ଏମ୍‌ଏଲ୍‌ଓଏସ୍‌ରେ ପଞ୍ଜୀକୃତ ହେବେ ଡାକ୍ତର

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ ମେଡିକୋ ଲିଗାଲ ଓପିନିଅନ ସିଷ୍ଟମ୍‌ (ଏମ୍‌ଏଲ୍‌ଓଏସ୍‌)ରେ ପଞ୍ଜୀକୃତ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ‘ମୋ ସରକାର’ ଯୋଜନା ଆରମ୍ଭ ହେବାପରେ ଡାକ୍ତରମାନଙ୍କଠାରୁ ଆବଶ୍ୟକ ସ୍ଥଳେ ଆଇନଗତ ପରାମର୍ଶ ନେବା ପାଇଁ ଏକ ସ୍ବତନ୍ତ୍ର ୱେବସାଇଟ୍‌ ପ୍ରସ୍ତୁତ ହୋଇଛି। ୱେବସାଇଟ୍‌ରେ ଡାକ୍ତରମାନେ ନିଜକୁ ପଞ୍ଜୀକୃତ କରିବା ପରେ ଏହାର ଲାଭ ଉଠାଇ ପାରିବେ। ପୋଲିସ ବିଭାଗ ଅଧୀନ ରାଜ୍ୟ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ ଏହି ୱେବସାଇଟ୍‌ର ବ୍ୟବହାର ପାଇଁ ସ୍ବତନ୍ତ୍ର ଆଇଡି ଓ ପାସ୍‌ୱାର୍ଡ ପ୍ରସ୍ତୁତ କରିଛି। ତେବେ ଏହି କାର୍ଯ୍ୟକ୍ରମରେ ଏଯାବତ୍‌ ଡାକ୍ତରମାନଙ୍କ ପଞ୍ଜୀକରଣ ଆଶାନୁରୂପ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲାପାଳଙ୍କୁ ଲେଖିଥିବା ପତ୍ରରେ ନଭେମ୍ବର ୧୫ ସୁଦ୍ଧା ଯେପରି ସବୁ ଡାକ୍ତର ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି। ଏ ପ୍ରସଙ୍ଗରେ ଜିଲାପାଳମାନେ ମେଡିକାଲ କଲେଜ, ସିଡିଏମ୍‌ଓ ଏବଂ ଅନ୍ୟ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ସହ ପ୍ରତି ମାସରେ ନିୟମିତ ବ୍ୟବଧାନରେ ସମୀକ୍ଷା ବୈଠକ କରିବା ସହ କେଉଁ ଜିଲାରେ କେତେ ଡାକ୍ତର ଏମ୍‌ଏଲ୍‌ଓଏସ୍‌ରେ ପଞ୍ଜୀକରଣ କରିଛନ୍ତି ତାହାର ସାପ୍ତାହିକ ରିପୋର୍ଟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପଠାଇବାକୁ କୁହାଯାଇଛି। ସ୍ବାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ମେଡିକୋ ଲିଗାଲ ଓପିନିଅନ ସିଷ୍ଟମରେ ଡାକ୍ତରଙ୍କ ପଞ୍ଜୀକରଣ ସଂକ୍ରାନ୍ତୀୟ ଅଗ୍ରଗତି ବିଷୟରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣ କରି ଶିକ୍ଷୟିତ୍ରୀ ଭଉଣୀଙ୍କୁ ବିବାହ କଲେ ବଡ଼ବାପା ପୁଅ: ବାପା ପ୍ରତିବାଦ କରିବାରୁ କଙ୍ଗାରୁ କୋର୍ଟରେ ଜରିମାନା

ଖୋର୍ଦ୍ଧା ଅଫିସ,୨୨ା୮: ଖୋର୍ଦ୍ଧା ଜିଲା ବାଣପୁର ଥାନାର ହରିଚନ୍ଦନପୁର। ଏଠାରେ ଭାଇ ଭଉଣୀଙ୍କୁ ବିବାହ କରିବା ଘଟଣା ଚର୍ଚ୍ଚାର କାରଣ ପାଲଟିଛି। ଶିକ୍ଷୟିତ୍ରୀ ଭଉଣୀଙ୍କୁ ଅପହରଣ...

୩ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ବର,୨୯।୬(ବ୍ୟୁରୋ): ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଲାଗି ରହିବ ବର୍ଷା। ଏନେଇ ୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ଅଧିକାଂଶ...

ରାଜପଥ ବିପଦସଙ୍କୁଳ, ରାସ୍ତାରୋକୋ

ଢେଙ୍କାନାଳ ଅଫିସ,୩।୧୨ କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ଢେଙ୍କାନାଳ ସହରସ୍ଥିତ ୧ନଂ ୱାର୍ଡ ଆନନ୍ଦନଗରଠାରୁ କଲେଜ ବାଇପାସ ଓ ମହିଷାପାଟଠାରୁ କଣ୍ଟାନାଳୀ ବାଇପାସ ପର୍ଯ୍ୟନ୍ତ ରାସ୍ତା...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ :ବ୍ରାହ୍ମଣୀଗାଁ ଫରେଷ୍ଟରଙ୍କ ୧କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ

ଫୁଲବାଣୀ ଅଫିସ/ଦାରିଙ୍ଗବାଡ଼ି/ବାଲିଗୁଡ଼ା(ଡି.ଏନ୍‌.ଏ.)୨୮ା୧୨-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁ ା ଫୁଲବାଣୀ...

ରାଜ୍ୟରେ ୪୮୫୩ ସୁନା ଦୋକାନ

ଭୁବନେଶ୍ୱର,୨୫ା୩(ବ୍ୟୁରୋ):ରାଜ୍ୟରେ ମୋଟ ୪୮୫୩ ସୁନା ଦୋକାନ ଅଛି। ସେମାନଙ୍କ ମଧ୍ୟରୁ ୨୦୧୮-୧୯ରେ ୨୭୬ ଦୋକାନରେ ଚଢ଼ାଉ କରାଯାଇ ୬ ଲକ୍ଷ ୬ ହଜାର ୭୫୦ ଟଙ୍କା...

ଦିଲ୍ଲୀକୁ ଗଡିବ ଆଉ ୨ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୯।୧୦(ବ୍ୟୁରୋ)-ଓଡ଼ିଶାରୁ ନୂଆଦିଲ୍ଲୀକୁ ଗଡିବ ଆଉ ୨ଟି ସ୍ବତନ୍ତ୍ର ଟ୍ରେନ। ୧୭ ତାରିଖରୁ ଚାଲିବ ଭୁବନେଶ୍ୱର-ଆନନ୍ଦବିହାର ସ୍ପେଶାଲ ଟ୍ରେନ। ଏହି ଟ୍ରେନ ପ୍ରତି ଶନିବାର ଅପରାହ୍ନ ୧୨ଟା...

୩ ଦିନ ଧରି ହେବ ସାତକୋଶିଆରେ କୁମ୍ଭୀର ଗଣନା

ଗଣିଆ,୯ା୧(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ୯ ତାରିଖରୁ କୁମ୍ଭୀର ଗଣନା...

ଦୈନନ୍ଦିନ ଜୀବନରେ ସ୍ବଚ୍ଛତାକୁ ସାମିଲ କର

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣ ଅଭିଯାନ ବର୍ତ୍ତମାନ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଲୋକଙ୍କୁ ଏକ ସୁସ୍ଥ ବାତାବରଣ ପ୍ରଦାନ କରିବାର ମାଧ୍ୟମ ହୋଇପାରିଛି।...

Advertisement
Archives

Model This Week