ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା:୫-ଟି ଆଧାରରେ ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ ହେଉ

ଭୁବନେଶ୍ୱର, ୩୦-୧୦(ବ୍ୟୁରୋ):ରତ୍ନଭଣ୍ଡାର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି। ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ଦେଢ଼ବର୍ଷରୁ ଅଧିକ ଦିନ ବିତିଗଲାଣି। ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ କି ନାହିଁ ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଥିଲା। ବର୍ତ୍ତମାନ ମଧ୍ୟ ସେହି ସନ୍ଦେହ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ରତ୍ନଭାଣ୍ଡାର ଖୋଲି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମଙ୍ଗଳବାର ପ୍ରଦୀପ୍ତ ନାଏକ ଏକ ଚିଠି ଲେଖି ଏ ବାବଦରେ ଜଣାଇଛନ୍ତି।
ଚିଠିରେ ନାଏକ ଉଲ୍ଲେଖ କରିଛନ୍ତି ଯେ, ରତ୍ନଭଣ୍ଡାର ଭିତର ଗୃହର ଅଳଙ୍କାର ସମ୍ପର୍କରେ ୧୯୭୮ରେ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏବେ ପୁଣି ଯାଞ୍ଚ କରି ଗୋଟିଏ ଅଳଙ୍କାର ତାଲିକା ପ୍ରସ୍ତୁତ କରାଯାଉ। ତାହାକୁ ପୂର୍ବ ତାଲିକା ସହ ମେଳ କରି ସାର୍ବଜନୀନ କରାଯାଉ। ରାଜ୍ୟ ସରକାର ଏବେ ୫-ଟି ଉପରେ ଗୁରୁତ୍ୱ ଦେଉଛନ୍ତି। ସେହି ବ୍ୟବସ୍ଥାକୁ ମନ୍ଦିର ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ ଲାଗୁ କରନ୍ତୁ। ୫-ଟିରେ ଥିବା ଟ୍ରାନ୍ସପରେନ୍ସି ଓ ଟାଇମ୍‌କୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁ କରନ୍ତୁ। ନିର୍ଦ୍ଦିଷ୍ଟ ସମୟ ସୀମା ଓ ପୂରା ସ୍ବଚ୍ଛତାରେ ରତ୍ନଭଣ୍ଡାରକୁ ଖୋଲି ଏହାର ଯାଞ୍ଚ କରାଯାଉ। ମାର୍ଚ୍ଚ ୨୨, ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିଥିବା କଥା ପ୍ରଶାସନ ସ୍ବୀକାର କରିଥିଲା। ବଢୁଥିବା ଜନଆକ୍ରୋଶ ଏବଂ ପ୍ରତିବାଦକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ଜୁନ ୮, ୨୦୧୮ରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଘୋଷଣା କଲେ। ୩ମାସ ଭିତରେ ରିପୋର୍ଟ ପ୍ରଦାନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ପରବର୍ତ୍ତୀ କାଳରେ ଏହାର କାର୍ଯ୍ୟକାଳ ଅଧିକ ୩ମାସ ବୃଦ୍ଧି କରାଗଲା। ନଭେମ୍ବର ୩୦, ୨୦୧୮ରେ କମିଶନ ରିପୋର୍ଟ ପ୍ରଦାନ କଲେ। କିନ୍ତୁ କାହିଁକି ଉକ୍ତ ତଦନ୍ତ ରିପୋର୍ଟକୁ ଚାପିଦିଆଯାଇଛି। ରତ୍ନଭଣ୍ଡାର ଚାବି ହଜିବା ଓ ପରେ ଜିଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କର ପଦକ୍ଷେପ ନିହାତି ସନ୍ଦେହଜନକ। ରତ୍ନଭଣ୍ଡାର ଚାବି ହଜିବା କଥା ସାମ୍ନାକୁ ଆସିବାପରେ ସବୁ ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଛି ତାକୁ ସରକାର ଦୂର କରିବାର ଆବଶ୍ୟକତା ଅଛି ବୋଲି ପ୍ରଦୀପ୍ତ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ କିଛିଦିନ ତଳେ ରତ୍ନଭଣ୍ଡାର ଖୋଲି ଅଳଙ୍କାରର ଯାଞ୍ଚ କରିବାକୁ ଦିଲୀପ ବରାଳ ନାମକ ଜଣେ ବ୍ୟକ୍ତି ରାଜ୍ୟପାଳଙ୍କୁ ଅନୁରୋଧ ପତ୍ର ପଠାଇଥିଲେ। ଏ ବାବଦରେ ଉଚିତ୍‌ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଇନ ବିଭାଗ ଯେଉଁ ପଦକ୍ଷେପ ଗ୍ରହଣ କରିବ ତା’ର ରିପୋର୍ଟ ରାଜ୍ୟପାଳ ଏବଂ ଆବେଦନକାରୀଙ୍କୁ ପଠାଇବା ପାଇଁ କୁହାଯାଇଥିଲା।
ବିରୋଧୀ ଦଳ ନେତାଙ୍କ ଅଭିଯୋଗ ପରେ କଂଗ୍ରେସ ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ରତ୍ନଭଣ୍ଡାରକୁ ନେଇ ଶସ୍ତା ରାଜନୀତି କରା ନ ଯାଉ। ଏହା କେବଳ ରାଜ୍ୟ କି ଦେଶର ନୁହେଁ ସାରା ବିଶ୍ୱର ଗର୍ବ। ଏମାନେ ବୋଧହୁଏ ସବୁ ଲୁଟି ଖାଇ ଯାଇଛନ୍ତି। ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ନାହିଁ। ଯଦି ଆଜି ପର୍ଯ୍ୟନ୍ତ ଖୋଲା ହୋଇନି ଏବେ କାହିଁକି ଖୋଲାଯିବ। ଯେତିକି ଅଳଙ୍କାର ବାହାରେ ଅଛି ତା’ର ଅଡିଟ କରାଯାଉ। ରତ୍ନଭଣ୍ଡାର ଖୋଲିଲେ ଏମାନେ ସବୁ ଖାଇଯିବେ ବୋଲି ସେ କହିଛନ୍ତି। ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରାଜ୍ୟ ସରକାର ଏନେଇ ଚୁପ୍‌ ବସିନାହାନ୍ତି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସରକାର ତର୍ଜମା କରିଛନ୍ତି। ରତ୍ନଭଣ୍ଡାର ପ୍ରସଙ୍ଗରେ କମିଶନ ମଧ୍ୟ ଗଠନ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri