ଏବର୍ଷ ବିଦେଶରେ ଗଡ଼ିବନି ରଥ

ଭୁବନେଶ୍ୱର,୨।୬(ବ୍ୟୁରୋ): କରୋନା ଲାଗି ପୁରୀରେ ଏଥର ଭକ୍ତଙ୍କ ବିନା ରଥଯାତ୍ରା ହେବ। ଶ୍ରୀଜୀଉଙ୍କ ପହଣ୍ଡିରୁ ଆରମ୍ଭକରି ରଥଟଣା ପର୍ଯ୍ୟନ୍ତ ସବୁକିଛି ସେବାୟତ ଓ ପୋଲିସ ଦ୍ୱାରା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ପ୍ରତିବର୍ଷ ଦେଶ ବିଦେଶରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ହେବା ନେଇ ଅନିଶ୍ଚିତତା ଲାଗିରହିଛି। ଶ୍ରୀଜଗନ୍ନାଥ ସଂସ୍କୃତିର ଉପସ୍ଥିତି ସମଗ୍ର ବିଶ୍ୱରେ ରହିଛି। ସବୁଠି ଶ୍ରୀଜଗନ୍ନାଥ ମନ୍ଦିର ଓ ଇସ୍କନ ମନ୍ଦିର ରହିଛି, ଯେଉଁଠାରେ ପ୍ରତିବର୍ଷ ମହାସମାରୋହରେ ତିନି ଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ହେଲେ ଚଳିତବର୍ଷ ବିଦେଶର ବହୁ ସ୍ଥାନରେ ରଥଯାତ୍ରା ହେବା ସମ୍ଭାବନା କ୍ଷୀଣ ରହିଥିବା ସୂଚନା ମିଳିଛି।
ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ କରୋନା ସଂକ୍ରମଣ ମାରାତ୍ମକ ରୂପ ନେଇଥିବାରୁ ସେସବୁ ସ୍ଥାନରେ ଏଥର ରଥଯାତ୍ରା ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି। କରୋନା ଲାଗି ସମସ୍ତ ଉତ୍ସବ, ମହୋତ୍ସବ ଏବଂ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବାରୁ ୩୦ରୁ ଅଧିକ ଦେଶରେ ରଥଯାତ୍ରା ହେବନି ବୋଲି କୁହାଯାଉଛି। ଆମେରିକାରେ ସର୍ବାଧିକ ଓଡ଼ିଆ ରହୁଥିବା ବେଳେ ଏଠାରେ ସବୁଠାରୁ ଅଧିକ ଜଗନ୍ନାଥ ମନ୍ଦିର ରହିଛି। ନ୍ୟୁୟର୍କ ସିଟି ସହ କାଲିଫର୍ନିଆ, ସିକାଗୋ, ଡଲାସ, ମିଚିଗାନ ଆଦି ସହରରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଧୁମ୍‌ଧାମରେ ରଥଯାତ୍ରା ପାଳନ କରାଯାଇଥାଏ। କେବଳ ଓଡ଼ିଆ କିମ୍ବା ଭାରତୀୟ ନୁହନ୍ତି, ବହୁସଂଖ୍ୟାରେ ସ୍ଥାନୀୟ ଲୋକେ ମଧ୍ୟ ଏଥିରେ ଭାଗନେଇଥାନ୍ତି। ସେହିଭଳି ଏଠାରେ ଥିବା ଇସ୍କନ ମନ୍ଦିରଗୁଡ଼ିକ ପକ୍ଷରୁ ମଧ୍ୟ ରଥଯାତ୍ରା ଆୟୋଜନ କରାଯାଇଥାଏ। ଏହାବ୍ୟତୀତ ଇଂଲଣ୍ଡ, ଜର୍ମାନୀ, ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ ଆଦି ରାଷ୍ଟ୍ରରେ ମଧ୍ୟ ଓଡ଼ିଆଙ୍କ ଦ୍ୱାରା ରଥଯାତ୍ରା କରାଯାଇଥାଏ। କିନ୍ତୁ ଚଳିତବର୍ଷର କୋଭିଡ୍‌-୧୯ ମହାମାରୀ ଯୋଗୁ ଏହିସବୁ ଦେଶରେ ରଥଯାତ୍ରା ଉତ୍ସବ ପାଳନ ନ କରିବାକୁ ସ୍ଥିର ହୋଇଛି। ସାମାଜିକ ଦୂରତ୍ୱ ନିୟମକୁ ପାଳନ କରି ମନ୍ଦିରଗୁଡିକରେ କେବଳ ପୂଜାବିଧି କରାଯିବ। ଇସ୍କନ ଦ୍ୱାରା ହେଉଥିବା ରଥଯାତ୍ରାକୁ ଯଦି କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରନ୍ତି ତା’ହେଲେ ଏହା ଅନୁଷ୍ଠିତ ହେବ ବୋଲି ଇସ୍କନ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀର ହଉଜଖାସ୍‌ ଓ ତ୍ୟାଗରାଜ ନଗରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଦୀର୍ଘବର୍ଷ ଧରି ରଥଯାତ୍ରା ଆୟୋଜିତ ହୋଇଆସୁଛି। ହେଲେ କରୋନା ଭୂତାଣୁର ଏକ ହଟ୍‌ସ୍ପଟ୍‌ ହୋଇଥିବା ଯୋଗୁ ଏ ବର୍ଷ ଦିଲ୍ଲୀରେ ଜନସମାଗମକୁ ଏଡାଇବା ପାଇଁ ରାସ୍ତାରେ ରଥ ଗଡାଇବା ସମ୍ଭବ ନୁହେଁ ବୋଲି କୁହାଯାଇଛି। ସେହିଭଳି ଗୁଜରାଟ ଅହମଦାବାଦସ୍ଥିତ ଜଗନ୍ନାଥ ମନ୍ଦିରରେ କାହିଁ କେତେ ବର୍ଷରୁ ରଥଯାତ୍ରା ଧୁମ୍‌ଧାମରେ ପାଳନ କରାଯାଉଛି। ଏଥର ଅହମଦାବାଦ ସମେତ ସାରା ଗୁଜରାଟରେ କରୋନା ସ୍ଥିତି ଭୟଙ୍କର ଥିବାରୁ ରଥଯାତ୍ରା ଉତ୍ସବ ନ ହେବା ନେଇ ମନ୍ଦିର କର୍ତ୍ତୃପକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି। ସେହିଭଳି କରୋନା ଭୂତାଣୁର ଆଉଏକ ହଟ୍‌ସ୍ପଟ୍‌ ସୁରଟ ସମେତ ଗୁଜରାଟର ଅନ୍ୟ ସ୍ଥାନରେ ମଧ୍ୟ ରଥଯାତ୍ରା ହେବ ନାହିଁ ବୋଲି ଜଣାପଡିଛି। ଏହା ବ୍ୟତୀତ ପଡ଼ୋଶୀ ପଶ୍ଚିମବଙ୍ଗରେ ଏକାଧିକ ସ୍ଥାନରେ ରଥଯାତ୍ରା କରାଯାଉଥିବା ବେଳେ ଏଥର ଆୟୋଜନକୁ ନେଇ ଅନିଶ୍ଚିତତା ଲାଗିରହିଛି। ସେହିଭଳି ବେଙ୍ଗାଲୁରୁ, ଚେନ୍ନାଇ, କାନପୁର, ହାଇଦ୍ରାବାଦ, ମୁମ୍ବାଇ ଆଦି ସ୍ଥାନରେ ରଥ ନ ଗଡ଼ିବାର ଅଧିକ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri