ଏଫ୍‌ଇଏସ୍‌ ଦେଲା ସୁରକ୍ଷା ସାମଗ୍ରୀ

ଅନୁଗୋଳ ଅଫିସ, ୨୮।୪

କରୋନା ବିରୋଧୀ ସଂଗ୍ରାମରେ ପ୍ରମୁଖ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗର ହାତ ବଢ଼ାଇଛି ଅନୁଗୋଳ ଜିଲାର ଫାଉଣ୍ଡେଶନ ଫର୍‌ ଇକୋଲୋଜିକାଲ ସିକ୍ୟୁରିଟି (ଏଫ୍‌ଇଏସ୍‌)। ସୋମବାର ଅନୁଷ୍ଠାନ ପକ୍ଷରୁ ୨୫୦ଟି ବ୍ୟକ୍ତିଗତ ସୁରକ୍ଷା କିଟ୍‌ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି, ଏଡିଏମ୍‌ ତପନ ଶତପଥୀ ଓ ସନ୍ତୋଷ କୁମାର ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରତାପ ପ୍ରଧାନ, ଜିଲା ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରଦୋଶ ଶତପଥୀ ପ୍ରମୁଖଙ୍କ ଉପସ୍ଥିତିରେ ଜିଲା କାର୍ଯ୍ୟାଳୟ ଠାରେ ଏଫ୍‌ଇଏସ୍‌ର ଟିମ୍‌ ଲିଡର ସ୍ବପ୍ନା ଷଡ଼ଙ୍ଗୀ ସମସ୍ତ ସୁରକ୍ଷା କିଟ୍‌ ଜିଲା ପ୍ରଶାସନକୁ ପ୍ରଦାନ କରିଥିଲେ। ଏଥିସହିତ ପଞ୍ଚାୟତସ୍ତରରେ ସଙ୍ଗରୋଧ ଗୃହ ଗୁଡ଼ିକର ପରିଚାଳନା ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନଙ୍କ ପାଇଁ ୬୫୦୦ ମାସ୍କ ଓ ୩୦୦ ସାନିଟାଇଜର ମଧ୍ୟ ଜିଲା ପ୍ରଶାସନଙ୍କୁ ଯୋଗାଇ ଦିଆଯାଇଥିଲା। ଏହା ପୂର୍ବରୁ ଏଫ୍‌ଇଏସ୍‌ ପକ୍ଷରୁ ଅନୁଗୋଳ ମ୍ୟୁନିସିପାଲିଟିର ସମସ୍ତ ସଫେଇ କର୍ମଚାରୀଙ୍କୁ ମାସ୍କ, ଗ୍ଲୋବ୍‌ସ ଓ ସାନିଟାଇଜର ଦିଆଯାଇଥିବାବେଳେ ସହରାଞ୍ଚଳର ଗରିବ ପରିବାରକୁ ସପ୍ତାହ ଚଳିବା ପାଇଁ ରାଶନ ଓ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଉଛି। ଏଫ୍‌ଇଏସ୍‌ର ରଞ୍ଜନ କୁମାର ଧୀରସାମନ୍ତ, ମାୟାଧର ମିଶ୍ର ଓ ଦ୍ରୋଣ ଚନ୍ଦ୍ରାକାର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଟିତଳୁ ହାତୀ କଙ୍କାଳ ଉଦ୍ଧାର, ୨ ଫରେଷ୍ଟର ନିଲମ୍ବିତ

ଅନୁଗୋଳ ଅଫିସ, ୨୬।୬: ଅନୁଗୁଳ ସାତକୋଶିଆ ବନଖଣ୍ଡ ଅଧୀନ କଟକ ଜିଲା ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର...

ସିପିପି ନିଷିଦ୍ଧାଞ୍ଚଳରେ ଟିକ୍‌ଟକ୍‌: ଶ୍ରମିକଙ୍କ ଗେଟ୍‌ପାସ୍‌ ଜବତ

ବଅଁରପାଳ, ୧୨ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳସ୍ଥିତ ନାଲ୍‌କୋ ସିପିପି ପ୍ଲାଣ୍ଟର ନିଷିଦ୍ଧାଞ୍ଚଳରେ ଜଣେ ଠିକା ଶ୍ରମିକ ଟିକ୍‌ଟକ୍‌ ଭିଡିଓ ଶୁଟିଂ କରିବା ମହଙ୍ଗା ପଡିଛି। ସୋସିଆଲ...

ବ୍ଲକସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ପାଳନ

ଛେଣ୍ଡିପଦା,୧୫।୮(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ମିନି ଷ୍ଟାଡିୟମଠାରେ ବ୍ଲକ ସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ମହାଆଡମ୍ବର ପାଳିତ ହୋଇଯାଇଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର...

ଏନ୍‌ଟିପିସିର ଶତ ପ୍ରତିଶତ ପିଏଲଏଫ୍‌ ହାସଲ

ତାଳଚେର,୧୬ା୫(ନି.ପ୍ର.)- ଏନ୍‌ଟିପିସି କଣିହଁା ମେ ୧୪ରେ ଶତ ପ୍ରତିଶତ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟର(ପିଏଲଏଫ୍‌)ର ହାସଲ କରିପାରିଛି। ଚଳିତ ବର୍ଷ ମେ ମାସରେ ୩ୟ ଥର ପାଇଁ...

ରେଙ୍ଗାଳି ଡ୍ୟାମର ୩ଗେଟ ଖୋଲିଲା

କଣିହାଁ,୨୭।୮(ଡି.ଏନ୍‌.ଏ): ରାଜ୍ୟରେ ଗତ କିଛି ଦିନରୁ ଲଗାତର ଭାବେ ପ୍ରବଳ ବର୍ଷା ଜାରି ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ...

ହାଇପ୍ରୋଫାଇଲ ସେକ୍ସ ର଼୍ୟାକେଟ୍‌ ଠାବ

ଅନୁଗୋଳ ଅଫିସ, ୬।୯: ଅନୁଗୋଳ ସହରରେ ଚାଲିଥିବା ଏକ ହାଇପ୍ରୋଫାଇଲ ସେକ୍ସ ର଼୍ୟାକେଟର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଏହି ଘଟଣାରେ କିଙ୍ଗ୍‌ପିନ୍‌ କୁହାଯାଉଥିବା ଜଣେ ଦମ୍ପତିଙ୍କ...

ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଯାଞ୍ଚ କଲେ ବିଧାୟକ

ବଇଣ୍ଡା,୧୪।୮(ଡି.ଏନ.ଏ.)-ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମଙ୍ଗଳବାର କିଶୋରନଗର ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବଇଣ୍ଡା ରାମଦେଓ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି...

‘ଅତ୍ୟାଚାର, ଆକ୍ରୋଶ ବିରୋଧରେ ମୁହଁ ଖୋଲନ୍ତୁ ମହିଳା’

ନାତୁଣୀ ହାକିମ ହେଉ, ଏହା ଥିଲା ଜେଜେଙ୍କ ଇଚ୍ଛା। ସେହି ସ୍ବପ୍ନ ଏବେ ପୂରଣ ହୋଇଛି। ହେଲେ ନାତୁଣୀର ଏହି ଖୁସି ଦେଖିବାକୁ ଜେଜେ ନାହାନ୍ତି।...

Advertisement
Archives

Model This Week