Posted inଖେଳ

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଜୟ ସହ ବର୍ଷ ଆରମ୍ଭ ଭାରତର ଲକ୍ଷ୍ୟ

ଭୁବନେଶ୍ୱର, ୧୦।୧(କ୍ରୀଡ଼ା ପ୍ରତିନିଧି)-ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ। ଚଳିତ ମାସ ୧୮ ଓ ୧୯ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଗତ ବର୍ଷ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତ ପ୍ରୋ ଲିଗ୍‌ରେ ବିଜୟ ସହ ବର୍ଷ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଏଥିପାଇଁ ଡିସେମ୍ବର ୨୯ରୁ ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତୀୟ ଦଳର କୋଚିଂ କ୍ୟାମ୍ପ କଳିଙ୍ଗ ଷ୍ଟାଡିୟମରେ ଚାଲିଛି। ପୂର୍ବ କ୍ୟାମ୍ପରେ ଖେଳାଳିଙ୍କ ଶକ୍ତି ବୃଦ୍ଧି ପାଇଁ ଜିମ୍‌ ଏବଂ ହେଭି ଓ୍ବାର୍କଲୋଡ୍‌ ଉପରେ ଗୁରୁତ୍ୱ ଦିଆଯାଇଥିଲା। ମାତ୍ର ଏହି କ୍ୟାମ୍ପରେ ଖେଳ କୌଶଳ ଏବଂ ମ୍ୟାଚପରେ କିପରି ଶରୀର ଶୀଘ୍ର ରିକୋଭରି କରିବ ତା ଉପରେ ଫୋକସ କରାଯାଉଛି। ”ପ୍ରୋ ଲିଗ୍‌ରେ ଆମକୁ ଲଗାତର ମ୍ୟାଚ ଖେଳିବାକୁ ପଡ଼ିବ। ରିକୋଭରି ପାଇଁ ୨୪ ଘଣ୍ଟାରୁ କମ୍‌ ସମୟ ମିଳିବ। ତେଣୁ ଟ୍ରେନିଂ ସେସନରେ ଏହାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯାଉଛି। ଗୋଟିଏ ସେସନରେ କଠିନ ପରିଶ୍ରମ କରୁଥିବାବେଳେ ଅନ୍ୟ ସେସନରେ ବିଶ୍ରାମ ନେଉଛୁ କିମ୍ବା ହାଲ୍‌କା ଅଭ୍ୟାସ କରୁଛୁ“ ବୋଲି ଭାରତୀୟ ଦଳର ତାରକା ଫରଓ୍ବାର୍ଡ ମନଦୀପ ସିଂ ପ୍ରକାଶ କରିଛନ୍ତି।
ପୂର୍ବ ଟ୍ରେନିଂ କ୍ୟାମ୍ପରେ ଜିମ୍‌ ସହିତ ହେଭି ଓ୍ବାର୍କଲୋଡ୍‌ ସହ ଷ୍ଟ୍ରେନ୍ଥ ଟ୍ରେନିଂ ଉପରେ ଫୋକସ କରାଯାଉଥିଲା। ରବିନ ଆର୍କେଲ(ବୈଜ୍ଞାନିକ ପରାମର୍ଶଦାତା) ଅତ୍ୟଧିକ କଷ୍ଟସାଧ୍ୟ ଜିମ୍‌ ସେସନ ଉପରେ ଗୁରୁତ୍ୱ ଦେଉଥିଲେ। ଆମ ଦଳର ସମସ୍ତ ଖେଳାଳି ଫିଟ୍‌ ଥିଲେ ହେଁ ଅଧିକ ଶକ୍ତିଶାଳୀ ହେବା ଉପରେ ଗୁରୁତ୍ୱ ଦିଆଯାଉଥିଲା। ଫଳରେ ଏଥର ଖେଳାଳିଙ୍କ ୟୋ-ୟୋ ଟେଷ୍ଟ ପୂର୍ବାପେକ୍ଷା ଯଥେଷ୍ଟ ଭଲ ରହିଥିଲା। ଆଗାମୀ ୭-୮ ମାସ ମଧ୍ୟରେ ସ୍ପିଡ୍‌ ଏବଂ ଫିଟ୍‌ନେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କ୍ଳାନ୍ତ ନ ହୋଇ ଖେଳିବା ଉପରେ ଆମେ ଧ୍ୟାନ ଦେଉଛୁ ବୋଲି ସେ କହିଛନ୍ତି। ଭାରତ-ନେଦରଲାଣ୍ଡ୍ସ ମ୍ୟାଚଗୁଡ଼ିକ ସାଧାରଣତଃ ସଂଘର୍ଷପୂର୍ଣ୍ଣ ହୋଇଥାଏ। ଏଥର ମଧ୍ୟ ବିଲି ବାକରଙ୍କ ଦଳକୁ ଭାରତ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଆଶା ରଖିଛନ୍ତି ମନଦୀପ। ”ଆମେ ନେଦରଲାଣ୍ଡ୍ସ ବିପକ୍ଷରେ ଗତବର୍ଷ ଖେଳିନାହୁଁ। ଦଳଗତଭାବେ ଆମେ ପୂର୍ବାପେକ୍ଷା ଉନ୍ନତି କରିଛୁ। ଏହା ବ୍ୟତୀତ ଘରୋଇ ପରିବେଶରେ ଆମେ ଖେଳିବାକୁ ଯାଉଛୁ। ତେଣୁ କେବେହେଲେ ଦର୍ଶକଙ୍କୁ ନିରାଶ ହେବାକୁ ଦେବାକୁ ଚାହିଁବୁନି। ବିଜୟ ସହ ବର୍ଷ ଆରମ୍ଭ କରିବା ଆମର ଲକ୍ଷ୍ୟ“ ବୋଲି ଗତବର୍ଷ ଅଧିକ ଗୋଲ ସ୍କୋର କରିଥିବା ମନଦୀପ ପ୍ରକାଶ କରିଛନ୍ତି।
ଫରଓ୍ବାର୍ଡ ଲାଇନ୍‌ ସହ ଉତ୍ତମ ଯୋଗାଯୋଗ ରହିଲେ ଯାଇ ଅଧିକରୁ ଅଧିକ ଗୋଲ ସ୍କୋର ହୋଇପାରିବ ବୋଲି ତାଙ୍କ ମତ। ”ସାଥୀ ଖେଳାଳିଙ୍କ ସହଯୋଗ ରହିଲେ ଯାଇ ଫରଓ୍ବାର୍ଡ ଖେଳାଳିମାନେ ଅଧିକ ଗୋଲ ଦେଇ ପାରିବେ। ଆମେ ସାଥୀହୋଇ ଅଭ୍ୟାସ କରୁଥିବାରୁ ଏସ.ଭି. ସୁନୀଲ, ରମଣଦୀପ ସିଂ ଓ ଆକାଶଦୀପ ସିଂଙ୍କ ସହ ମୋର ବୁଝାମଣା ଭଲ ରହିଛି। ଆମେ କିଭଳି ଏବଂ କେଉଁ ପରିସ୍ଥିତିରେ ଗ୍ୟାପ୍‌ ବାହାର କରିପାରିବୁ ଏବଂ ସୁଯୋଗ ସୃଷ୍ଟି କରିବୁ ତାହାକୁ ନେଇ ଆମେ ପଡ଼ିଆ ବାହାରେ ମଧ୍ୟ ଆଲୋଚନା କରୁଛୁ। ଜଣେ ଷ୍ଟ୍ରାଇକରଭାବେ ଏହା ମୋତେ ବ୍ୟକ୍ତିଗତଭାବେ ବହୁତ ସହାୟକ ହୋଇଛି“ ବୋଲି ମନଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସକୁ ଆଉ ବର୍ଷେରୁ କମ୍‌ ସମୟ ଥିବାବେଳେ ଯୋଗଦେଇ ନାହଁନ୍ତି ବିଦେଶୀ କୋଚ୍‌

ନୂଆଦିଲ୍ଲୀ,୨୨ା୭(ପିଟି)- ଟୋକିଓ ଅଲିମ୍ପିକ୍ସକୁ ପୂର୍ବରୁ ଭାରତୀୟ ଟେବୁଲ ଟେନିସ ଦଳ ହାତରେ ପ୍ରସ୍ତୁତି ପାଇଁ ଆଉ ମାତ୍ର ବର୍ଷେ ସମୟ ରହିଛି। କିନ୍ତୁ ଦଳର ନୂଆ...

ଜନ୍ମଦିନରେ ହାଟ୍ରିକ୍‌ ନେଇଥିବା ବିଶ୍ୱର ଏକମାତ୍ର ଖେଳାଳି ହେଉଛନ୍ତି ଏହି କ୍ରିକେଟର, ରେକର୍ଡ ଭାଙ୍ଗିନାହାନ୍ତି କେହି

ନୂଆଦିଲ୍ଲୀ,୯।୧: କ୍ରିକେଟରେ କିଛି ବି ସମ୍ଭବ। ହେଲେ ଦୀର୍ଘଦିନର କ୍ରିକେଟ ଇତିହାସରେ ଏପରି କିଛି ଘଟଣା ଅଛି, ଯାହା ଥରଟିଏ ହୋଇଛି। ଏଭଳି ଜଣେ ଖେଳାଳି...

ମାତ୍ର ୧୨ ବର୍ଷରେ ଅଲିମ୍ପିକ୍ସରେ ଭାଗ ନେଇଥିଲେ ଏହି ଭାରତୀୟ ମହିଳା, ଡୁଡୁଲ ଜଣାଇଲା ସମ୍ମାନ

ଭାରତୀୟ ସନ୍ତରଣକାରୀ ଆରତି ଶାହାଙ୍କ ୮୦ତମ ଜନ୍ମ ବାର୍ଷିକୀରେ ଗୁଗୁଲ ଏକ ଡୁଡଲ କରି ତାଙ୍କୁ ମନେପକାଇଛି। ଶାହା ସେପ୍ଟେମ୍ବର ୨୪, ୧୯୪୦ରେ କୋଲକାତାରେ ଜନ୍ମଗ୍ରହଣ...

କ୍ରିକେଟରୁ ଅବସର ମିଳିଲେ ପିତାଙ୍କ ସହ ବିଲରେ କାମ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ଭାରତୀୟ ଦ୍ରୁତ ବୋଲର୍‌ ଉମେଶ ଯାଦବ ୧୯୮୭, ଅକ୍ଟୋବର ୨୫ରେ ଉତ୍ତର ପ୍ରଦେଶର ଦେଓରିଆରେ ଏକ ଗରିବ ଘରେ ଜନ୍ମଗ୍ରହଣ କରିଥିଲେ ଉମେଶ। ତାଙ୍କ ପିତା...

ଆଇଏସ୍‌ଏଲ୍‌ କାର୍ଯ୍ୟସୂଚୀ ଘୋଷଣା

ମାର୍ଗାଓ, ୩୧।୧୦: ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ୍‌) ୭ମ ସଂସ୍କରଣର ପ୍ରଥମ ଚରଣ ପାଇଁ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଥିବା ଏହି...

ଓସିଏ ନିର୍ବାଚନ :ସଭାପତି ପଦବୀରେ ପଙ୍କଜ-ପ୍ରଦୀପ ଲଢ଼େଇ

କଟକ ଅଫିସ,୨୪ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନକୁ ଆଉ ୩ ଦିନ ବାକି । ଗୁପ୍ତରେ ଚାଲିଛି ଅଙ୍କକଷା, ଭୋଟ ବ୍ୟାଙ୍କ ପ୍ରସ୍ତୁତି। ଦୁଇଟି ଗୋଷ୍ଠୀ...

ପୁଣି ବ୍ରୋଞ୍ଜ ଜିତି ଇତିହାସ ରଚିଲେ ଅବନୀ

ଟୋକିଓ,୩।୯: ମହିଳା ୫୦ ମିଟର ରାଇଫଲ ପି-୩, ଏସ୍‌ଏଚ୍‌-୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଅବନୀ ଲେଖରା ଇତିହାସ ସୃଷ୍ଟି କରଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ଏହା...

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ...

Advertisement
Ten Cric Info


Archives

Model This Week