ଏବେ ବି ମନେପଡ଼େ ଆକାଶବାଣୀ କଟକ: ରବି ରାୟ

ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଅଶୀଦଶକରେ ସୃଷ୍ଟି ହୋଇଥିଲା ‘ଲୋକଶକ୍ତି ସଂଗଠନ’। ଏହି ସଂଗଠନର ପରିକଳ୍ପିତ ପିତା ଥିଲେ ରବୀନ୍ଦ୍ର କୁମାର ରାୟ ଓରଫ୍‌ ରବି ରାୟ। ‘ଲୋକଶକ୍ତି ସଂଗଠନ’ ଥିଲା ଓଡ଼ିଶାର ପ୍ରଥମ ‘ପଞ୍ଜୀକୃତ ଷ୍ଟ୍ରିଟ୍‌ ପ୍ଲେ ଗ୍ରୁପ୍‌’। ନେଦରଲାଣ୍ଡ ସରକାର ଏହାକୁ ଫଣ୍ଡିଂ କରୁଥିଲେ। ଆଉ ଏହି ଗ୍ରୁପ୍‌ ଗଁା ଗଁା ବୁଲି ନାଟକ ଜରିଆରେ ଲୋକମାନଙ୍କୁ ସଚେତନ କରାଉଥିଲା। ସେତେବେଳେ ଏହି ଗ୍ରୁପ୍‌ରେ ୩୫ଜଣ ସଦସ୍ୟ ଥିଲେ। ଏମିତି ୭/୮ବର୍ଷ ଚାଲିବା ପରେ ନେଦରଲାଣ୍ଡ ସରକାର ଫଣ୍ଡିଂ ବନ୍ଦ କରିଦେଲେ। ଫଳରେ ପ୍ଲେ ଗ୍ରୁପ୍‌ ବନ୍ଦ ହୋଇଯିବା ଅବସ୍ଥାକୁ ଚାଲିଆସିଲା। କଳାକାରମାନେ ମଧ୍ୟ ଅସହାୟ ହୋଇପଡ଼ିଲେ। ତେବେ ଏତିକିବେଳେ ରବି ରାୟ ନିଷ୍ପତ୍ତି ନେଲେ, ନାଟ୍ୟସଂସ୍ଥା ବନ୍ଦ ହେବନି। ଏହି ସଂସ୍ଥା ନିଜେ ରୋଜଗାର କରିବ। ଆଉ ସେଇଥିରେ ତାହା ଆଗକୁ ବଢ଼ିବ। ବାସ୍‌, ଏହି ନିଷ୍ପତ୍ତିରୁ ସୃଷ୍ଟି ହେଲା ଆଜିର ‘ବାଘାଯତୀନ ଲୋକନାଟ୍ୟ’।

ରବି ରାୟ କହନ୍ତି, ଯେଉଁ ଉଦ୍ଦେଶ୍ୟ ନେଇ ପ୍ରଥମେ ଲୋକଶକ୍ତି ଏବଂ ପରେ ବାଘାଯତୀନ ଲୋକନାଟ୍ୟ ସୃଷ୍ଟିହେଲା ତାହାକୁ ମୁଁ ଏବେ ମଧ୍ୟ ଜାରି ରଖିଛି। ମୁଁ ଆଜି ବି ନାଟକ ଚୟନ କରିବା ବେଳେ ତା’ ଭିତରେ ସମାଜ ପ୍ରତି ଥିବା ବାର୍ତ୍ତା ଉପରେ ଗୁରୁତ୍ୱ ଦେଉଛି। ‘ସୀତାର ଜଳୁଛି ଚିତା’, ‘ମୃତ୍ୟୁଦଣ୍ଡ’, ‘ପାକିସ୍ତାନୀ ଝିଅ’ ଆଦି ଏହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ।

ଯାତ୍ରାଠୁ ଲୋକମାନେ ଦୂରେଇ ଯାଉଛନ୍ତି କି (?) ବୋଲି ଏକ ପ୍ରଶ୍ନର ଉତ୍ତରରେ ରାୟ କହନ୍ତି, ଲୋକମାନେ ଯାତ୍ରାଠୁ ଦୂରଉ ନାହାନ୍ତି। ବରଂ ଯାତ୍ରା ଲୋକମାନଙ୍କଠାରୁ ଦୂରେଇ ଯାଉଛି। ନାଟକ ଉପରେ ଗୁରୁତ୍ୱ ଦିଆଯାଉନି। ଫାଟକ ବଢୁଛି। ସପରିବାର ବସି ଦେଖିବା ଭଳି ନାଟକ ନାହିଁ। ସଂଳାପରେ ସଂଯମତା ନାହିଁ। କାହାଣୀ କୁଆଡ଼େ ଯାଉଛି ତା’ର ଠିକ୍‌ଠିକଣା ନାହିଁ। କମେଡି ନଁାରେ ଖାଲି ଭଲ୍‌ଗାର ବା ଅଶ୍ଳୀଳ କଥା। କାହିଁକି ଲୋକେ ନାଟକ ଦେଖିବେ?

ଶୁଣାଯାଏ କଳାକାରମାନେ (ଯଦିଓ ହାତଗଣତି) ମାଲିକମାନଙ୍କୁ ପ୍ରଭାବିତ କରି ସେମାନଙ୍କ ଅନୁଯାୟୀ ନାଟକ ଲେଖେଇବାକୁ ଚେଷ୍ଟାକରନ୍ତି। ଏ ପ୍ରକାର ଅନୁଭୂତି ଆପଣଙ୍କର ଅଛି କି? ଏପ୍ରଶ୍ନର ଉତ୍ତରରେ ରାୟ କହନ୍ତି, କେବେକେବେ ଆମ ପାର୍ଟିରେ ଏଭଳି ଘଟଣା ଘଟିଛି। ତେବେ ମୁଁ ସେମାନଙ୍କ କଥା ଶୁଣିନି। ସେମାନେ ଛାଡ଼ି ପଳେଇ ଯାଇଛନ୍ତି। ମୋ ପାର୍ଟି କିନ୍ତୁ ଚାଲିଛି। ମୁଁ ଗୋଟିଏ କଥା ବୁଝେ କଳାକାରଙ୍କୁ ନୁହେଁ; କାହାଣୀକୁ ଗୁରୁତ୍ୱ ଦେଲେ ନାଟକ ଭଲ ହେବ। ମୋର ମନେପଡ଼େ ମଁୁ ଏକ ନାଟକ କରିଥିଲି ‘ଆକାଶବାଣୀ କଟକ’। ସ୍ବର୍ଗତ ଅନନ୍ତ ଓଝାଙ୍କ ରଚନା ଏବଂ ବିନୋଦ ରାଉତଙ୍କ ନିର୍ଦ୍ଦେଶନା। କୌଣସି କଳାକାରଙ୍କ ଉପରେ ଗୁରୁତ୍ୱ ଦିଆଯାଇ ନ ଥିଲା। କାହାଣୀ ଯାହା ଚାହୁଁଥିଲା ସେହି ଅନୁଯାୟୀ କଳାକାରଙ୍କୁ ଭୂମିକା ଦିଆଯାଇଥିଲା। ଏ ନାଟକଟି ଓଡ଼ିଶାରେ ସର୍ବାଧିକ ଆଦୃତ ହୋଇଥିଲା। ମୋର ମନେଅଛି, ଗଞ୍ଜାମର ଠାକୁରାଣୀ ଯାତ୍ରାରେ ଆମ ସହିତ ଛ’ଟି ପାର୍ଟି କମ୍ପିଟିଶନ୍‌ କରୁଥିଲେ। ଆମର ସେଇ ଗୋଟିଏ ନାଟକ ଆଠଦିନ ହାଉସ୍‌ଫୁଲ୍‌ ଚାଲିଥିଲା ବେଳେ ଅନ୍ୟ ପାର୍ଟିସବୁ ଆଠଦିନରେ ତିନିଟା/ଚାରିଟା ନାଟକ ବଦଳେଇଥିଲେ। ଏଥର ଆପଣ ଚିନ୍ତା କରନ୍ତୁ! ରବି ରାୟ କହନ୍ତି, ଜଣକୁ ଗୁରୁତ୍ୱ ଦେଇ ନାଟକ କଲେ ସର୍ବପ୍ରଥମେ ଯାହା ନଷ୍ଟହେବ ତାହା ହେଉଛି ଟିମ୍‌ ସ୍ପିରିଟ୍‌। ଆଉ ଟିମ୍‌ ସ୍ପିରିଟ୍‌ ନଷ୍ଟହେଲେ ନାଟକ କେମିତି ଭଲ ହେବ?


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦେଖାରେ ସାୟାରାଙ୍କୁ ଭଲ ପାଇ ବସିଥିଲେ ଏ.ଆର୍‌.ରହମାନ୍‌…

ମୁମ୍ବାଇ,୬।୧: ସଙ୍ଗୀତକାର ଏ.ଆର୍‌.ରହମାନ୍‌ଙ୍କୁ ବୁଧବାର ୫୩ ବର୍ଷ ପୂରଣ ହୋଇଛି। ସେ ୫୪ରେ ପାଦ ଦେଇଛନ୍ତି। ୧୯୬୭ ଜାନୁୟାରୀ ୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ଆଉ କିଛି ଦିନ ପରେ ହେବେ ମା’, ଜିମ୍‌ରେ ଝାଳ ବୁହାଉଛନ୍ତି ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ଆଜିକାଲି ନିଜର ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାରେ ଅନୁଷ୍କା ପ୍ରତ୍ୟେକ କ୍ଷେତ୍ରରେ...

ଗାର୍ଡେନିଂରେ ବିତୁଛି ସମୟ

ଏବେ ସମଗ୍ର ବିଶ୍ୱ କରୋନା କବଳିତ। ଏଥିରୁ ନିଜକୁ ରକ୍ଷା କରିବା ପାଇଁ ଆମ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସମସ୍ତେ ଘରେ ହିଁ...

ରାଜ୍‌ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡୁଆ

ମୁମ୍ବାଇ,୨୩ା୭: ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଅଭିଯୁକ୍ତ ରାଜ୍‌ କୁନ୍ଦ୍ରାଙ୍କ କୋର୍ଟରେ ଶୁଣାଣି କରାଯାଇଥିଲା। ତଦନ୍ତ ପାଇଁ...

ଅଗଷ୍ଟ ୯ରେ ‘ଜବରିୟା ଯୋଡ଼ି’ ରିଲିଜ

ମୁମ୍ବାଇ:ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘ଜବରିୟା ଯୋଡ଼ି’ ଅଗଷ୍ଟ ୯ରେ ରିଲିଜ ହେବାକୁ ଯାଉଛି। ଏଥିରେ ତାଙ୍କ ସହ ଅଭିନୟ କରିଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା।...

କରୋନା ଦୀପାବଳି ପାଳନ କଲେ ଅନୁଷ୍କା

ମୁମ୍ବାଇ: କରୋନା ମହାମାରୀ ପାଇଁ ଏବେବି ଲୋକଙ୍କ ମନରେ ଭୟ ଥିବା ବେଳେ ଏଥର ଆଲୋକର ପର୍ବ ଦୀପବଳି ବି ଫିକା ପଡି ଯାଇଛି ।...

କେଜିଏଫ୍‌ ଡିରେକ୍ଟରଙ୍କ ସହ କାର୍ଯ୍ୟ କରିବେ ପ୍ରଭାସ

ମୁମ୍ବାଇ,୨ା୧୨- ବାହୁବଲୀରୁ ଅନ୍ତର୍ଜାତୀୟ ଷ୍ଟାର ମାନ୍ୟତା ପାଇଥିବା ପ୍ରଭାସ ପୁଣି ଥରେ ବିଗ୍‌ ବଜେଟ ଆକଶନ ଫିଲ୍ମରେ ନଜର ଆସିବେ। ଗତ ବର୍ଷ ‘ସାହୁ’ ଫିଲ୍ମରେ...

ଷ୍ଟୋରି-ସସ୍‌ପେନ୍ସ-ଏଣ୍ଟରଟେନ୍‌ମେଣ୍ଟରେ ଭରପୂର ‘ଭିତିରି କଥା’

ପ୍ରତ୍ୟେକ ଯୁବତୀଯୁବକଙ୍କ ପାଇଁ ବାସର ରାତି ଏକ ନିଆରା ଅନୁଭୂତି ନେଇ ଆସିଥାଏ। ଆଦୌ ଚିହ୍ନା ନ ଥିବା, ଜଣା ନ ଥିବା ଦୁଇଟି ଝିଅପୁଅଙ୍କ...

Advertisement
Seven Jackpot


Archives

Model This Week