ଏଫ୍‌ଆଇଏଚ୍‌ ଟ୍ରଫି ସହ ‘ମୋ ବସ୍‌’ରେ ଗଲେ ଭାରତୀୟ ହକି ଦଳ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଭାରତୀୟ ହକି ଦଳର ଖେଳାଳିମାନେ ଏଫ୍‌ଆଇଏଚ୍‌ ଟ୍ରଫି ସହ ଶୁକ୍ରବାର ‘ମୋ ବସ୍‌’ରେ କଳିଙ୍ଗ ଷ୍ଟାଡିୟମ୍‌ ଆସିଥିଲେ। ଏନେଇ କ୍ୟାପିଟାଲ ରିଜିୟନ୍‌ ଅର୍ବାନ ଟ୍ରାନ୍‌ପୋର୍ଟ (କ୍ରୁଟ୍‌) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସେମାନଙ୍କ ଯାତାୟାତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଖେଳାଳିମାନଙ୍କ ସହ ମୋ ବସ୍‌ ହକି କୁଇଜ୍‌ର ବିଜେତା ଓ କେତେଜଣ ସାଧାରଣ ଲୋକ ଯାତ୍ରା କରିବାର ସୁଯୋଗ ପାଇଥିଲେ। ହକି ପ୍ରେମୀଙ୍କ ପାଇଁ କ୍ରୁଟ୍‌ ପକ୍ଷରୁ ଦିଆଯାଇଥିବା ଉପହାରକୁ ସମସ୍ତେ ସ୍ବାଗତ କରିଥିଲେ। ଖେଳାଳିମାନେ ହୋଟେଲ ସ୍ୟାଣ୍ଡିସ୍‌ ଟାଓ୍ବାରରୁ ଅପରାହ୍ନ ସାଢ଼େ ଗୋଟେରୁ ବାହାରି ୧.୪୫ରେ କଳିଙ୍ଗ ଷ୍ଟାଡିୟମ୍‌ ନିକଟରେ ପହଞ୍ଚିଲେ। ହୋଟେଲରୁ ଷ୍ଟାଡିୟମ୍‌କୁ ବସ୍‌ରେ ଯାତ୍ରା କରିବା ସମୟରେ ଫ୍ୟାନ୍‌ମାନେ ଖୋଳାଳିମାନଙ୍କ ସହ ବାର୍ତ୍ତାଳାପ କରିବା ସହ ସେଲଫି ନେଇଥିଲେ। ପରେ ଖେଳାଳିମାନେ ମୋ ସାଇକେଲ ଚଳାଇ ଗେଟ୍‌ ନଂ. ୩ ଦେଇ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼ ଉତ୍ପାତ, ୧୨ରୁ ଊର୍ଦ୍ଧ୍ୱ ଆହତ

ବସ୍ତା, ୧୭।୭(ସ୍ବ.ପ୍ର.)-ବସ୍ତା ଥାନା କୁଳିଦା ପଞ୍ଚାୟତରେ ଗତ ୧୫ଦିନ ହେଲା ମାଙ୍କଡ଼ଙ୍କ ଉପଦ୍ରବ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୫୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ ଏହି...

ଘରୁ ଆରମ୍ଭ ହେଉ ପରିବେଶ ସୁରକ୍ଷା

କ୍ଲାଇମେଟ୍‌ ଚେଞ୍ଜ:ଦି ପାୱାର ଅଫ୍‌ ୟୁଥ୍‌ ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ...

ବଉଳା କୁମ୍ଭୀର ବସା ଉଦ୍ଧାର: ଭିତରକନିକା ନିଆଗଲା ଅଣ୍ଡା, ନାଳରେ ଛାଡ଼ି ଦିଆଗଲା କୁମ୍ଭୀର

ମହାକାଳପଡ଼ା,୧୯।୫(ଡି.ଏନ୍‌.ଏ.): ମହାକାଳପଡ଼ା ବନାଞ୍ଚଳ ଅଧୀନ ଗାବରୀ ନଦୀ ପାର୍ଶ୍ୱ ଅରଡ଼ ଗ୍ରାମର ଏକ ବୁଦା ମୂଳେ ଏକ ବଉଳା କୁମ୍ଭୀର ବସା ବାନ୍ଧି କିଛି ଅଣ୍ଡା...

ହେଲିକପ୍ଟର ଦୁର୍ଘଟଣାରେ ବିପିନ ରାଓ୍ବତଙ୍କ ସହ ଥିଲେ ଜଣେ ଓଡ଼ିଆ ପୁଅ

ଅନୁଗୋଳ ଅଫିସ,୯ା୧୨: ତାମିଲନାଡୁରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ। ସହିଦ ଯବାନ ତାଳଚେର...

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସାବିତ୍ରୀ ରଥ

କଟକ ଅଫିସ,୧୧।୬- ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ସାବିତ୍ରୀ ରଥ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ତାଙ୍କୁ...

ସ୍ବତନ୍ତ୍ର ଏଡିଜେ କୋର୍ଟରେ ହାଜର ହେଲେ ଜୟନାରାୟଣ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଭୁବନେଶ୍ବର ସ୍ବତନ୍ତ୍ର ଏଡିଜେ କୋର୍ଟରେ ଶୁକ୍ରବାର ହଜାର ହୋଇଛନ୍ତି। ଜୟନାରାୟଣଙ୍କ ସହ ଆଉ ୧୨ ଜଣ ମଧ୍ୟ...

୨ ଶହ ମିଟର ଧସିଲା ହରିଦାସପୁର-ପାରାଦୀପ ରେଳରାସ୍ତା, ଲୋକେ ଆତଙ୍କିତ

ମାର୍ଶାଘାଇ,୧୩।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା ଗୁରୁବାର ଦୁଇପଟକୁ ୨ଶହ ମିଟର ଧସିଯାଇଛି। ଫଳରେ ୩ ପରିବାର ପ୍ରଭାବିତ ହୋଇଛନ୍ତି।...

ଲୋକମାନ୍ୟ ତିଲକ ଏକ୍ସପ୍ରେସର ଇଞ୍ଜିନ୍‌ରୁ ୨ ବଗି ଅଲଗା

ଚୌଦ୍ୱାର,୧୬।୩(ଡି.ଏନ୍‌.ଏ.): ଲୋକମାନ୍ୟ ତିଲକ ଏକ୍ସପ୍ରେସର ୨ଟି ବଗି ଇଞ୍ଜିନ୍‌ରୁ ଅଲଗା ହୋଇଯାଇଥିବା ସୂଚନା ମିଳିଛି। ଏକ୍ସପ୍ରେସଟି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ସୋମବାର ଶାଳଗାଁ-ବରହମ୍‌ପୁର...

Advertisement
Archives

Model This Week