ଏଫ୍‌ଏସ୍‌ଟିପି ପରିଦର୍ଶନ କଲେ ଅନ୍ତର୍ଜାତୀୟ ଟିମ୍‌

ଅନୁଗୋଳ ଅଫିସ୍‌, ୩୧।୧ – ଅନୁଗୋଳ ପୌରପାଳିକା ପକ୍ଷରୁ ପଞ୍ଚମହଲାରେ ନିର୍ମାଣ ହୋଇଥିବା ଫିକଲ ସ୍ଲଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏଫ୍‌ଏସ୍‌ଟିପି) ପରିଦର୍ଶନ କରିଛନ୍ତି ଅନ୍ତର୍ଜାତୀୟ ଟିମ୍‌। ଏହି ଟିମ୍‌ରେ ଆସିଥିବା ୫ ଜଣିଆ ସଦସ୍ୟ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ପରେ ପୌର ପ୍ରଶାସନ ଓ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଏହାର ପରିଚାଳନା ନେଇ ପୌର ପ୍ରଶାସକ ତଥା ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ମଧ୍ୟ ଟିମ୍‌ ସଦସ୍ୟମାନେ ଆଲୋଚନା କରିଥିବା ଜଣାପଡ଼ିଛି। ଏହି ଟିମ୍‌ରେ ଆମେରିକାର ରାଡ଼ୁ ବ୍ୟାନ୍‌ ଓ ନେପାଳର ଅଚ୍ୟୁତ୍‌ ଟ୍ୟୁଟେଲ୍‌ଙ୍କ ସହ ଓଡ଼ିଶା ନିର୍ମଳ ପ୍ରୋଜେକ୍ଟର ୩ ଜଣ ଅଧିକାରୀ ଉପସ୍ଥିତ ଥିଲେ। ପ୍ଲାଣ୍ଟ ନିର୍ମାଣ ହେବା ପରେ କିପରି କାର୍ଯ୍ୟ କରୁଛି ତାହାର ଅନୁଧ୍ୟାନ କରିବାକୁ ପଞ୍ଚମହଲାସ୍ଥିତ ପ୍ଲାଣ୍ଟ ଅଞ୍ଚଳକୁ ଟିମ୍‌ ସଦସ୍ୟମାନେ ଯାଇଥିବାବେଳେ ସେଠାରେ କିପରି ଲୋକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ସେ ନେଇ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଏବେ ଟ୍ରାଏଲ ବେସ୍‌ରେ କାର୍ଯ୍ୟକାରୀ କରାଯାଉଥିବା ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ପ୍ଲାଣ୍ଟରେ ଲୋକବଳ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସଚେତନ, ଅବଗତ ହେବା ପାଇଁ ଏହି ଟିମ୍‌ ପରିଦର୍ଶନ କରିବାକୁ ଆସିଥିବା ନିର୍ବାହୀ ଅଧିକାରୀ କହିଛନ୍ତି। ଅନ୍ତର୍ଜାତୀୟ ସ୍ତରରୁ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ପ୍ରୋଜେକ୍ଟ ନିର୍ମଳକୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହା ଶେଷ ହେବା ପରେ ପ୍ରକଳ୍ପ କିପରି ନିର୍ମାଣ ହୋଇଛି, ରଖାଯାଇଥିବା ମାନଦଣ୍ଡ ପୂରଣ ହୋଇଛି କି ନାହିଁ, ସେ ନେଇ ଅର୍ଥ ପ୍ରଦାନ କରିଥିବା ଟିମ୍‌ ପରିଦର୍ଶନରେ ଆସିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପେନ୍‌ସନ୍‌ଭୋଗୀଙ୍କ ପାଇଁ କାର୍ଯ୍ୟକାରୀ ହେବନାହିଁ କୌଣସି ନୂଆ ନିୟମ’

ଦିଗପହଣ୍ଡି,୧୦|୫(ଅଶେଷ ନାଥ ମିଶ୍ର):  ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଶ୍ରୀ ପାତାଳେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସଂଘର ବରିଷ୍ଠ…

ଇଣ୍ଡୋର ଷ୍ଟାଡିୟମରେ ଲାଇଟ୍‌ ଅଚଳ, ଅନ୍ଧାରରେ ଖେଳୁଛନ୍ତି ଖେଳାଳି

କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ପିଏମ୍‌ ଶ୍ରୀ ବିଦ୍ୟାପୀଠର ପଛ ଭାଗରେ ତତ୍କାଳୀନ ବିଜେଡି ସରକାର ଶାସନ ସମୟ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଥିଲା।…

୧୨ ଘଣ୍ଟାରେ ଗଲା ୩ ହରିଣଙ୍କ ଜୀବନ, ମାଂସ କାଟିବାକୁ ଶିକାରୀ ହେଉଥିଲେ ସଜବାଜ, ଆଉ ତା’ ପରେ…

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଶନିବାର ୧୨ ଘଣ୍ଟା ମଧ୍ୟରେ ୩ଟି ହରିଣ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ମୁଜାଗଡ଼ ରେଞ୍ଜରେ ଦୁଇଟି…

ରିଭଲଭର ଦେଖାଇ ଡକାୟତି: ଘର କବାଟ ବାଡ଼ାଇଲେ, ଖୋଲିବାରୁ ୩ ଆଇଫୋନ୍‌ ସହ…

ପଦ୍ମପୁର,୧୦ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକର ପଗଡ଼ ନଦେଇଦିହ ଗ୍ରାମର ଶନିବାର ରାତିରେ ରିଭଲବର ଦେଖାଇ ଡକାୟତି ହୋଇଛି। ସୂଚନାନୁଯାୟୀ ଶନିବାର ରୀତିରଞ୍ଜନ ସ୍ବାଇଁ ଘରେ ନ…

ଫୁଟିଲା ଅଫୁଟା ବାଣ,୨ ଭଉଣୀ ଗୁରୁତର

ତିହିଡ଼ି,୧୦ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଦପା ଗ୍ରାମରେ ରବିବାର ଅଫୁଟା ବାଣ ଫୁଟି ୨ ଭଉଣୀ ଗୁରୁତର ଆହତ ହୋଇଛନ୍ତି।…

ଗାଁରେ ବାଘ ଆତଙ୍କ: ରାତିରେ ଗୁହାଳେ ପଶି ଖାଇଯାଉଛି ଛେଳି, ଗ୍ରାମବାସୀ ସତର୍କ ରହିବା ପାଇଁ…

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍‌ର ଜକର ଗ୍ରାମ ନିକଟ ମା’…

୨୪ ଘଣ୍ଟା ଭିତରେ କଡ଼ା ପଦକ୍ଷେପ ଗ୍ରହଣ କଲେ ବିଧାୟକ, ଲୋକଙ୍କ ସମସ୍ୟାକୁ ବୁଝି ଗାଁରେ କଲେ…

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବଡ଼ଖରିଡ଼ା ପଞ୍ଚାୟତର ବାଣନଈ ଗ୍ରାମରେ ପାଣି ପାଇଁ ଲୋକେ ଶନିବାର ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଲୋକଙ୍କ ଦାବିକୁ ଅତି…

ଓଲଟିଲା ଅଟୋ: ୧୦ରୁ ଊର୍ଦ୍ଧ୍ୱ ଆହତ

ନନ୍ଦପୁର,୧୦ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ ରବିବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଓଡି ୧୦ ଡି ୨୮୦୮ ନମ୍ବର ବିଶିଷ୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri