Posted inଫୁରସତ

ଏମିତି ମାସ୍କ, ଯାହା ମୁହଁରୁ ନ ଖୋଲି ଖାଇପାରିବେ ଖାଦ୍ୟ

ସାରା ବିଶ୍ୱରେ କରୋନା ଭାଇରସ୍‌ ତା’ର କାୟା ବିସ୍ତାର କରିସାରିଛି। ଏହି ଭାଇରସ୍‌ ଯୋଗୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୫୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। କାହାକୁ ମଧ୍ୟ ଜଣା ନାହିଁ ଏହି ଭାଇରସ୍‌ କେବେ ଯିବ ଆଉ କେବେ ପରିସ୍ଥିତି ସ୍ବାଭାବିକ ହେବ। ଆଜିପର୍ଯ୍ୟନ୍ତ ଏହି ଭାଇରସ୍‌ ପାଇଁ କୌଣସି ଔଷଧ ମଧ୍ୟ ବାହାରି ନାହିଁ। ଲୋକେ କେବଳ ସାମାଜିକ ଦୂରତା ଏବଂ ମୁହଁରେ ମାସ୍କ ଲଗାଇ ଏହି ଭାଇରସ୍‌ ସହ ଲଢୁଛନ୍ତି।
ଏହି ସମୟରେ ଲୋକଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଖାଇବା ଏବଂ ପିଇବା ସମୟରେ ମୁହଁରୁ ମାସ୍କ କାଢ଼ିବାକୁ ପଡୁଛି। ମାତ୍ର ଇସ୍ରାଇଲର ବୈଜ୍ଞାନିକମାନେ ଏକ ରିମୋଟ୍‌ କଣ୍ଟ୍ରୋଲ୍‌ କରୋନା ଭାଇରସ୍‌ ମାସ୍କ ତିଆରି କରିଛନ୍ତି। ଯାହାକୁ ଖାଇବା ସମୟରେ ଖୋଲିବାକୁ ପଡ଼ିବନି। ଏହି ମାସ୍କରେ ହ୍ୟାଣ୍ଡ୍‌ ବ୍ରେକ୍‌ ଲାଗିଛି। ଚାଲ ଖାଇବା କହିଲେ, ଏହା ସାମ୍ନାରେ ଲାଗିଥିବା ସ୍ଲଟ୍‌ ଖୋଲିଯିବ।
ଆଭିପିପସ୍‌ ପେଣ୍ଟେଣ୍ଟ୍‌ସ ଏବଂ ଉଦ୍ଭାବନରର ଉପାଧ୍ୟକ୍ଷ ଆସାଫ୍‌ ଗିଟେଲିସ୍‌ କହିଛନ୍ତି ଯେ, ରିମୋଟ୍‌ ସହାୟତାରେ ମାସ୍କ ଖୋଲାଯାଇପାରିବ। ଯେତେବେଳେ କେହି ଚାମଚକୁ ମୁହଁ ପାଖକୁ ନେବ ସେତେବେଳେ ଏହା ସ୍ବୟଂଚାଳିତ ଭାବେ କାର୍ଯ୍ୟ କରିବ। ମାତ୍ର ଏହି ମାସ୍କ ଏବେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ନୁହେଁ।
କମ୍ପାନୀ ପକ୍ଷରୁ କୁହାଯାଇଛି, ମାସକ ମଧ୍ୟରେ ଏହି ମାସ୍କ ତିଆରି ଆରମ୍ଭ କରିବାକୁ ଯୋଜନା ରହିଛି। ଏହା ପୂର୍ବରୁ ପେଣ୍ଟେଣ୍ଟ ଦାଖଲ ହୋଇସାରିଛି। ଏହା ମଧ୍ୟ କୁହାଯାଇଛି କି, ସମ୍ଭବତଃ ଏହା ୦.୮୫ରୁ ୨.୮୫ ଡଲାରରେ ବିକ୍ର ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ଥିଲା ମୋର ପ୍ରଥମ ରୋଜଗାର: ଡ. ସଞ୍ଜୁକ୍ତା ପାଢ଼ୀ

ଯାଜପୁର ଟାଉନ୍‌ସ୍ଥିତ ସିଦ୍ଧେଶ୍ୱର ଗାଁରେ ଆମ ଘର। ସ୍ଥାନୀୟ ରାମବାଗ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ରମାଦେବୀ କଲେଜରେ ଯୁକ୍ତ ୨ କଳା ପଢ଼ିଥିଲି। ତା’ପରେ...

ମା’ବାପା କରୋନା ପଜିଟିଭ ଚିହ୍ନଟ ପରେ ୬ ମାସର ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ ଏହି ଡାକ୍ତର

ମହାମାରୀ କରୋନା ସମୟରେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ଏକ କରି ରୋଗୀମାନଙ୍କ ସେବା କରିବାରେ ଲାଗିପଡ଼ିଛନ୍ତି। ତେବେ ଏତିକିବେଳେ ଜଣେ କରୋନା...

ଯାନବାହନକୁ ନିଜ ଆଡ଼କୁ ଟାଣି ନିଏ ଏହି ପାହାଡ଼…

ଭାରତର ଲଦାଖର ଲେହ ଅଞ୍ଚଳରେ ରହିଛି ଏକ ଚମତ୍କାର ପାହାଡ଼। ଏହି ପାହାଡ଼ ଦେଇ ଯାଇଥିବା ରାସ୍ତାରେ କୌଣସି ଯାନବାହନ ଗଲେ ଏକ ବିଚିତ୍ର ଅନୁଭୁତି...

ପର୍ଯ୍ୟଟନରେ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟ: କେବେ ଯିବେ,କେମିତି ଯିବେ, କ’ଣ ଦେଖିବେ

ଆନ୍ଧ୍ରପ୍ରଦେଶସ୍ଥିତ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଖାସ୍‌ କରି ଏଠାରେ ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ବିଶେଷ ଧ୍ୟାନ ଦିଆଯାଇଥାଏ।...

ଯେଉଁ ପୋଲିସ ଅଧିକାରୀ ଗିରଫ କରିଥିଲେ, ତାଙ୍କୁ କିଡ୍‌ନୀ ଦେଲେ ମହିଳା

ମୋଣ୍ଟଗୋମେରୀ, ୧୨।୯: ଆପରାଧୀକ ମାମଲାରେ ଯେଉଁ ପୋଲିସ ଅଧିକାରୀ ଗିରଫ କରିଥିଲେ ତାଙ୍କ ପ୍ରତି ଜଣେ ମହିଳା ଦୟା ଦେଖାଇଛନ୍ତି। ମହିଳା ଜଣକ ନିଜ କିଡ୍‌ନୀ...

ଫୋନ୍‌ ରଖି ଶୋଇପଡ଼ିଥିଲେ ଛାତ୍ର, ମାଙ୍କଡ଼ ନେଇ କଲା ଏମିତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମାଲେସିଆର ଜଣେ ଛାତ୍ରଙ୍କ ଫୋନ୍‌ ହଜି ଯାଇଥିଲା। ଯଦିଓ ଫୋନ୍‌ଟି ମିଳିଥିଲା ତେବେ ଫୋନ୍‌ଟିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏଥିରେ ମାଙ୍କଡ଼ର ବହୁତ...

ଜାଣନ୍ତୁ ସାଟେଲାଇଟ୍‌ରେ କାହିଁକି ଲଗାଯାଏ ସୁନାର ସ୍ତର

ସାଟେଲାଇଟ୍‌ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ, ଯାହାକୁ ଭାରତରେ କୃତ୍ରିମ ଉପଗ୍ରହ କୁହାଯାଏ। ପ୍ରଥମ କୃତ୍ରିମ ଉପଗ୍ରହ, ସ୍ପୁଟନିକ -୧, ସୋଭିଏତ୍‌ ୟୁନିୟନ ଦ୍ୱାରା ଅକ୍ଟୋବର...

ନିଜ କମ୍ପାନୀର ସ୍କର୍ପିଓକୁ ଏମିତି ଅବସ୍ଥାରେ ଦେଖି ଆନନ୍ଦ ମହିନ୍ଦ୍ରା ଦେଲେ ଏହି ପ୍ରତିକ୍ରିୟା

ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ୍‌ ରହୁଥିବା ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସବୁବେଳେ ମଜାଳିଆ ଭିଡିଓ ଶେୟାର କରିଥାନ୍ତି। ଏଥର ମଧ୍ୟ ସୋସିଆଲ ମିଡିଆରେ...

Advertisement


Archives

Model This Week