ଏଫଏମ୍‌ ମେଡ଼ିକାଲ କଜେଲ ଓ ହସ୍‌ପିଟାଲରେ ଏମ୍‌ସିଆଇ ଟିମ୍‌

ବାଲେଶ୍ୱର ଅଫିସ, ୩୦।୧୧-ବାଲେଶ୍ୱର ଫକୀରମୋହନ(ଏଫଏମ୍‌) ମେଡ଼ିକାଲ କଲେଜ ଓ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମେଡ଼ିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)ର ୩ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ପରିଦର୍ଶନ କରିଛନ୍ତି। ଉଭୟ ମେଡ଼ିକାଲ କଲେଜ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ବିଭାଗ ବୁଲି ଦେଖିବା ସହ ଏମ୍‌ସିଆଇର ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପୂରଣ ଦିଗରେ କେତେଦୂର ସଫଳତା ପାଇଛି ସେନେଇ ଅନୁଧ୍ୟାନ କରିଥିଲେ।
ବାଙ୍ଗାଲୋର ମେଡ଼ିକାଲ କଲେଜର ପ୍ରଫେସର ଶିବା ପୂର୍ବାହ୍ନ ୯ଟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ଫକୀରମୋହନ ମେଡ଼ିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧୀର ଘୋଷ, ମ୍ୟାନେଜର ଯୋଗସ୍ମିତା ଜେନାଙ୍କ ସହାୟତାରେ ଓପିଡ଼ି, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଥିବା ବିଭିନ୍ନ ଯନ୍ତ୍ରାଂଶକୁ ନିରୀକ୍ଷଣ କରିଥିବା ବେଳେ ଡାଇରିଆ, ଯକ୍ଷ୍ମା ବିଭାଗ ବୁଲି ରୋଗୀମାନଙ୍କର ପଞ୍ଜିକରଣ ଖାତା ଦେଖିବା ସହ ସଠିକ୍‌ ଭାବେ ଔଷଧ ବିତରଣ ଏବଂ ଡାକ୍ତରମାନଙ୍କ ରୋଗୀ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ବାଙ୍ଗାଲୋର ମେଡ଼ିକାଲ କଲେଜର ଆନାସ୍ଥେସିଆ ବିଭାଗର ପ୍ରଫେସର ଶିବ କୁମାର ଓ ହରିୟାନାସ୍ଥିତ ରେହେତକ ଏସ୍‌ଏନ୍‌ସିର ପ୍ରଫେସର ଧତରୱାଲ କାନ୍ତ ମିଳିତ ଭାବେ ଫକୀରମୋହନ ମେଡ଼ିକାଲ କଲେଜ ଡିନ୍‌ ଅଧ୍ୟକ୍ଷ ଡା. ପ୍ରତାପ ରଥଙ୍କ ସହଯୋଗରେ ରେମୁଣା ଗୋଲେଇ ନିକଟସ୍ଥ ଫକୀରମୋହନ ମେଡ଼ିକାଲ କଲେଜ ପରିଦର୍ଶନ କରିଥିଲେ। ମେଡ଼ିକାଲ କଲେଜରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରଦାନ, କ୍ଲାସ ରୁମ୍‌, ଛାତ୍ରୀ ଓ ଛାତ୍ରୀନିବାସ, ପ୍ରାକ୍ଟିକାଲ ରୁମ୍‌, ପ୍ରଫେସରଙ୍କ ସଂଖ୍ୟା ସହ ବିଭିନ୍ନ ବିଭାଗର ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଉକ୍ତ ଏମ୍‌ସିଆଇ ଟିମ୍‌ ମେଡ଼ିକାଲ କଲେଜ ପରିସରରେ ଥିବା ଜଣାପଡ଼ିଛି। ଏମାନଙ୍କ ରିପୋର୍ଟ ଉପରେ ଫକୀରମୋହନ ମେଡ଼ିକାଲ କଲେଜର ଦ୍ୱିତୀୟବର୍ଷର ରିନ୍ୟୁଆଲ ତଥା ତୃତୀୟବର୍ଷର ଛାତ୍ରୀଛାତ୍ର ନାମଲେଖା ନିର୍ଭର କରୁଥିବାର ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ସମ୍ପ୍ରସାରଣ ଆଳରେ ମିଶନ ଶକ୍ତି ଗୃହ ନିର୍ମାଣ ବନ୍ଦ

ବାହାନଗା,୮ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା କାମ ନ ହୋଇ...

ଶିକ୍ଷକ ବଦଳି ପ୍ରତିବାଦ: ପିଲାଙ୍କୁ ସ୍କୁଲ ଛାଡିଲେନି ଅଭିଭାବକ

ଖଇରା, ୨୧।୮(ଡି.ଏନ.ଏ.)-ଖଇରା ବ୍ଲକ ସାରୁଗାଁ ନୋଡାଲ ସ୍କୁଲରେ ବିକଳ୍ପ ବ୍ୟବସ୍ଥା କରା ନ ଯାଇ ରାତି ଅଧିଆ ବିଜ୍ଞାନ ଶିକ୍ଷକ ସୌଭାଗ୍ୟ ବିଶ୍ୱାଳଙ୍କୁ ବଦଳି କରାଯିବା...

ରାଜନୈତିକ ହିଂସା: ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର ଅଫିସ,୧୭ା୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ କରୁଆ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, କରୁଆ...

ଗୋରୁ ବୋଝେଇ ଭ୍ୟାନ ଜବତ, ୩ ଗିରଫ

ରୂପସା, ୩୧।୧୦(ଡି.ଏନ.ଏ.): ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ବସ୍ତା ଥାନା ଅଧୀନ ନଳବାହାର ଛକ ନିକଟରେ ପୋଲିସ ସୋମବାର ଚଢାଉ କରି ୨ଟି ଗୋରୁ...

ଡରାଇଲାଣି ସମ୍ଭାବ୍ୟ ବାତ୍ୟା

ଭୋଗରାଇ,୨୧।୫(ଡି.ଏନ.ଏ.)-ପୂର୍ବ-ମଧ୍ୟୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଉପୂକଳରେ ତାଣ୍ଡବ ରଚାଇବ ବୋଲି ବିଭିନ୍ନ ପାଣିପାଗ ଦପ୍ତର ଆଗୁଆ ସତର୍କ...

‘ଗାଁ ନାଟକରୁ ମିଳିଥିଲା ପ୍ରେରଣା’

ସିମୁଳିଆ, ୩।୩(ସନ୍ତୋଷ କୁମାର ନାୟକ)-କଲମ ମୁନରେ ସମାଜରେ ସଂସ୍କାର ଆଣିହେବ। ଏନେଇ ଅହରହ ପ୍ରୟାସ ଜାରି ରଖିଛନ୍ତି ନାଟ୍ୟକାର ନବଘନ ରାଉଳ। ଜଣେ ବାସ୍ତବବାଦୀ ଲେଖକ...

ଡାକ୍ତର ଅଭାବ, ହେଉନି ଭିତ୍ତିଭୂମି ବିକାଶ

କେନ୍ଦୁଝର,୧୬ା୬(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆଦିବାସୀବହୁଳ ବାଂଶପାଳ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ସରକାର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ବ୍ଲକରେ...

ମେଗା ପାଣି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ଉପକୃତ ହେବେ ୧୯ ପଞ୍ଚାୟତର ଲୋକ

ବାଲେଶ୍ୱର ଅଫିସ,୧୩।୮- ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳର କୋଷ୍ଟାଲ କେନାଲର ଦକ୍ଷିଣରେ ଥିବା ଗ୍ରାମଗୁଡ଼ିକରେ ଭୂତଳ ଜଳ ଲବଣାକ୍ତ ହୋଇଯାଇଛି। ଏହି ଅଞ୍ଚଳବାସୀ ପିଇବା ପାଣି...

Advertisement
Archives

Model This Week