ଏମ୍‌କେସିଜିରେ ପୁଣି ୨ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୧୭ା୩
ଗଞ୍ଜାମ ଜିଲାରେ ଏବେ କରୋନାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପର ସହର ବୁଲି ବିଭିନ୍ନ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଜିଲାରେ ୧୪୪ ଧାରା ଜାରି ହୋଇଛି। ଏମ୍‌କେସିଜି ମେଡିକାଲରେ ଗତ ୧୪ ତାରିଖରେ ୩ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ବେଳେ ସୋମବାର ପୁଣି ଜଣେ ୭୦ ବର୍ଷିୟା ବୃଦ୍ଧା ଓ ଇଞ୍ଜିନିୟରିଂ ଛାତ୍ର ଏହି ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ବୃଦ୍ଧା ଜଣକ ଦିଗପହଣ୍ଡି ଅଞ୍ଚଳର। ସେ ଫେବୃୟାରୀରେ ମାଉଣ୍ଟଆବୁ ଯାଇ ୫ ଦିନ ତଳେ ଗଁାକୁ ଫେରିଥିଲେ। ସ୍ବାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। କାଶ ନ କମିବାରୁ ତାଙ୍କୁ କରୋନା ୱାର୍ଡରେ ଭର୍ତ୍ତି କରାଯାଇଛି ବୋଲି ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ତାଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ଆରଏମ୍‌ଆରସିକୁ ପଠାଯାଇଛି। ସେହିପରି ବ୍ରହ୍ମପୁର ନିକଟ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ର ନିକଟରେ କାଜାକସ୍ଥାନରେ ରହୁଥିବା ସମ୍ପର୍କୀୟଙ୍କ ପାଖକୁ ଯାଇ ସେଠାରୁ ଫେରିଥିଲେ। ତାଙ୍କ କାଶ ଛିଙ୍କ ନ କମିବାରୁ ସୋମବାର ସନ୍ଧ୍ୟାରେ ଏମ୍‌କେସିଜି କରୋନା ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି। ସ୍ବାବ୍‌ ସଂଗ୍ରହ କରି ମଙ୍ଗଳବାର ଆର୍‌ଏମ୍‌ଆର୍‌ସିକୁ ପଠାଯିବ ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ।
ପୂର୍ବରୁ ଚିକିଟି ଅଞ୍ଚଳର ଦମ୍ପତି ଦୁବାଇର ଆବୁଧାବିରେ ଶ୍ରମିକ ଭାବେ କାମ କରୁଥିବାବେଳେ ନିକଟରେ ସେମାନେ ଗଁାକୁ ଫେରିଥିଲେ। ତାଙ୍କ କରୋନା ଭାଇରସ୍‌ ରିପୋର୍ଟ ସେଠାରେ ନେଗେଟିଭି ଥିବାବେଳେ ଗ୍ରାମବାସୀ ତାଙ୍କୁ ପୁଣିଥରେ ପରୀକ୍ଷା ପାଇଁ ଏମ୍‌କେସିଜିରେ ଭର୍ତ୍ତି କରିଥିଲେ। ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଜଣେ ସନ୍ଦିଗ୍ଧ ମଧ୍ୟ ଏମ୍‌କେସିଜିରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ଲାଳ (ସ୍ବାବ) ପରୀକ୍ଷା ପାଇଁ ଆର୍‌ଏମଆରସିକୁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ରିପୋର୍ଟ ମିଳିନାହିଁ ବୋଲି ଅଧୀକ୍ଷକ ମିଶ୍ର କହିଛନ୍ତି। ୧୪ ତାରିଖ ସକାଳେ କୃଷ୍ଣପ୍ରସାଦ ଅଞ୍ଚଳର ଜଣେ କରୋନା ସନ୍ଦିଗ୍ଧ ଏମ୍‌କେସିଜିରେ ଭର୍ତ୍ତି ହୋଇଥିଲେ। ସେ ରାତିରେ ଫେରାର ହୋଇଯାଇଥିଲେ।୧୫ ତାରିଖରେ ଏମ୍‌କେସିଜି କର୍ତ୍ତୃପକ୍ଷ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। କୃଷ୍ଣପ୍ରସାଦ ଲୋକେ ସନ୍ଦିଗ୍ଧଙ୍କୁ ଗଁାରେ ରଖାଇ ନ ଦେବାରୁ ସେ ୧୫ ତାରିଖ ବିଳମ୍ବିତ ରାତିରେ ପୁଣିଥରେ ଏମ୍‌କେସିଜିକୁ ଫେରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଜେନିକ୍‌ ମାଛ ବଜାରରେ ରହୁନି ସ୍ବଚ୍ଛତା

ବ୍ରହ୍ମପୁର ଅଫିସ,୨୬।୬: ବ୍ରହ୍ମପୁର ସହରବାସୀଙ୍କୁ ସ୍ବଚ୍ଛତା ବାତାବରଣ ମଧ୍ୟରେ ଆମିଷ ଦ୍ରବ୍ୟ ଯୋଗାଇବା ଲକ୍ଷ୍ୟରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ପରିସରରେ...

ପୂର୍ବତନ ବାଚସ୍ପତିଙ୍କ ପରବର୍ତ୍ତୀ ରାଜନୀତି

ବ୍ରହ୍ମପୁର ଅଫିସ,୨୨ା୬: ଅତୀତରେ ଗଞ୍ଜାମ ଜିଲାରୁ ହୋଇଥିବା ପୂର୍ବତନ ବାଚସ୍ପତିମାନଙ୍କ ପରବର୍ତ୍ତୀ ରାଜନୀତି ଓଲଟପାଲଟ ହୋଇଯାଇଛି। ଏହି ଜିଲାର ଲାଲ ମୋହନ ପଟ୍ଟନାୟକ ୧୯୪୬ରୁ ୫୨...

ଭୁବନେଶ୍ୱରରୁ ବାରାଣସୀ ଉଡ଼ିଲା ବିମାନ

ଭୁବନେଶ୍ୱର, ୧।୩(ବ୍ୟୁରୋ): ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଇଣ୍ଡିଗୋ ଏଟିଆର-୭୨ ଶନିବାର ରାତି ୯ଟା ୫୦ରେ ବାରାଣସୀ ଅଭିମୁଖେ ବିଜୁ ପଟ୍ଟନାୟକ...

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ନୂଆ ମୋଡ଼: ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଡ୍ରାଇଭର କହିଲେ ଏଭଳି କଥା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ବେଳକୁ ବେଳ ନୂଆ ମୋଡ ନେଉଛି। ଉକ୍ତଦିନ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଚଳାଇଥିବା ଡ୍ରାଇଭର ଏବେ ନୂଆ ଟୁଇଷ୍ଟ...

ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଲେ ଭାଜପା, କଂଗ୍ରେସ

ବରଗଡ଼ ଅଫିସ୍‌/ଅମ୍ବାଭୋନା,୨୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚାଲିଛି ଛକାପଞ୍ଝା । ଏଭଳି ସ୍ଥିତିରେ ସୋମବାର ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଜିଲା ପରିଷଦ ଜୋନ-୨ରୁ...

ଏବେ ବି ଚୁଆପାଣି ଉପରେ ଭରସା

ନୂଆଗାଁ,୩।୧୧(ଡି.ଏନ.ଏ.):ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେଥିମଧ୍ୟରୁ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା। ସେଥିପାଇଁ ସରକାର ଅଧିକ...

୨୭ରେ ଘଟଣାସ୍ଥଳ ଯିବ ଏସ୍‌ଆଇଟି

ଭୁବନେଶ୍ୱର,୨୫।୬(ବ୍ୟୁରୋ): କଟକ ଜିଲା ଆଠଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଥିବା ଦୁଇଟି ହାତୀ କଙ୍କାଳ ଘଟଣାରେ ରାଜ୍ୟ ସରକାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କରିଛନ୍ତି। ମାସକ...

CORONAVIRUS UPDATE: ଆଉ ଜଣେ ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର, ୨୫।୪ (ବ୍ୟୁରୋ)- ରାଜ୍ୟ ପାଇଁ ଏକ ଖୁସିଖବର, ଆଉ ଜଣେ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସୁସ୍ଥ...

Advertisement
Archives

Model This Week