Posted inଖେଳ

ଏମିତି ରେକର୍ଡ କରିବାରେ ରସ୍‌ ଟେଲର ବିଶ୍ୱର ପ୍ରଥମ ଖେଳାଳି

ୱେଲିଂଟନ,୨୧।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ରସ୍‌ ଟେଲର୍‌ ଏକ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟର ତିନିଟି ଫର୍ମାଟ ଏକଦିବସୀୟ, ଟେଷ୍‌ ଏବଂ ଟି-୨୦ରେ ୧୦୦-୧୦୦ ମ୍ୟାଚ୍‌ ଖେଳିବାରେ ବିଶ୍ୱର ପ୍ରଥମ ଖେଲାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଭାରତ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ରସ୍‌ କ୍ୟାରିୟର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳୁଛନ୍ତି। ପୂର୍ବରୁ ସେ କିଓ୍ବି ଟିମ୍‌ ପାଇଁ ୨୩୧ଟି ଏକଦିବସୀୟ ମ୍ୟାଚ୍‌ ଏବଂ ୧୦୦ଟି ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି। ଟେଲର୍‌ ନ୍ୟୁଜିଲାଣ୍ଡ ପାଇଁ ୧୦୦ଟି ଟେଷ୍ଟ ଖେଲିବାରେ ଚତୁର୍ଥ ଖେଲାଳି ହୋଇପାରିଛନ୍ତି। ଓ୍ବେଲିଂଟନରେ ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଟେଲର୍‌ ମ୍ୟାଚ୍‌ ପୂର୍ବରୁ ନିଜ ୩ ପିଲାଙ୍କୁ ଧରି ପଡିଆକୁ ଆସିଥିଲେ। ସୂନଚାଯୋଗ୍ୟ,ରସ୍‌ ଟେଲର ୧୦୦ଟି ଟେଷ୍ଟରୁ ୭,୭୧୪ ରନ୍‌, ୨୩୧ଟି ଏକଦିବସୀୟ ମ୍ୟାଚ୍‌ରୁ ୮,୫୭୦ ରନ୍‌ ଏବଂ ୧୦୦ଟି ଟି୨୦ ମ୍ୟାଚରୁ ୧,୯୦୯ ରନ୍‌ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଆଶଙ୍କାରେ ଗିନି ଓହରିଲା

କୋନାକ୍ରି (ଗିନି), ୨୩ା୭ (ଏପି)- କରୋନା ଭାଇରସ ପାଇଁ ଆଫ୍ରିକୀୟ ଦେଶ ଗିନି ଟୋକିଓ ଅଲିମ୍ପିକ୍ସରୁ ଓହରିଯାଇଛି। ଗେମ୍ସରେ ଏହାର ୫ଜଣ ଆଥ୍‌ଲେଟ ଅଂଶଗ୍ରହଣ କରିଥାନ୍ତେ।...

ଆରୋନ୍‌ ଫିଞ୍ଚ୍‌ଙ୍କୁ ଚେତାବନୀ ଦେଇ ଛାଡ଼ିଲେ ଅଶ୍ୱିନୀ

ଦୁବାଇ, ୬।୧୦: ଆଇପିଏଲ୍‌ ଚଳିତ ସଂସ୍କରଣରେ ସୋମବାର ଅନୁଷ୍ଠିତ ଏକ ହାଇସ୍କୋରିଂ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍‌ ଚ୍ୟାଲେଞ୍ଜର୍ସ...

ଲଡର୍‌ସ ଟେଷ୍ଟରୁ ଓଲି ଷ୍ଟୋନ୍‌ ବାଦ୍‌

ଲଣ୍ଡନ, ୭।୮- ଆଘାତଜନିତ ସମସ୍ୟା ଇଂଲଣ୍ଡ ଦ୍ରୁତ ବୋଲର ଓଲି ଷ୍ଟୋନ୍‌ ଲଡର୍‌ସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଆଶେସ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି।...

ଅଷ୍ଟ୍ରେଲିଆ ଅଧିନାୟକଙ୍କୁ ସମାଲୋଚନା କରିଥିଲେ ଗାଭାସ୍କର, ପେନ୍‌ ଦେଲେ ଏଭଳି ଜବାବ

ବ୍ରିସବେନ୍‌,୧୪।୧: ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ଙ୍କୁ ଭାରତର ପୂର୍ବ ଖେଳାଳି ସୁନିଲ ଗାଭାସ୍କର କଟୁ ଟିପ୍ପଣୀ କରିଥିଲେ। ଗୁରୁବାର ଏହାର ଜବାବ ରଖିଛନ୍ତି ପେନ୍‌।...

ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ପୂର୍ବରୁ ପ୍ରବଳ ନାଚିଲେ ଆରସିବି ଖେଳାଳି: ଜାଣନ୍ତୁ କାହିଁକି

ଚେନ୍ନାଇ,୮।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜନରେ ପ୍ରଥମ ଟାଇଟଲ ହାସଲ କରିବାକୁ ପ୍ରସ୍ତୁତ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ। ଆଇପିଏଲ୍‌ ୨୦୨୧ରେ...

ତିଓ୍ବାରୀଙ୍କ ସ୍ଥାନରେ ଈଶ୍ୱରନଙ୍କୁ ବେଙ୍ଗଲର ନେତୃତ୍ୱ

କୋଲକାତା,୩୧।୮: ଆଗାମୀ ଘରୋଇ କ୍ରିକେଟ ସିଜନରେ ଅଭିମନ୍ୟୁ ଈଶ୍ୱରନ ବେଙ୍ଗଲ ଦଳର ନେତୃତ୍ୱ ନେବେ। ମଙ୍ଗଳବାରଠାରୁ ଜୟପୁରଠାରେ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଟୁର୍ନାମେଣ୍ଟ...

ଗୁରୁକୁଳ ଟେନିସ ଚାମ୍ପିୟନଶିପ୍‌: ଦେବାଶିଷ ସାହୁଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀ ଜନିତ ବ୍ରେକ୍‌ ପରେ ରାଜ୍ୟର ପ୍ରଥମ ଟେନିସ ଟୁର୍ନାମେଣ୍ଟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଶନିବାର...

ଆକ୍ସନ ପ୍ଲାନ୍‌ ଆରମ୍ଭ କରିବ ହକି ଇଣ୍ଡିଆ

ନୂଆଦିଲ୍ଲୀ, ୩୧।୩- ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି(ଆଇଓସି) ପକ୍ଷରୁ ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଘୋଷଣା ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ...

Advertisement


Archives

Model This Week