଖନପୁର,୧୫।୧୦(ଡି.ଏନ୍‌.ଏ)-ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ର ବିସ୍ଥାପିତ, ଥଇଥାନ ଆଦି ବହୁବିଧି ସମସ୍ୟାକୁ ନେଇ ମଙ୍ଗଳବାର ଝାରସୁଗୁଡା ଜିଲା ଡିଏମ୍‌ଏଫ୍‌ ସଭାଗୃହରେ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶ କମିଟି(ଆର୍‌ପିଡିଏସି)ବୈଠକ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଦକ୍ଷିଣାଞ୍ଚଳ ଆର୍‌ଡିସିସି ଟେମ୍‌ଜେନ୍‌ ଓ୍ବାପଙ୍ଗ୍‌, ଉତରାଞ୍ଚଳ ଡିଆଇଜି ହିମାଂଶୁଲାଲ୍‌, ଜିଲାପାଳ ସରୋଜ ସାମଲ,ଏସ୍‌ପି ଅଶ୍ୱିନୀ ମହାନ୍ତି, ବରଗଡ ଏମ୍‌ପି ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିି ପ୍ରମୁଖ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ା ଏଥିରେ ବିସ୍ଥାପିତ, ଥଇଥାନ, ନିଯୁକ୍ତି, କ୍ଷତିପୂରଣ, ଉନ୍ନୟନ ମୂଳକ କାର୍ଯ୍ୟ, ପ୍ରଦୂଷଣ ଆଦି ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା ା ୨ ବର୍ଷ ବ୍ୟବଧାନରେ ଏହି ବୈଠକ ହୋଇଥିବାବେଳେ ଏହାର ଫଳାଫଳକୁ ଲୋକେ ଚାହିଁରହିଛନ୍ତି ା ଏହି ରୁଦ୍ଧଦ୍ୱାର ବୈଠକରେ ସ୍ଥାନୀୟ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକଙ୍କ ବସିବା ପାଇଁ ସୁଯୋଗ ଦିଆଯାଇ ନ ଥିଲା ା ଯାହାଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ା ଏହାର ପ୍ରତିବାଦରେ ଲୋକେ ସଭାଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ପରମ୍ପରା ବଞ୍ଚାଇବାକୁ ପ୍ରୟାସ

କାମାକ୍ଷାନଗର, ୬।୬ ମହାମାରୀ କରୋନା ପାଇଁ ଅଟକି ଯାଇଥିଲା ମଣିଷ। ଜିଇବାକୁ ଚାଲିଥିବା ଯୁଦ୍ଧରେ ମଳିନ ପଡ଼ିଯାଇଥିଲା କଳାସଂସ୍କୃତି। କେବଳ ପରମ୍ପରା ବଞ୍ଚାଇ ରଖିବାକୁ କାମଚଳା...

ନନ୍ଦନକାନନରେ ଚାଲିଲା ଶିଶୁ ରେଳଗାଡ଼ି

ବାରଙ୍ଗ,୧୭।୧୧(ଡି.ଏନ୍‌.ଏ.):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକମାନଙ୍କର ଅନ୍ୟତମ ଆକର୍ଷଣ ଶିଶୁ ରେଳଗାଡ଼ି ମଙ୍ଗଳବାରଠାରୁ ବିଧିବଦ୍ଧଭାବେ ଚାଲିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କୁ ସୁଲଭ ମୂଲ୍ୟ ଓ...

ଭଙ୍ଗାଘରେ ଦିନ କାଟୁଛନ୍ତି ତାଳଧ୍ୱଜ ରଥର ବିଶ୍ୱକର୍ମା

ପୁରୀ ଅଫିସ,୨୭।୭:ସେ ହେଉଛନ୍ତି ବିଶ୍ୱକର୍ମା। ତାଳଧ୍ୱଜ ରଥର ମୁଖ୍ୟ ବିନ୍ଧାଣୀ। ତାଙ୍କ ନେତୃତ୍ୱରେ ନିର୍ମାଣ ହେଉଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଭବ୍ୟ ରଥ। ତାଙ୍କ ହାତ ତିଆରି...

ଖଣ୍ଡପଡ଼ା ବନାଞ୍ଚଳରେ ୪ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ

ଖଣ୍ଡପଡ଼ା,୬ା୧(ସ୍ବ.ପ୍ର.): ଚଳିତବର୍ଷ ଖଣ୍ଡପଡ଼ା ବନାଞ୍ଚଳ ପକ୍ଷରୁ ପକ୍ଷୀଗଣନା ଶେଷ ହୋଇଛି। ନୟାଗଡ଼ ବନଖଣ୍ଡ ସହକାରୀ ସଂରକ୍ଷକ ଆର.ବି. ମହାନ୍ତିଙ୍କ ନେତୃତ୍ୱରେ ୪ଟି ସ୍ଥାନରେ ପକ୍ଷୀଗଣନା କରାଯାଇଥିଲା।...

ଆଜି ପବିତ୍ର ତାରିଣୀ ବ୍ରତ: ଜଗନ୍ନାଥଙ୍କୁ ପୂଜା କରି ବ୍ରତ ଧାରଣ କଲେ ଶତାଧିକ ମହିଳା

ଢେଙ୍କିକୋଟ,୯।୭(ଡି.ଏନ୍‌.ଏ.): ମଙ୍ଗଳବାର ପବିତ୍ର ତାରିଣୀ ବ୍ରତ। କେନ୍ଦୁଝର ଜିଲାର ଆରାଧ୍ୟା ମା’ ତାରିଣୀଙ୍କ ଏହି ବ୍ରତ ପ୍ରତିବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ମଝିରେ ପଡ଼ିଥାଏ।...

ଗୃହ ବିଭାଗର ଅନୁମତିକୁ ଅପେକ୍ଷା: ଅଟକିଛି ସିନ୍ଥେଟିକ୍‌ ଟର୍ଫ ହକି ସେଣ୍ଟର

ଛତ୍ରପୁର,୧୪ା୨(ଡି.ଏନ.ଏ) ଛତ୍ରପୁର ଠାରେ ପ୍ରସ୍ତାବିତ ସିନ୍ଥେଟିକ୍‌ ଟର୍ଫ ହକି ସେଣ୍ଟର ପାଇଁ ଚିହ୍ନଟ ଜମିରେ ଥିବା ପୁରୁଣା କୋଠା ଭଙ୍ଗିବାକୁ ଅନୁମତି ମିଳୁ ନ ଥିବାରୁ...

ଟଙ୍କା, ସୁନା ଲୋଭରେ ବୃଦ୍ଧଙ୍କୁ ହତ୍ୟାକଲେ ନାତି

ନିଶ୍ଚିନ୍ତକୋଇଲି/ସାଲେପୁର, ୧୧ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): କଟକ ଜିଲା ନେମାଳ ଥାନା ଅଧୀନ କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଗଳାକାଟି ବୃଦ୍ଧଙ୍କୁ ହତ୍ୟା ଘଟଣାର ଶନିବାର ପୋଲିସ ପର୍ଦ୍ଦାଫାଶ...

ଅପହରଣ ପରେ ନାବାଳିକାଙ୍କୁ ବଳାତ୍କାର

କଟକ ଅଫିସ,୧୪ା୧୦:ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ୨୨ଦିନ ଧରି ବଳାତ୍କାର କରାଯାଇଛି। ୨ଜଣ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ ରାସ୍ତାରୁ ଅପହରଣ କରିନେଇ ଏକ ଚିକେନ ଫାର୍ମରେ ରଖି...

Advertisement
Archives

Model This Week