ଏଫଏମ୍‌ ମେଡ଼ିକାଲ କଜେଲ ଓ ହସ୍‌ପିଟାଲରେ ଏମ୍‌ସିଆଇ ଟିମ୍‌

ବାଲେଶ୍ୱର ଅଫିସ, ୩୦।୧୧-ବାଲେଶ୍ୱର ଫକୀରମୋହନ(ଏଫଏମ୍‌) ମେଡ଼ିକାଲ କଲେଜ ଓ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମେଡ଼ିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)ର ୩ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ପରିଦର୍ଶନ କରିଛନ୍ତି। ଉଭୟ ମେଡ଼ିକାଲ କଲେଜ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ବିଭାଗ ବୁଲି ଦେଖିବା ସହ ଏମ୍‌ସିଆଇର ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପୂରଣ ଦିଗରେ କେତେଦୂର ସଫଳତା ପାଇଛି ସେନେଇ ଅନୁଧ୍ୟାନ କରିଥିଲେ।
ବାଙ୍ଗାଲୋର ମେଡ଼ିକାଲ କଲେଜର ପ୍ରଫେସର ଶିବା ପୂର୍ବାହ୍ନ ୯ଟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ଫକୀରମୋହନ ମେଡ଼ିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧୀର ଘୋଷ, ମ୍ୟାନେଜର ଯୋଗସ୍ମିତା ଜେନାଙ୍କ ସହାୟତାରେ ଓପିଡ଼ି, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଥିବା ବିଭିନ୍ନ ଯନ୍ତ୍ରାଂଶକୁ ନିରୀକ୍ଷଣ କରିଥିବା ବେଳେ ଡାଇରିଆ, ଯକ୍ଷ୍ମା ବିଭାଗ ବୁଲି ରୋଗୀମାନଙ୍କର ପଞ୍ଜିକରଣ ଖାତା ଦେଖିବା ସହ ସଠିକ୍‌ ଭାବେ ଔଷଧ ବିତରଣ ଏବଂ ଡାକ୍ତରମାନଙ୍କ ରୋଗୀ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ବାଙ୍ଗାଲୋର ମେଡ଼ିକାଲ କଲେଜର ଆନାସ୍ଥେସିଆ ବିଭାଗର ପ୍ରଫେସର ଶିବ କୁମାର ଓ ହରିୟାନାସ୍ଥିତ ରେହେତକ ଏସ୍‌ଏନ୍‌ସିର ପ୍ରଫେସର ଧତରୱାଲ କାନ୍ତ ମିଳିତ ଭାବେ ଫକୀରମୋହନ ମେଡ଼ିକାଲ କଲେଜ ଡିନ୍‌ ଅଧ୍ୟକ୍ଷ ଡା. ପ୍ରତାପ ରଥଙ୍କ ସହଯୋଗରେ ରେମୁଣା ଗୋଲେଇ ନିକଟସ୍ଥ ଫକୀରମୋହନ ମେଡ଼ିକାଲ କଲେଜ ପରିଦର୍ଶନ କରିଥିଲେ। ମେଡ଼ିକାଲ କଲେଜରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରଦାନ, କ୍ଲାସ ରୁମ୍‌, ଛାତ୍ରୀ ଓ ଛାତ୍ରୀନିବାସ, ପ୍ରାକ୍ଟିକାଲ ରୁମ୍‌, ପ୍ରଫେସରଙ୍କ ସଂଖ୍ୟା ସହ ବିଭିନ୍ନ ବିଭାଗର ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଉକ୍ତ ଏମ୍‌ସିଆଇ ଟିମ୍‌ ମେଡ଼ିକାଲ କଲେଜ ପରିସରରେ ଥିବା ଜଣାପଡ଼ିଛି। ଏମାନଙ୍କ ରିପୋର୍ଟ ଉପରେ ଫକୀରମୋହନ ମେଡ଼ିକାଲ କଲେଜର ଦ୍ୱିତୀୟବର୍ଷର ରିନ୍ୟୁଆଲ ତଥା ତୃତୀୟବର୍ଷର ଛାତ୍ରୀଛାତ୍ର ନାମଲେଖା ନିର୍ଭର କରୁଥିବାର ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?