ଏଫ୍‌ପିଆଇ ନିବେଶରେ ଉନ୍ନତି

ନୂଆଦିଲ୍ଲୀ,୩୦-୯: ଲଗାତର ଭାବେ ଗତ ୨ ମାସ ଧରି ପୁଞ୍ଜି ବଜାରରୁ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର (ଏଫ୍‌ପିଆଇ) ମାନେ ପୁଞ୍ଜି ପ୍ରତ୍ୟାହାର କରିଥିବା ବେଳେ ସେପ୍ଟେମ୍ବରରେ ଏଥିରେ ସୁଧାର ଆସିଛି। ବିଦେଶୀ ନିବେଶମାନେ ସେପ୍ଟେମ୍ବର ମାସରେ ୭,୭୧୪ କୋଟି ଟଙ୍କାର ନେଟ୍‌ ନିବେଶ କରିଛନ୍ତି। ସରକାରଙ୍କ ଆର୍ଥତ୍କ ସଂସ୍କାର ପରେ ପୁଞ୍ଜି ବଜାରକୁ ଏଭଳି ନିବେଶ ଆସିଥିବା ଜଣାପଡ଼ିଛି। ସରକାର ଗତ ସପ୍ତାହରେ କର୍ପୋରେଟଗୁଡିକ ଉପରୁ ଟିକସ ହ୍ରାସ କରିଥିଲେ। ସେହିଭଳି ପୁଞ୍ଜି ବଜାରର ସିକ୍ୟୁରିଟି ଏବଂ ଡେରିଭେଟିଭ୍‌ସ ବିକ୍ରିରୁ ବିଦେଶି ନିବେଶକମାନଙ୍କ କ୍ୟାପିଟାଲ ଗେନ୍ସ ଉପରେ ସରଚାର୍ଜ ଲାଗୁ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହାବାଦ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ମଧ୍ୟ ବିଦେଶୀ ନିବେଶକଙ୍କ ଲାଗି କଓ୍ବୋଇସି ନିୟମକୁ କୋହଳ କରିଛି। ଡିପୋଜିଟୋରୀ ତଥ୍ୟ ମୁତାବକ ବିଦେଶୀ ନିବେଶକମାନେ ୭,୮୪୯ କୋଟି ଟଙ୍କା ନେଟ୍‌ ନିବେଶ କରିଥିବା ବେଳେ ୧୩୫ କୋଟି ଟଙ୍କା ଉଠାଣ କରିଛନ୍ତି। ଏହା ପୂର୍ବରୁ ଅଗଷ୍ଟରେ ସେମାନେ ୫,୨୨୦ କୋଟି ଏବଂ ଜୁଲାଇରେ ୨,୯୮୫ କୋଟି ଟଙ୍କା କାଢି ନେଇଥିଲେ। ଏଫ୍‌ପିଆଇକୁ ବଜାର ସହ ଜଡିତ କରି ରଖିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଫ୍‌ପିଆଇଙ୍କ ଲାଗି ନିୟମ କୋହଳ ଯୋଗୁ ଏହାର ପ୍ରଭାବ ବଜାର ଉପରେ ସକରାତ୍ମକ ରହିବ ବୋଲି ଜିଓଜିତ ଫାଇନାସିଆଲ ସର୍ଭିସେସର ମୁଖ୍ୟ ନିବେଶ ବିଶେଷଜ୍ଞ ଭି.କେ. ବିଜୟ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଇଇ ଆଡଭାନ୍ସରେ ଆକାଶ ଇନ୍‌ଷ୍ଟିଚ୍ୟୁଟ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ଜେଇଇ ଆଡଭାନ୍ସ ୨୦୨୦ରେ ଆକାଶ ଇନ୍‌ଷ୍ଟିଚ୍ୟୁଟ ଭୁବନେଶ୍ୱରର ଛାତ୍ର ଶିବାଶିଷ ରାଉତ ସର୍ବଭାରତୀୟ ର଼୍ୟାଙ୍କ ୭୩ ହାସଲ କରିଛନ୍ତି। ଏଥିରେ ଚିରାଗ ଫାଲୁର ସର୍ବଭାରତୀୟ...

ପୁଞ୍ଜି ବଜାରରୁ ଏଫ୍‌ପିଆଇ ଉଠାଇନେଲେ ୬,୨୦୦ କୋଟି

ନୂଆଦିଲ୍ଲୀ,୧୪-୧୦: ଚଳିତ ମାସ ୨ ସପ୍ତାହରେ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର(ଏଫ୍‌ପିଆଇ)ମାନେ ଦେଶର ପୁଞ୍ଜି ବଜାରରୁ ୬,୨୦୦ କୋଟି ଟଙ୍କା ପ୍ରତ୍ୟାହର କରି ନେଇଛନ୍ତି। ବିଶ୍ୱ ମାନ୍ଦାବସ୍ଥା...

ମିଥ୍ୟା ବିଜ୍ଞାପନ ଦ୍ୱାରା ଠକିଲେ ହେବ ୨ ବର୍ଷ ଜେଲ; ଖାଉଟି ସୁରକ୍ଷା ବିଲ୍‌ ଲୋକ ସଭାରେ ପାସ୍‌

ନୂଆଦିଲ୍ଲୀ,୩୧-୭: ଖାଉଟି ସୁରକ୍ଷା ବିଲ୍‌ ମଙ୍ଗଳବାର ଲୋକସଭାରେ ପାସ୍‌ ହୋଇଛି। ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଦିଗରେ ଏହି ବିଲ୍‌ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।...

ରାଜୀବ ମେହେଟା ମାଇଣ୍ଡଟ୍ରି ସିଇଓ

ନୂଆଦିଲ୍ଲୀ,୧।୮: ପୂର୍ବତନ କଗ୍‌ନିଜାଣ୍ଟ ପ୍ରେସିଡେଣ୍ଟ ରାଜୀବ ମେହେଟା ମାଇଣ୍ଡଟ୍ରିର ସିଇଓ ଭାବେ ମନୋନୀତ ହୋଇଛନ୍ତି। କମ୍ପାନୀର ସହ ପ୍ରତିଷ୍ଠାତା ତଥା ସିଇଓ ରୋଷ୍ଟୋ ରାବଣନ୍‌ଙ୍କ ଇସ୍ତଫା...

ଓ୍ବାଲ୍‌ମାର୍ଟ ଇଣ୍ଡିଆକୁ ଅଧିଗ୍ରହଣ କଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଳୀ,୨୪।୭: ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ଓ୍ବାଲ୍‌ମାର୍ଟ ଇଣ୍ଡିଆ ହୋଲ୍‌ସେଲ୍‌ ବିଜ୍‌ନେସର ୧୦୦% ଅଂଶଧନ ହାସଲ କରିଛି। ଏହା ବାଦ୍‌ କମ୍ପାନୀ ଭାରତରେ ଫ୍ଲିପ୍‌କାର୍ଟ ହୋଲ୍‌ସେଲ ଶୁଭାରମ୍ଭ...

ପୁଞ୍ଜି ବଜାରର ପ୍ରତିକ୍ରିୟା ଆଶ୍ଚର୍ଯ୍ୟ କରିଛି: ରାଜୀବ କୁମାର

ମୁମ୍ବାଇ,୩-୨: ବଜେଟକୁ ପୁଞ୍ଜି ବଜାରର ପ୍ରତିକ୍ରିୟା ନେଇ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବଜେଟ...

୧୦% କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ପ୍ରଭାବ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ କଟକଣା ସହ ଘରୋଇ ବଜାରରେ ବିମାନ ସେବା ଉପଲବ୍ଧ ହେଉଥିବା...

ଟଙ୍କା ଛପା ୪ ଦିନ ବନ୍ଦ: ୪୦ କର୍ମଚାରୀ କରୋନା ପଜିଟିଭ୍‌

ନାସିକ, ୩୧।୮: ମହାରାଷ୍ଟ୍ରର ନାସିକ୍‌ଠାରେ ଥିବା କରେନ୍ସି ନୋଟ୍‌ ପ୍ରେସ୍‌ ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍‌କୁ ସୋମବାରଠାରୁ ୪ ଦିନ ପାଇଁ ବନ୍ଦ କରାଯାଇଛି। ଏଠାରେ...

Advertisement
Archives

Model This Week