Posted inଖେଳ

ଏପିଏଲ୍‌ ଆୟୋଜନକୁ ଅଗ୍ରାହ୍ୟ କଲା ବିସିସିଆଇ

ନୂଆଦିଲ୍ଲୀ, ୧୯ା୬ (ପି.ଟି.)-ଭାରତରେ ଏହାର ଟି୨୦ ଲିଗ୍‌ (ଏପିଏଲ)ଆୟୋଜନ କରିବା ସୁଯୋଗ ଦେବା ଲାଗି ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) କରିଥିବା ଅନୁରୋଧକୁ ବିସିସିଆଇ ଅଗ୍ରାହ୍ୟ କରିଦେଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କହିଛି ଆଫଗାନିସ୍ତାନ କ୍ରିକେଟର ବିକାଶ କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ପାଇଁ ବଦ୍ଧ ପରିକର। ଆମର ଯେହେତୁ ନିଜସ୍ବ ଲିଗ୍‌ (ଆଇପିଏଲ) ରହିଛି। ଏସିବି ଭାରତରେ ଏହାର ଲିଗ୍‌ ଆୟୋଜନ ପାଇଁ ଅନୁରୋଧ କରିବା ଯଥାର୍ଥ ନୁହେଁ। ମୁମ୍ବାଇଠାରେ ଏସିବି ଅଫିସିଆଲମାନେ ବିସିସିଆଇ ସିଇଓ ରାହୁଲ ଜୋହରି ଏବଂ ଜିଏମ୍‌ କ୍ରିକେଟ ଅପରେଶନ୍ସ ସବା କରିମ୍‌ଙ୍କୁ ସେମାନଙ୍କ ଅନୁରୋଧ ଜଣାଇଥିଲେ। ଏସିବି ସିଇଓ ଆହୁରି ମଧ୍ୟ ଅସାଦୁଲ୍ଲା ଖାଁ ଡେରାଡୁନ୍‌ ଏବଂ ଗ୍ରେଟର ନଏଡା ପରେ ତୃତୀୟ ହୋମ୍‌ ଗ୍ରାଉଣ୍ଡ ପାଇଁ ନିବେଦନ କରିଥିଲେ। ବିସିସିଆଇ କହିଥିଲା ଏଥିରେ କୌଣସି ସମସ୍ୟା ନାହିଁ। ଭାରତରେ ଲକ୍ଷ୍ନୌକୁ ସେମାନେ ତୃତୀୟ ହୋମ୍‌ ଗ୍ରାଉଣ୍ଡ ରୂପେ ବ୍ୟବହାର କରିପାରିବେ। ଡେରାଡୁନ୍‌ରେ ୫ ତାରକା ବିଶିଷ୍ଟ ହୋଟେଲ ସୁବିଧା ନ ଥିବାରୁ ବିଦେଶ ଟିମ୍‌କୁ ନେଇ ମ୍ୟାଚ ଆୟୋଜନ କରିବା ଏକ ସମସ୍ୟା ଥିଲା। ଆଫଗାନିସ୍ତାନ ପ୍ରିମିୟର ଲିଗ୍‌ (ଏପିଏଲ୍‌)ର ଉଦ୍‌ଘାଟନୀ ସଂସ୍କରଣ ୨୦୧୮ ଅକ୍ଟୋବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ପ୍ରତିଯୋଗିତାରେ ୫ଟି ଦଳ ଅଂଶଗ୍ରହଣ କରିଥିଲେ। ମହମ୍ମଦ ନବିଙ୍କ ନେତୃତ୍ୱାଧୀନ ବାଲଖ ଲିଜେଣ୍ଡ ଦଳ ଚାମ୍ପିୟନ ହୋଇଥିଲା। ଏହି ଟୁର୍ନାମେଣ୍ଟରେ କ୍ରିସ୍‌ ଗେଲ୍‌, ବ୍ରେଣ୍ଡନ ମ୍ୟାକ୍‌କୁଲମ, ବେନ୍‌ କଟିଙ୍ଗ, ଶାହିଦ ଆଫ୍ରିଦୀ, କଲିନ୍‌ ଇନ୍‌ଗ୍ରାମ ଏବଂ କଲିନ୍‌ ମୁନ୍‌ରୋଙ୍କ ଭଳି ଜଣାଶୁଣା ବିଦେଶୀ ଖେଳାଳି ଅଂଶଗ୍ରହଣ କରିଥିଲେ। ଆଫଗାନିସ୍ତାନର ବିସ୍ପୋରକ ଓପନର ମହମ୍ମଦ ଶାହଜାଦ ୯ଟି ମ୍ୟାଚରେ ପ୍ରତିଯୋଗିତାରେ ସବୁଠାରୁ ଅଧିକ ୩୪୪ ରନ ସଂଗ୍ରହ କରିଥିଲେ। ସେହିପରି ଶ୍ରୀଲଙ୍କା ପେସ୍‌ ବୋଲର ଇସୁରୁ ଉଡାନା ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଥିଲେ। ସେ ୮ଟି ଗେମ୍‌ରୁ ୧୭ ଉଇକେଟ ଅକ୍ତିଆର କରିଥିଲେ। ବିସିସିଆଇ ଏସିବିର ଅନ୍ୟ ଏକ ଅନୁରୋଧକୁ ରକ୍ଷା କରିଛି। ତାହା ହେଲା ଭାରତର ଘରୋଇ ସିଜନ ବେଳେ ଆଫଗାନିସ୍ତାନର ୧୦ଜଣ କୋଚ୍‌ ଅଗ୍ରଣୀ ରଣ୍‌ଜୀ ଟ୍ରଫି ଦଳର ସହଯୋଗୀ ଷ୍ଟାଫ୍‌ ହିସାରେ କାର୍ଯ୍ୟ କରିବେ। ଏହା ଦ୍ୱାରା ଆମ କୋଚ୍‌ମାନେ ଅଭିଜ୍ଞତା ହାସଲ କରିବେ ବୋଲି ଖାଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri