Posted inଖେଳ

ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି: କଳିଙ୍ଗ ଉପରେ ନଜର କେନ୍ଦ୍ରିଭୂତ

ଭୁବନେଶ୍ୱର, ୩୦।୧୦(କ୍ରୀଡ଼ା ପ୍ରତିନିଧି)-ନଭେମ୍ବର ୧ ଓ ୨ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି ମ୍ୟାଚ ଅନୁଷ୍ଠିତ ହେବ। ପୁରୁଷ ବିଭାଗରେ ଭାରତ ଲୋ ର଼୍ୟାଙ୍କ୍‌ପ୍ରାପ୍ତ ରୁଷିଆକୁ ଭେଟିବାକୁ ଯାଉଥିବାବେଳେ ମହିଳା ବିଭାଗରେ ଭାରତର ପ୍ରତିଦ୍ୱନ୍ଦ୍ୱୀ ଆମେରିକା। ଏହି ମ୍ୟାଚ ପରେ କେଉଁ ଦୁଇଟି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ ତାହା ସ୍ପଷ୍ଟ ହେବ। ପ୍ରତିଯୋଗିତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତୀୟ ମହିଳା ଓ ପୁରୁଷ ଦଳ ଏବଂ ଆମେରିକା ଓ ରୁଷିଆ ନିଜ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ଇତିମଧ୍ୟରେ ବିଶ୍ୱର ବିଭିନ୍ନ ସ୍ଥାନରେ ମହିଳା ଓ ପୁରୁଷ ବିଭାଗରେ ୬ଟି ଲେଖାଏ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୩ଟି ଲେଖାଏ ଦଳ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ତେଣୁ ଏବେ ହକି ଜଗତର ନଜର କଳିଙ୍ଗ ଷ୍ଟାଡିୟମ ଉପରେ କେନ୍ଦ୍ରୀଭୂତ ହୋଇଛି। ଏଠାରେ ମ୍ୟାଚ ଦେଖିବାପାଇଁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି।
ସ୍ପେନ, ନେଦରଲାଣ୍ଡ୍ସ, କାନାଡ଼ାକୁ ଯୋଗ୍ୟତା
ସ୍ପେନ, ନେଦରଲାଣ୍ଡ୍ସ ଓ କାନାଡ଼ା ପୁରୁଷ ହକିରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାଲେନ୍ସିଆଠାରେ ଅକ୍ଟୋବର ୨୫ ଓ ୨୬ରେ ଅନୁଷ୍ଠିତ ୨ଟି ମ୍ୟାଚରେ ଫ୍ରାନ୍ସକୁ ପଛରେ ପକାଇ ସ୍ପେନ ଅଲିମ୍ପିକ୍ସ ଟିକେଟ ପାଇଛି। ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚଟି ୩-୩ ଗୋଲରେ ଡ୍ର ରହିଥିବାବେଳେ ଦ୍ୱିତୀୟ ମ୍ୟାଚରେ ସ୍ପେନ ୩-୨ ଗୋଲରେ ବିଜୟୀ ହୋଇଥିଲା। ଫଳରେ ୬-୫ ଗୋଲ ବ୍ୟବଧାନରେ ଆଗକୁ ବଢ଼ିଛି ସ୍ପେନ। ସେହିପରି ଆମଷ୍ଟେଲଭିନଠାରେ ଅକ୍ଟୋବର ୨୬ ଓ ୨୭ରେ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନକୁ ନିରାଶ କରି ନେଦରଲାଣ୍ଡ୍ସ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ପାଇଛି। ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚଟି ୪-୪ ଗୋଲରେ ଡ୍ର ରହିଥିବାବେଳେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ୍ସ ୬-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ଫଳରେ ମୋଟ ୧୦-୫ ଗୋଲ ବ୍ୟବଧାନରେ ନେଦରଲାଣ୍ଡ୍ସ ଆଗକୁ ଯାଇଥିବାବେଳେ ପାକିସ୍ତାନର ଅଲିମ୍ପିକ୍ସ ଖେଳିବା ଆଶା ଧୂଳିସାତ ହୋଇଛି। ଅକ୍ଟୋବର ୨୬ ଓ ୨୭ରେ ଅନୁଷ୍ଠିତ ମ୍ୟାଚରେ ଆୟର୍ଲାଣ୍ଡକୁ ପଛରେ ପକାଇବାରେ ସକ୍ଷମ ହୋଇଛି କାନାଡ଼ା। ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ଚମତ୍କାର ପ୍ରଦର୍ଶନ କରି କାନାଡ଼ାକୁ ୫-୩ ଗୋଲରେ ହରାଇବାରେ ସକ୍ଷମ ହୋଇଥିଲା। ମାତ୍ର ଦ୍ୱିତୀୟ ମ୍ୟାଚରେ କାନାଡ଼ା ୩-୧ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ୨ ମ୍ୟାଚ ଶେଷରେ ଉଭୟ ଦଳର ଗୋଲସଂଖ୍ୟା ୬ ହେବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏଥିରେ କାନାଡ଼ା ୫-୪ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ଫଳରେ ଭଲ ଖେଳିଥିଲେ ହେଁ ଆୟର୍ଲାଣ୍ଡ ଅଳ୍ପକେ ଅଲିମ୍ପିକ୍ସ ଯୋଗ୍ୟତା ପାଇବାରୁ ବଞ୍ଚତ୍ତ ହୋଇଥିଲା।
ମହିଳାରେ ଅଷ୍ଟ୍ରେଲିଆ, ଚାଇନା ଓ ସ୍ପେନ
ମହିଳା ବିଭାଗରେ ଅଷ୍ଟ୍ରେଲିଆ, ଚାଇନା ଓ ସ୍ପେନ ହକି ଦଳ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପର୍ଥଠାରେ ଅକ୍ଟୋବର ୨୫ ଓ ୨୬ରେ ଅନୁଷ୍ଠିତ ମ୍ୟାଚରେ ଅଷ୍ଟ୍ରେଲିଆ ୯-୨ ଗୋଲ ବ୍ୟବଧାନରେ ରୁଷିଆକୁ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୪-୨ ଏବଂ ଦ୍ୱିତୀୟ ମ୍ୟାଚରେ ୫-୦ ଗୋଲରେ ବିଜୟୀ ହୋଇ ମୁକାବିଲାକୁ ଏକପାଖିଆ କରି ଦେଇଥିଲା। ଚାଙ୍ଗଝୋଉଠାରେ ଅକ୍ଟୋବର ୨୫ ଓ ୨୬ରେ ଅନୁଷ୍ଠିତ ଚାଇନା-ବେଲଜିୟମ ମ୍ୟାଚ କିନ୍ତୁ ବେଶ୍‌ ରୋମାଞ୍ଚକର ହୋଇଥିଲା। ପ୍ରଥମ ମ୍ୟାଚରେ ବେଲଜିୟମ ୨-୦ ଗୋଲରେ ଚାଇନାକୁ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚରେ କିନ୍ତୁ ଚାଇନା ୨-୦ ଗୋଲରେ ବେଲଜିୟମକୁ ହରାଇଥିଲା। ୨ ମ୍ୟାଚ ଶେଷରେ ଉଭୟ ଦଳର ଗୋଲ ସଂଖ୍ୟା ୨-୨ରେ ରହିବାରୁ ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏଥିରେ ଚାଇନା ୨-୧ ଗୋଲରେ ବେଲଜିୟମକୁ ହରାଇ ବାଜି ମାରିନେଇଥିଲା। ସେଇ ଅକ୍ଟୋବର ୨୫ ଓ ୨୬ରେ ଭାଲେନ୍ସିଆଠାରେ ସ୍ପେନ ଓ ଦକ୍ଷିଣ କୋରିଆ ମଧ୍ୟରେ ମଧ୍ୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ସ୍ପେନ ୨-୧ ଗୋଲରେ ଏବଂ ଦ୍ୱିତୀୟ ମ୍ୟାଚରେ ୨-୦ ଗୋଲରେ ବିଜୟୀ ହୋଇଥିଲା। ଫଳରେ ମୋଟ ୪-୧ ଗୋଲରେ ଆଗୁଆ ରହିବା ସହ ଏହି ଦଳ ଅଲିମ୍ପିକ୍ସ ଟିକେଟ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri