Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: କଳିଙ୍ଗରେ ହକି ହାଙ୍ଗାମା

ଭୁବନେଶ୍ୱର,୬।୬(ସ୍ପୋଟର୍‌ସ ବ୍ୟୁରୋ)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲ୍ସ। ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ଭାରତ ପାଇଁ ଏହି ଟୁର୍ନାମେଣ୍ଟ ପ୍ରଥମ ପାହାଚ ସଦୃଶ ହୋଇଛି। ନୂଆ କୋଚ୍‌ ଗ୍ରାହମ ରିଡ୍‌ଙ୍କ ତତ୍ତ୍ୱାବଧାନରେ ଭାରତ ଏହି ଟୁର୍ନାମେଣ୍ଟରେ ଫେଭରାଇଟ ବିବେଚିତ ହେଉଛି ଓ ଭାରତ ପ୍ରଥମଥର ପାଇଁ କୌଣସି ମେଜର ଟୁର୍ନାମେଣ୍ଟ ଖେଳିବାକୁ ଯାଉଛି।
ଏସିଆ, ୟୁରୋରପ, ଆଫ୍ରିକା ଓ ଉତ୍ତର ଆମେରିକାରୁ ୮ଟି ଦଳ ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ୱାଲିଫାୟର୍ସର ଦୁଇଟି ସ୍ଥାନ ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଏହି ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଚଳିତ ବର୍ଷ ଅକ୍ଟୋବର- ନଭେମ୍ବର ମାସରେ ଖେଳାଯିବ। ଭାରତ ସମେତ ପୋଲାଣ୍ଡ, ରୁଷିଆ ଓ ଉଜ୍‌ବେକିସ୍ତାନ ପୁଲ୍‌ ଏ’ରେ ସ୍ଥାନ ପାଇଛନ୍ତି। ସେହିପରି ପୁଲ୍‌ ବି’ରେ ସ୍ଥାନ ପାଇଥିବା ଦଳଗୁଡିକ ହେଲେ ଦକ୍ଷିଣ ଆଫ୍ରିକା, ଏସିଆନ ଗେମ୍ସ ଚାମ୍ପିୟନ ଜାପାନ, ଆମେରିକା ଓ ମେକ୍ସିକୋ। ଭାରତ ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌ର ପଞ୍ଚମ ସ୍ଥାନରେ ରହିଛି। ର଼୍ୟାଙ୍କିଙ୍ଗ୍‌ରେ ଅନ୍ୟ ଦଳଗୁଡିକ ଭାରତଠାରୁ ଯଥେଷ୍ଟ ନିମ୍ନରେ ରହିଛନ୍ତି। ପ୍ରତିଭା, ଦକ୍ଷତା ଓ କ୍ଷମତା ଦୃଷ୍ଟିକୋଣରୁ ଭାରତ ଏହି ଦଳଗୁଡିକଠାରୁ ଯଥେଷ୍ଟ ଉପରେ ରହିଛି। ର଼୍ୟାଙ୍କିଙ୍ଗ୍‌ରେ ଦକ୍ଷିଣ ଆଫ୍ରିକା ୧୬, ଜାପାନ ୧୮ତମ ସ୍ଥାନରେ ରହିଛି।

ଭାରତ ଗୁରୁବାର ତା’ର ପ୍ରଥମ ମ୍ୟାଚ୍‌ରେ ରୁଷିଆକୁ ଭେଟି ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍‌ରେ ଭାରତ ବୃହତ୍‌ ବ୍ୟବଧାନରେ ବିଜୟୀ ହେବ ଓ ଭାରତ ଶୀର୍ଷରେ ରହିବ ବୋଲି ଆଶା କରାଯାଉଛି। ଜାକର୍ତ୍ତା ଅଲିମ୍ପିକ୍ସ ଗେମ୍ସରେ ଭାରତ ଲାଗି ଅଲିମ୍ପିକ୍ସ ଯୋଗ୍ୟତା ହାସଲର ସୁଯୋଗ ଥିଲା। ତେବେ ସେମିଫାଇନାଲରେ ଭାରତ ମାଲେସିଆଠାରୁ ପରାସ୍ତ ହୋଇ ଫାଇନାଲକୁ ଉଠିବାର ବିଫଳ ହୋଇଥିଲା। ସେହିପରି ଚଳିତବର୍ଷ ଅନୁଷ୍ଠିତ ଆଜଲାନ ଶାହ କପ୍‌ରେ ଶ୍ରେଷ୍ଠ ଦଳ ହୋଇଥିଲେ ମଧ୍ୟ ଫାଇନାଲରେ କୋରିଆଠାରୁ ପରାସ୍ତ ହୋଇଥିଲା। ତେଣୁ ଏହି ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ଭାରତ ପାଇଁ ଅଲିମ୍ପିକ୍ସ ଯୋଗ୍ୟାତା ହାସଲ କରିବାର ପ୍ରଥମ ସୁଯୋଗ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟ କୋଚ୍‌ ତଥା ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି ଗ୍ରାହମ ରିଡ୍‌ଙ୍କ ପାଇଁ ପ୍ରଥମ ପରୀକ୍ଷା ସଦୃଶ ହୋଇଛି। ଗତ ଡିସେମ୍ବରରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ ପରେ କୋଚ୍‌ ହରେନ୍ଦ୍ର ସିଂଙ୍କୁ ବହିଷ୍କାର କରାଯାଇଥିଲା ଓ ରିଡ୍‌ଙ୍କୁ ନୂଆ କୋଚ୍‌ ନିଯୁକ୍ତି କରାଯାଇଥିଲା। ପୂର୍ବରୁ ଟେରୀ ଓ୍ବାଲ୍ସ, ପଲ ଭାନ ଆସ, ମାଇକେଲ ନୋବ୍ସ ଭାରତୀୟ କୋଚ୍‌ ରୂପେ ଯାହା କରିପାରି ନ ଥିଲେ ରିଡ୍‌ ତାହା କରିପାରିଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା। ଫଳରେ ରିଡଙ୍କ ଉପରେ ଯଥେଷ୍ଟ ଆଶା ରହିଛି ଓ ସେଥିପାଇଁ ସେ ଚାପରେ ରହିଥିବେ।
ରିଡ ପୂର୍ବରୁ ଅଷ୍ଟ୍ରେଲୀୟ ପୁରୁଷ ଦଳର କୋଚ୍‌ ରହି ସାରିଛନ୍ତି। ତେବେ ତଙ୍କ ନିକଟରେ ପର୍ଯ୍ୟାପ୍ତ ସମୟ ନାହିଁ। ନିଯୁକ୍ତି ପାଇବା ପରେ ପରେ ତାଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି। ତେଣୁ ତାଙ୍କ ଯଥାଶୀଘ୍ର ଦକ୍ଷତା ଦେଖାଇବାକୁ ପଡିବ। ଖରାପ ପ୍ରଦର୍ଶନ ପରେ ହକି ଇଣ୍ଡିଆ ତା’ର କୋଚ୍‌ମାନଙ୍କୁ ବହିଷ୍କାର କରିବାର ଅଭ୍ୟାସ ରହିଛି। ତେଣୁ ଏଭଳି ପରିସ୍ଥିତିରେ ରିଡ୍‌ଙ୍କ ପାଇଁ ଜବରଦସ୍ତ ଚ୍ୟାଲ୍ୟେଞ୍ଜ୍‌ ରହିଛି। ପ୍ରଥମ ମ୍ୟାଚ୍‌ରେ ରୁଷିଆକୁ ଭେଟିବା ପରେ ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ଶୁକ୍ରବାର ପୋଲାଣ୍ଡକୁ ଭେଟିବ। ସେହିପରି ଜୁନ୍‌ ୧୦ ତାରିଖରେ ଭାରତ ଅନ୍ତିମ ପୁଲ୍‌ ଗେମ୍‌ରେ ୧୦ ତାରିଖରେ ଉଜ୍‌ବେକିସ୍ତାନକୁ ଭେଟିବ। ଯଦି ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୁଏ ତାହେଲେ ଭାରତ ପାଇଁ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି ହେବ। ଅଲିମ୍ପିକ୍ସ କ୍ୱାଲିଫାୟର ଖେଳିବାକୁ ହେଲେ ଭାରତକୁ ଏହି ଟୁର୍ନାମେଣ୍ଟରେ ଅତିକମ୍‌ରେ ଫାଇନାଲରେ ପ୍ରବେଶ କରିବାକୁ ହେବ।
ଏକ ଶକ୍ତିଶାଳୀ ଦଳ ସହ ଭାରତ ପଡିଆକୁ ଓହ୍ଲାଇବ। ଷ୍ଟ୍ରାଇକର ରମନଦୀପ ସିଂ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଭିଜ୍ଞ ଗୋଲ କିପର ପି. ଆର. ଶ୍ରୀଜେସଙ୍କ ପାଇଁ ବଡ଼ ପରୀକ୍ଷା ସୃଷ୍ଟି ହୋଇଛି। କ୍ୟାରିୟର ଆଗକୁ ବଢାଇବାକୁ ହେଲେ ତାଙ୍କୁ ଭଲ ପ୍ରଦର୍ଶନ କରବାକୁ ହେବ। ଅଭିଜ୍ଞ କିମ୍ବା ବଡ଼ ତାରକା ଖେଳାଳି ହୁଅନ୍ତୁ ପଛେ ରିଡ୍‌ ଫର୍ମକୁ ଅଗ୍ରାଧିକାର ଦେଇଛନ୍ତି। ସେଥିପାଇଁ ସେ ରୂପିନ୍ଦର ପାଲ ସିଂଙ୍କୁ ଦଳରେ ସାମିଲ କରିନାହାନ୍ତି। ବଦଳରେ ସେ ହରମନପ୍ରୀତ ସିଂ, ବରୁଣ କୁମାର ଓ ଅମିତ ରୋହିଦାସଙ୍କୁ ଦଳରେ ସାମିଲ କରିଛନ୍ତି। ପେନାଲ୍ଟି କର୍ନରରେ ଏହି ଖେଳାଳିମାନେ ସଫଳ ହେବେ ବୋଲି ଆଶା କରାଯାଉଛି। ମିଡ୍‌ଫିଲ୍ଡରେ ଅଧିନାୟକ ମନପୀତ ସିଂଙ୍କୁ ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା ଓ ହାର୍ଦ୍ଦିକ ସିଂ ସହଯୋଗ କରିବେ। ସେହିପରି ଆକାଶଦୀପ ସିଂ, ମନଦୀପ ସିଂ ଷ୍ଟ୍ରାଇକର ହିସାବରେ କମାଲ କରିବା ଆଶା କରାଯାଉଛି। ଭାରତୀୟ ଖେଳାଳିଙ୍କୁ ଫିନିଶିଂରେ ଉନ୍ନତି ଆଣିବାକୁ ହେବ। ପୁଣି ଅନ୍ତିମ ମିନିଟ୍‌ରେ ଗୋଲ ବରଣ କରିବାର ଅଭ୍ୟାସକୁ ବଦଳାଇବାକୁ ପଡିବ। ଗତ ୩ ସପ୍ତାହ ହେବ ଆମେ ପିନିଶିଂରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରୁଛୁ। ସବୁ ଦୁର୍ବଳତାକୁ ଦୂରେଇବା ପାର୍ଇ ଆମେ ପ୍ରୟାସ କରିବୁ ବୋଲି ଭାରତୀୟ ଅଧିନାୟକ ମନପ୍ରୀତ କହିଛନ୍ତି।

ଗୁରୁବାର ବାକି ଦୁଇଟି ମ୍ୟାଚ୍‌ରେ ଆମେରିକା ଓ ଦକ୍ଷିଣ ଆଫ୍ରିକା, ପୋଲାଣ୍ଡ ଓ ଉଜ୍‌ବେକିସ୍ତାନ ପୁଲ୍‌ ବି’ରେ ପରସ୍ପରକୁ ଭେଟିବେ। ଏହି ଟୁର୍ନାମେଣ୍ଟ ହେଉଛି ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସର ଦ୍ୱିତୀୟ ଟୁର୍ନାମେଣ୍ଟ। ପୂର୍ବରୁ ପ୍ରଥମ ଟୁର୍ନାମେଣ୍ଟ ମାଲେସିଆରେ ଏପ୍ରିଲ ୨୬ରୁ ମେ ୪ ତାରିଖ ମଧ୍ୟରେ ଖେଳାଯାଇଥିଲା। ସେହିପରି ତୃତୀୟ ଟୁର୍ନାମେଣ୍ଟ ଫ୍ରାନ୍ସରେ ଜୁନ ୧୫ରୁ ୨୩ ତାରିଖ ମଧ୍ୟରେ ଖେଳାଯିବ। ମୋଟ ଉପରେ ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ୱାଳିଫାୟର୍ସରେ ୧୪ଟି ଦଳ ସାମିଲ ରହିବେ। ଏଥିମଧ୍ୟରୁ ଟୋକିଓ ଅଲିମ୍ପିକ୍ସ ପାଇଁ ୧୪ଟି ଦଳ କ୍ୱାଲିଫାଏ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

୩ ଘଣ୍ଟାରେ ବୈଠକ ଶେଷ, ଫଳ ଶୂନ: ଯୁଦ୍ଧ ଆଶଙ୍କା ମଧ୍ୟରେ…

ଜେନେଭା,୧୮ା୨:ଆମେରିକା-ଇରାନ ଯୁଦ୍ଧ ଆଶଙ୍କା ମଧ୍ୟରେ ଉଭୟ ପକ୍ଷଙ୍କ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ମଙ୍ଗଳବାର ଜେନେଭାରେ ଶେଷ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି…

ଅସୀମାଙ୍କ ଗୀତରେ ମତୁଆଲା ଦର୍ଶକ

ଚଣ୍ଡିଖୋଲ,୧୮।୨(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବ୍ଲକ୍‌ ଅଧୀନ ଚଣ୍ଡିଖୋଲ ମହାବିନାୟକ ପୀଠରେ ୩ ଦିନ ଧରି ଚାଲୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଙ୍ଗଳବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ସାଂସ୍କୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri