ଏମ୍‌କେସିଜିରେ ପୁଣି ୪ ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୨।୫- ସମଗ୍ର ବିଶ୍ୱ ଏବେ କରୋନା କବଳରେ। ଏହି ଘାତକ ମହାମାରୀ କବଳରୁ ରକ୍ଷା ପାଇବା ଲାଗି ସମ୍ପ୍ରତି ଲକ୍‌ଡାଉନ୍‌ ଜାରି ରହିଛି। ରାଜ୍ୟର ୩ଟି ଜିଲା ବିଶେଷ ଭାବେ କରୋନା ପ୍ରଭାବିତ ହୋଇଥିବା ବେଳେ ଗଞ୍ଜାମ ଗ୍ରୀନ୍‌ ଜୋନ୍‌ରେ ରହିଛି। ହେଲେ ବାହାର ରାଜ୍ୟରୁ ପ୍ରବାସୀମାନେ ଫରୁଥିବା ଯୋଗୁ ଆଗାମୀ ସମ୍ଭାବ୍ୟ ସ୍ଥିତି ଉପରେ ଜିଲା ପ୍ରଶାସନ ନଜର ରଖିଛି। ତେବେ ଶନିବାର ଜିଲାରେ କୋଭିଡ଼ – ୧୯ ଲକ୍ଷଣ ଥିବା ୪ଜଣ ସନ୍ଦିଗ୍ଧଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି ) ମେଡିକାଲରେ କୋଭିଡ଼ -୧୯ ୱାର୍ଡରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ କାଶ ଓ ଜ୍ୱର ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ଅଞ୍ଚଳର ୨ ଜଣ, ଗଞ୍ଜାମ ଓ ଚିକିଟି କେ .ନୂଆଗାଁ ଅଞ୍ଚଳର ଜଣେ ଲେଖାଏ ସନ୍ଦିଗ୍ଧ ରହିଛନ୍ତି। ମଧ୍ୟାହ୍ନରେ ତାଙ୍କର ସ୍ବାବ ସଂଗ୍ରହ କରାଯାଇଛି। ସେଗୁଡ଼ିକୁ ଉଭୟ ଏମ୍‌କେସିଜି ମେଡିକାଲ ପରୀକ୍ଷା କେନ୍ଦ୍ର ଓ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଛି ବୋଲି ମେଡିକାଲ ଅଧିକ୍ଷକ ପ୍ରଫେସର ଡ଼.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ ବୁଧବାର ବିଳମ୍ବିତ ରାତ୍ରରେ ଗୁଜରାଟର ସୁରତରୁ ୪ଟି ବସ୍‌ରେ ୨୧୭ ପ୍ରବାସୀ ଶ୍ରମିକଙ୍କୁ ଗଞ୍ଜାମ ଜିଲାର ଶେରଗଡ ଓ ଧରାକୋଟରେ ପହଞ୍ଚିଥିଲେ। ସେମାନଙ୍କୁ ଉଭୟ ବ୍ଲକର ଆଦର୍ଶ ବିଦ୍ୟାଳୟର ସଂଗରୋଧ ଗୃହରେ ରଖାଯାଇଥିଲା । ଗୁରୁବାର ସାରେ ୧୭୬ ଜଣଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଥିବା ବେଳେ ଶୁକ୍ରବାର ସକାଳେ ପରୀକ୍ଷା ପାଇଁ ଉଭୟ ଏମ୍‌କେସିଜିର ମାଇକ୍ରୋ ବାୟୋଲୋଜିରେ ଥିବା ପରୀକ୍ଷା କେନ୍ଦ୍ର ଓ ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିଲା। ସେହିପରି ଶୁକ୍ରବାର ସାରେ ଉଭୟ ବ୍ଲକର ସଂଘରୋଧ ଗୃହରୁ ୪୧ ଜଣ ଓ ଶନିବାର ଆସ୍କା ଅଞ୍ଚଳରୁ ୧୨୧ ଜଣ ଏଭଳି ୧୬୨ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆର୍‌ଏମ୍‌ଆର୍‌ସିକୁ ଶନିବାର ପଠାଯାଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମା ମିଶ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?