Posted inଖେଳ

ଏଫ୍‌ଆଇଏଚ୍‌ ପୁରସ୍କାର : ବିବେକ ଶ୍ରେଷ୍ଠ ଉଦୀୟମାନ ଖେଳାଳି

ନୂଆଦିଲ୍ଲୀ, ୧୧।୨-
ଭାରତୀୟ ହକି ଦଳର ମିଡ୍‌ଫିଲ୍ଡର ବିବେକ ସାଗର ପ୍ରସାଦ ୨୦୧୯ ବର୍ଷ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌)ର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଜିତିଛନ୍ତି। ରାଇଜିଂ ଷ୍ଟାର ଅଫ ଦି ଇୟର ପୁରସ୍କାର ଦୌଡ଼ରେ ବିବେକ ଆର୍ଜେଣ୍ଟିନାର ମାଇକୋ କାସେଲା, ଅଷ୍ଟ୍ରେଲିଆର ବ୍ଲାକ୍‌ ଗୋଭର୍ସ, ଗ୍ରେଟ ବ୍ରିଟେନର ଜାଚାରୀ ଓ୍ବାଲାସ ଓ ନେଦରଲାଣ୍ଡ୍ସର ଜୋନାସ ଡି ଜିଉସଙ୍କୁ ପଛରେ ପକାଇ ଦେଇଛନ୍ତି। ବିବେକ ଜାତୀୟ ଆସୋସିଏଶନ ଗୁଡ଼ିକରୁ ୫୦ ପ୍ରତିଶତ ଭୋଟ ପାଇଥିବାବେଳେ ୨୩ ପ୍ରତିଶତ ମିଡିଆ ଓ ୧୫.୧ ପ୍ରତିଶତ ଫ୍ୟାନ୍ସ/ପ୍ଲେୟର୍ସ ଭୋଟ ପାଇଛନ୍ତି। ମୋଟ ଉପରେ ତାଙ୍କର ଭୋଟ ହାର ହେଉଛି ୩୪.୫ ପ୍ରତିଶତ। ସେହି ତୁଳନାରେ କାସେଲା ୨୨ ଓ ଗୋଭର୍ସ ୨୦.୯ ପ୍ରତିଶତ ଭୋଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଏହି ସଫଳତା ପାଇଁ ୧୯ ବର୍ଷୀୟ ବିବେକଙ୍କୁ ହକି ଇଣ୍ଡିଆ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ୨୦୧୮ରେ ନ୍ୟୁଜିଲାଣ୍ଡ ଟୁର୍‌ରେ ମାତ୍ର ୧୭ ବର୍ଷରେ ବିବେକ ବିଶ୍ୱର ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳିଭାବେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହାପରେ ସେ ଭାରତୀୟ ସିନିୟର ଦଳରୁ ୫୦ରୁ ଅଧିକ ମ୍ୟାଚ ଖେଳି ସାରିଛନ୍ତି। ସେ ୨୦୧୯ରେ ଅନୁଷ୍ଠିତ ସୁଲତାନ ଆଜଲାନ ଶାହ କପ୍‌ ହକିରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ଫାଇନାଲରେ ଭାରତ ଶୁଟ୍‌ଆଉଟରେ କୋରିଆଠାରୁ ହାରି ଯାଇଥିଲା। ସେହିପରି ୨୦୧୯ରେ ସେ ଭୁବନେଶ୍ୱରରେ ଅନୁଷ୍ଠିତ ଏଫଆଇଏଚ୍‌ ପୁରୁଷ ହକି ସିରିଜ ଫାଇନାଲ୍ସରେ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଏହା ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ଏହି ବର୍ଷ ସେ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଅଲିମ୍ପିକ୍ସ ଯୋଗ୍ୟତା ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
”ଏହା ମୋ ପାଇଁ ସ୍ମରଣୀୟ। ମୋତେ ଏହି ପୁରସ୍କାର ପାଇଁ ଯେଉଁମାନେ ଭେଟ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଆଗାମୀ ଦିନରେ ଆହୁରି କଠିନ ପରିଶ୍ରମ ପାଇଁ ଏହା ମୋତେ ଉତ୍ସାହିତ କରିଛି“ ବୋଲି ବିବେକ ନିଜ ପ୍ରତିକ୍ରୀୟାରେ କହିଛନ୍ତି। ଏହି ଅବସରରେ ବିବେକ ଭାରତୀୟ ଦଳର ସିନିୟର ଖେଳାଳିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ମୁଁ ଯେତେବେଳେ ତ୍ରୁଟି କରିଥାଏ ସିନିୟର ଖେଳାଳିମାନେ ଧୈର୍ଯ୍ୟ ନ ହରାଇବାକୁ ପରାମର୍ଶ ଦେଇଥାନ୍ତି ଏବଂ ତ୍ରୁଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥାନ୍ତି ବୋଲି ବୁଏନ୍ସ ଆରିଜଠାରେ ଅନୁଷ୍ଠିତ ୨୦୧୮ ୟୁଥ୍‌ ଅଲିମ୍ପିକ୍ସରେ ନିଜ ନେତୃତ୍ୱରେ ଭାରତକୁ ରୌପ୍ୟ ପଦକ ବିଜୟୀ କରାଇଥିବା ବିବେକ ପ୍ରକାଶ କରିଛନ୍ତି। ବିବେକଙ୍କୁ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅଭିନନ୍ଦନ ଜଣାଇଛନ୍ତି। ”ସମ୍ମାନଜନକ ଏଫଆଇଏଚ୍‌ ରାଇଜିଂ ଷ୍ଟାର ଅଫ ଦି ଇୟର ପୁରସ୍କାର ପାଇଥିବାରୁ ବିବେକଙ୍କୁ ଅଭିନନ୍ଦନ। ଭବିଷ୍ୟତରେ ଅଧିକ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଶୁଭେଚ୍ଛା। ଏହି ପୁରସ୍କାର ନିଶ୍ଚିତ ତାଙ୍କୁ ଉତ୍ସାହିତ କରିବ“ ବୋଲି ମୁସ୍ତାକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ

ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ…

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?