ଏମ୍‌ପିଙ୍କ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଧର୍ମଶାଳା,୧୩ା୮(ଡି.ଏନ୍‌.ଏ.)- ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ସୋମବାର ଅଚାନକ୍‌ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ମେଡିକାଲରେ ଥିବା ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏଥିସହ ବିଭିନ୍ନ ବିଭାଗ ବୁଲିଦେଖିବା ସହ ନିରାମୟ ଯୋଜନାରେ ରୋଗୀ ଉପଯୁକ୍ତ ଔଷଧ ପାଉଛନ୍ତି ନା ନାହିଁ ସେ ସମ୍ପର୍କରେ ପଚାରିଥିଲେ। ପରେ ମେଡିକାଲ ପରିସରରେ ଥିବା ଏମ୍‌ସିଏଚ୍‌ ବିଲଡିଂ ପରିଦର୍ଶନ କରିଥିଲେ। କେଉଁ କାରଣରୁ ଏହା କାର୍ଯ୍ୟକ୍ଷମ ହେଉ ନାହିଁ ସେ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଡାକ୍ତରଖାନାରେ ଦୀର୍ଘଦିନ ହେବ ଖାଲି ପଡିଥିବା ଡାକ୍ତର ପଦବୀ ଓ ଅନ୍ୟାନ୍ୟ ଆନୁଷାଙ୍ଗିକ ସୁବିଧା ଉପଲବ୍ଧ ନ ଥିବାରୁ ଏମ୍‌ପି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଡାକ୍ତରଖାନାରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଏହାର ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଏହି ଗସ୍ତ ସମୟରେ ଯାଜପୁର ଏଡିଏମ୍‌ଓ କାହ୍ନୁଚରଣ ନାୟକ, ଧର୍ମଶାଳା ସିଏଚ୍‌ସିର ଅଧିକାରୀ ମାନସରଞ୍ଜନ ସ୍ବାଇଁ, ବିଏଚ୍‌ଇଓ ଏସ୍‌ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ, ଏହି ଡାକ୍ତରଖାନାରେ ୬ ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ମାତ୍ର ୩ ଜଣ ଡାକ୍ତର ଥିବାରୁ ଅନେକ ସମୟରେ ରୋଗୀସେବା ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପ ନିଆଁରେ ପୋଡ଼ି ମହିଳା ଗୁରୁତର

ବ୍ରହ୍ମପୁର ଅଫିସ,୨୧।୨: ପବିତ୍ର ମହାଶିବରାତ୍ରି ଅବସରରେ ଜଣେ ମହିଳା ମନ୍ଦିର ଯାଇଥିବା ବେଳେ ସେଠାରେ ଏକ ଅଘଟଣ ଘଟିଛି। ଗଞ୍ଜାମ ଥାନା ଅନ୍ତର୍ଗତ ଝାଡ଼କୁଦା ଗ୍ରାମର...

ସହାୟତା ଅପେକ୍ଷାରେ ୩ ଅନାଥ ଭଉଣୀ ଭାଇ

ଠାକୁରମୁଣ୍ଡା,୨୧ା୪(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଡଙ୍ଗାଡ଼ିହା ଗ୍ରାମ ଘୁଟୁ ସାହିରେ ୩ ଅନାଥ ଭଉଣୀ ଭାଇ ଅସହାୟ ଭାବେ ଜୀବନ ଅତିବାହିତ...

ଦୁର୍ଘଟଣାରେ ସୁରଙ୍ଗି ଫରେଷ୍ଟର ମୃତ

ପାତ୍ରପୁର,୨୨ା୫(ଡି.ଏନ୍‌.ଏ.)- ଜରଡ଼ା ଥାନା ଅଧିନ ସୁରଙ୍ଗି ଫରେଷ୍ଟର୍‌ ଶିବ ବେହେରାଙ୍କର ଗୁରୁବାର ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପଙ୍କାଳ ନିକଟ ନର୍ସରୀକୁ ଯାଇ ମଧ୍ୟାହ୍ନରେ ଫେରିବାବେଳେ...

ଫଳକରେ ଅଟକିଛି ଉନ୍ନୟନ କାର୍ଯ୍ୟ

ବାରିପଦା ଅଫିସ, ୧୮ା୩- ବାରିପଦାର ସହରରେ ଥିବା ୭ଟି ବନ୍ଧର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୨ ଫେବୃୟାରୀ ୨୦୧୯ରେ ଭିିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା। ଭିତ୍ତିପ୍ରସ୍ଥର...

ପୋଲିସ ଜାଲରେ ପଡ଼ିଲେ ମିଛ ଆର୍‌ଟିଓ ଅଧିକାରୀ

ବରଗଡ଼ଅଫିସ,୨୫।୧୦: ଆର୍‌ଟିଓ ଅଧିକାରୀ ସାଜି ଗାଡ଼ିଗୁଡିକରୁ ଟଙ୍କା ଅସୁଲି କରୁଥିଲେ। ସୋମବାର ରାତିରେ ବରଗଡ଼ ସହର ଉପକଣ୍ଠ ଫୋରଲେନ୍‌ ରାସ୍ତାର ଟୋଲ୍‌ପ୍ଲାଜା ନିକଟରୁ ଧରାପଡିଛନ୍ତି ମିଛ...

କୋଭିଡ୍‌ ସଚେତନତା ସପ୍ତାହ ଶୁଭାରମ୍ଭ କଲେ ଜିଲାପାଳ: ଗଞ୍ଜାମରେ କରୋନାରୁ ୯୭ ପ୍ରତିଶତ ସୁସ୍ଥ

ଛତ୍ରପୁର,୨୪ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତିରେ ସୁଧାର ଆସିଛି। ଏହି ପରିପ୍ରେକ୍ଷୀରେ କୋଭିଡ୍‌ ସପ୍ତାହ ପାଳନ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୧...

ଯୁବକଙ୍କୁ ହତ୍ୟା ଉଦ୍ୟମ: ୩ ଗିରଫ

ପୁରୁଷୋତ୍ତମପୁର,୨୨ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଏକ ତିନି ଜଣିଆ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛି। ଏନେଇ ବୁଧବାର ଏକ ଖବରଦାତା ସମ୍ମିଳନୀରେ...

୩ ରଥର ପ୍ରଥମ ଭୂଇଁ ନିର୍ମାଣ ଶେଷ

ପୁରୀ ଅଫିସ ୧୫।୬: ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ ଚାଲିଥିବାବେଳେ ୪୪ଟି ଯୋଖା ତିନିରଥର ଚାରିପାଶର୍‌ବ କୋଣରେ ଫିଟିଙ୍ଗ ସମ୍ପୂର୍ଣ୍ଣ ହେବାପରେ ମଙ୍ଗଳାବାର ପ୍ରଥମ ଭୂଇଁ...

Advertisement
Archives

Model This Week