ଏମ୍‌ସିଏଲ୍‌ ବିସ୍ଥାପିତ, ଥଇଥାନକୁ ନେଇ ଆର୍‌ପିଡିଏସି ବୈଠକ

ଝାରସୁଗୁଡା ଅଫିସ୍‌/ଲଖନପୁର,୧୫।୧୦(ଡି.ଏନ୍‌.ଏ)-ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ର ବିସ୍ଥାପିତ, ଥଇଥାନ ଆଦି ବହୁବିଧି ସମସ୍ୟାକୁ ନେଇ ମଙ୍ଗଳବାର ଝାରସୁଗୁଡା ଜିଲା ଡିଏମ୍‌ଏଫ୍‌ ସଭାଗୃହରେ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶ କମିଟି(ଆର୍‌ପିଡିଏସି)ବୈଠକ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଦକ୍ଷିଣାଞ୍ଚଳ ଆର୍‌ଡିସିସି ଟେମ୍‌ଜେନ୍‌ ଓ୍ବାପଙ୍ଗ୍‌, ଉତରାଞ୍ଚଳ ଡିଆଇଜି ହିମାଂଶୁଲାଲ୍‌, ଜିଲାପାଳ ସରୋଜ ସାମଲ,ଏସ୍‌ପି ଅଶ୍ୱିନୀ ମହାନ୍ତି, ବରଗଡ ଏମ୍‌ପି ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିି ପ୍ରମୁଖ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ା ଏଥିରେ ବିସ୍ଥାପିତ, ଥଇଥାନ, ନିଯୁକ୍ତି, କ୍ଷତିପୂରଣ, ଉନ୍ନୟନ ମୂଳକ କାର୍ଯ୍ୟ, ପ୍ରଦୂଷଣ ଆଦି ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା ା ୨ ବର୍ଷ ବ୍ୟବଧାନରେ ଏହି ବୈଠକ ହୋଇଥିବାବେଳେ ଏହାର ଫଳାଫଳକୁ ଲୋକେ ଚାହିଁରହିଛନ୍ତି ା ଏହି ରୁଦ୍ଧଦ୍ୱାର ବୈଠକରେ ସ୍ଥାନୀୟ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକଙ୍କ ବସିବା ପାଇଁ ସୁଯୋଗ ଦିଆଯାଇ ନ ଥିଲା ା ଯାହାଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ା ଏହାର ପ୍ରତିବାଦରେ ଲୋକେ ସଭାଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri