Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ଟିକେଟ ବିକ୍ରି ଆରମ୍ଭ: ଟିକେଟ ବିକ୍ରି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦିଆଯିବ

ଭୁବନେଶ୍ୱର,୨୭।୫(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମସ୍ଥିତ ବକ୍ସ ଅଫିସ୍‌ରେ ଟିକେଟ ବିକ୍ରି ଆରମ୍ଭ କରାଯାଇଛି ବୋଲି ଆୟୋଜକମାନେ ଘୋଷଣା କରିଛନ୍ତି। ଏଥିସହିତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖୋଲିଥିବା ଆଉଟ୍‌ଲେଟ୍‌ଗୁଡିକରେ ମଧ୍ୟ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଯେଉଁ ପ୍ରଶଂସକମାନେ ଅନ୍‌ଲାଇନ୍‌ରେ ଟିକେଟ କିଣିଛନ୍ତି ସେମାନେ ଷ୍ଟାଡିୟମସ୍ଥିତ ରିଡେମ୍ପଶନ କାଉଣ୍ଟରରେ ଟିକେଟ ରିଡମ୍‌ କରିପାରିବେ ବୋଲି ସୂଚନା ଦିଆଯାଇଛି।
ଟିକେଟ ବିକ୍ରିରୁ ମିଳିବାକୁଥିବା ଲାଭାର୍ଥ ସାଇକ୍ଲୋନ ଫନୀ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ସାହାଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ଆୟୋଜକମାନେ ଘୋଷଣା କରିଛନ୍ତି। ଟିକେଟ କ୍ରୟ କରିଥିବା ଲୋକେ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ବିଶ୍ୱସ୍ତରୀୟ ହକି ଦେଖିବାର ସୁଯୋଗ ହାସଲ କରିବେ। ୮ଟି ଦଳ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଓ ଷ୍ଟାଡିୟମର ଗେଟ୍‌ ନମ୍ବର ୯ସ୍ଥିତ ବକ୍ସ ଅଫିସ୍‌ରେ ଟିକେଟ ମିଳିପାରିବ। ସେହିପରି ଅନ୍‌ଲାଇନରେ ଟିକେଟ କ୍ରୟ କରିଥିବା ପ୍ରଶଂସକମାନେ ଗେଟ୍‌ ନମ୍ବର ୪ ସ୍ଥିତ ରିଡେମ୍ପଶନ କାଉଣ୍ଟରରେ ସେମାନଙ୍କ ଅନ୍‌ଲାଇନ ଭାଉଚରକୁ ରିଡମ କରିପାରିବେ।
ସକାଳ ୧୦.୩୦ରୁ ଅପରାହ୍ନ ୫ଟା ମଧ୍ୟରେ ବିଭିନ୍ନ ଆଉଟଲେଟ୍‌ରେ ଟିକେଟ ମିଳିପାରିବ। ତେବେ ଗେଟ୍‌ ନମ୍ବର ୯ ସ୍ଥିତ ବକ୍ସ ଅଫିସରେ ସକାଳ ୯ଟାରୁ ୧୨ ପର୍ଯ୍ୟନ୍ତ ଟିକେଟ ମିଳିପାରିବ। ସେହିପରି ଅପରାହ୍ନ ୩ଟାରୁ ୭ଟା ପର୍ଯ୍ୟନ୍ତ ୪ ନମ୍ବର ଗେଟ୍‌ରେ ଅନ୍‌ଲାଇନ୍‌ ଭାଉଚରଗୁଡିକର ରିଡେମ୍ପଶନ ହୋଇପାରିବ ବୋଲି କୁହାଯାଇଛି। ପୂର୍ବରୁ ମେ ୧୪ ତାରିଖରେ ଅନ୍‌ଲାଇନ୍‌ରେ ଟିକେଟ ଉପଲବ୍ଧ ହୋଇଥିଲା।
ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ଗୁଡିକ ପାଇଁ ଇଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୨୦୦, ସାଉଥ୍‌ ଓ ନର୍ଥ ଷ୍ଟାଣ୍ଡ ପାଇଁ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ଗୁଡିକ ଆସନ୍ତା ଜୁନ ୬ରୁ ୧୨ ତାରିଖ ମଧ୍ୟରେ ଆୟୋଜନ ହେବ। ସେହିପରି ୧୪ ଓ ୧୫ ତାରିଖରେ ଖେଳାଯିବାକୁ ଥିବା ଦୁଇଟି ସେମିଫାଇନାଲ ମ୍ୟାଚ୍‌ ପାଇଁ ଇଷ୍ଟ ଷ୍ଟାଣ୍ଡ ଟିକେଟର ମୂଲ୍ୟ ୨୫୦ ଓ ସାଉଥ୍‌ ଏବଂ ନର୍ଥ ଷ୍ଟାଣ୍ଡ ପାଇଁ ଟିକେଟର ମୂଲ୍ୟର ୧୫୦ ଟଙ୍କା ରଖାଯାଇଛି। ଆଗାମୀ ୬, ୭, ୧୦, ୧୨ ଓ ୧୪ ତାରିଖ ସକାଳ ୮ଟା ୪୫ରେ ଆରମ୍ଭ ହେବାକୁଥିବା ମ୍ୟାଚ୍‌ଗୁଡିକ ପାଇଁ ଇଷ୍ଟ, ନର୍ଥ ଓ ସାଉଥ ଷ୍ଟାଣ୍ଡ ଫାଷ୍ଟ କମ ଫାଷ୍ଟ ସର୍ଭ ବେସିସ୍‌ରେ ଦର୍ଶକ ମାନେ ବିନା ଟିକେଟରେ ମାଗଣାରେ ଏଣ୍ଟ୍ରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri