ଏପରି ଲକ୍ଷଣ ଜଣାଇଦିଏ ହାର୍ଟ ଆଟାକ୍‌ର ପୂର୍ବ ସୂଚନା…

ହାର୍ଟ ଆଟାକ୍‌ କ୍ଷେତ୍ରରେ କେତେକ ସାଧାରଣ ଲକ୍ଷଣ ଦେଖାଯାଇଥାଏ। ସେ ସମ୍ପର୍କରେ ଜାଣନ୍ତୁ…

-ଛାତିରେ ଯନ୍ତ୍ରଣା: ହାର୍ଟ ପମ୍ପିଂରେ ବାଧା ଯୋଗୁ ଏହା ହୋଇଥାଏ।

-ବାରମ୍ବାର ନିଶ୍ୱାସ ପ୍ରଶ୍ୱାସ ନେବା ବା ଧଇଁ ସଇଁ ହେବା: ହାର୍ଟକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ପହଞ୍ଚି ନ ପାରିବାରୁ ଏପରି ହୋଇଥାଏ।

-ଗଳାରେ ନିୟମିତ କଫ ରହିବା: ଏହା ରକ୍ତ ସଞ୍ଚାଳନରେ ଅନିୟମିତତାକୁ ସୂଚାଇ ଥାଏ।

-ସାଧାରଣତଃ ଶୋଇବା ସମୟରେ ପାଦ, ଗଣ୍ଠି ଏବଂ ଗୋଡ ଫୁଲିବା: ରକ୍ତ ସଞ୍ଚାଳନରେ ଅନିୟମିତତା ଯୋଗୁ ଶରୀରର ତଳ ଅଙ୍ଗକୁ ଆବଶ୍ୟକ ଅନୁସାରେ ରକ୍ତ ପହଞ୍ଚିବାରେ ନାହିଁ।

-ତଳିପେଟ ଫୁଲିବା ସହ ଯନ୍ତ୍ରଣା ହେବା: ଏହା ମଧ୍ୟ ରକ୍ତ ସଞ୍ଚାଳନ ଯୋଗୁ ହୋଇଥାଏ।

-ଅଳ୍ପ କାମ କରି ଥକି ଯିବା ଏବଂ ଦେହହାତ ଥରିବା: ହାର୍ଟ ପମ୍ପିଂରେ ଅନିୟମିତତା ଯୋଗୁ ରକ୍ତ ସଞ୍ଚାଳନ ଆବଶ୍ୟକତା ଅନୁସାରେ ନ ହେବାରୁ ଏହା ହୋଇଥାଏ।

-ପିଠିର ଉପର ଭାଗରେ ଯନ୍ତ୍ରଣା: ଏହା ଆଞ୍ଜିନା ପେନ୍‌ ଯୋଗୁ ହୋଇଥାଏ।

-ବେକରେ ରହି ରହି ଅଳ୍ପ ଯନ୍ତ୍ରଣା ହେବା: ଏହା ଆଞ୍ଜିନା ପେନ୍‌କୁ ସୂଚିତ କରିଥାଏ।

-ହାତ ଗୋଡ଼ରେ ଅଳ୍ପ ଅଳ୍ପ ଯନ୍ତ୍ରଣା ରହି ରହି ହେବା: ଏହା ରକ୍ତସଞ୍ଚାଳନରେ ଅନିୟମିତତାକୁ ସୂଚାଏ।

ଏସବୁ ସମସ୍ୟା ଦେଖାଦେଲେ ଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରିବା ସହିତ କେତେକ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ସେଗୁଡିକ ହେଉଛି:
ପ୍ରତିଦିନ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ପୂର୍ବରୁ ନିଜର ଓଜନ ଯାଞ୍ଚ: ଅତିରିକ୍ତ ଓଜନ ବୃଦ୍ଧି ହାର୍ଟର ସାଧାରଣ କାମରେ ବାଧା ଉପତ୍ନ୍ନ କରିଥାଏ। ଏପରିସ୍ଥଳେ ୦.୫-୧ କିଗ୍ରା ପର୍ଯ୍ୟନ୍ତ ଓଜନ ବୃଦ୍ଧି ମଧ୍ୟ ସମସ୍ୟା ସୃଷ୍ଟି କରେ। ଏପରିସ୍ଥଳେ ଖାଦ୍ୟ ଗ୍ରହଣରେ ଅଙ୍କୁଶ ଲଗାଇବାକୁ ପଡିଥାଏ।

ଚଳଚଞ୍ଚଳ ରହିବା ସହିତ ଆବଶ୍ୟକ ସମୟରେ ବିଶ୍ରାମ : ଚଳଚଞ୍ଚଳ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାତ୍ର କେତେକ ସମୟରେ ଏହା ସମ୍ଭବପର ହୋଇ ନ ଥାଏ । ସେତେବେଳେ ବିଶ୍ରାମ ନେବାର ଆବଶ୍ୟକତା ରହିଛି। କିଛି ହାଲକା ଶାରିରୀକ ଶ୍ରମ କରିବା ସହିତ ଡାକ୍ତରଙ୍କ ସହିତ ପରାମର୍ଶ ପରେ ଚାଲିବା, ସାଇକେଲିଂ, ପହଁରା ଏବଂ ଯୋଗ ଭଳି କିଛି ହାଲକା ବ୍ୟାୟାମ କରିବା ଆବଶ୍ୟକ।
ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ : ଉପଯୁକ୍ତ ସମନ୍ବିତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। ଖାଦ୍ୟରେ ଅଧାରୁ ଅଧିକ ଫଳ ଏବଂ ସବୁଜ ପନିପରିବା ରହିଲେ ଭଲ। ଏହାଛଡା ଅଳ୍ପ ଚର୍ବି ଥିବା କିମ୍ବା ଚର୍ବି ମୁକ୍ତ କ୍ଷୀର ଖାଦ୍ୟରେ ଗ୍ରହଣ କରିବା ଆବଶ୍ୟକ। ପ୍ରୋଟିନ୍‌ ମଧ୍ୟରେ ସମୁଦ୍ରଜାତ ଖାଦ୍ୟ, ବିନ୍‌, ପ୍ରକିୟାକରଣ ହୋଇଥିବା ସୋୟା ଗ୍ରହଣ କରିବା ଭଲ। କଠିନ ଚର୍ବି, ରିଫାଇନଡ୍‌ ଖାଦ୍ୟଶସ୍ୟ ଏବଂ ଚିନିର ପରିମାଣ ଖାଦ୍ୟରେ କମ୍‌ କରିବା ପ୍ରୟୋଜନ।

ଅତ୍ୟଧିକ ଲୁଣ ଠାରୁ ଦୂରେଇ ରହିବା: ଶରୀରରେ ସୋଡିୟମ୍‌ର ମାତ୍ରା ବୃଦ୍ଧି ପାଇଲେ ଶରୀରର ଜଳ ଧାରଣ କ୍ଷମତା ବଢ଼ିଥାଏ। ଖାଦ୍ୟରେ ଅତ୍ୟଧିକ ଲୁଣ ରକ୍ତଚାପ ବୃଦ୍ଧି କରିବା ସହିତ ଡାଇୟୁରେଟିକ୍‌ର କାର୍ଯ୍ୟକୁ ପ୍ରଭାବିତ କରିଥାଏ ଫଳରେ ଶରୀରରେ ତରଳ ପଦାର୍ଥର ପୁନଃଧାରଣ କ୍ଷମତା ବୃଦ୍ଧି ପାଇ ଗୋଡ ଫୁଲିବା ସମସ୍ୟା ଦେଖାଯାଇଥାଏ। ଖାଦ୍ୟ ରାନ୍ଧିବା ସମୟରେ ଲୁଣ କିମ୍ବା ଲୋ-ସଲ୍ଟ ନ ପକାଇ ଖାଦ୍ୟ ଗ୍ରହଣ ପୂର୍ବରୁ ଖାଦ୍ୟରେ ଲୁଣ ପକାଇ ଗ୍ରହଣ କଲେ ଭଲ।

ଆବଶ୍ୟକ ଔଷଧ ଗ୍ରହଣ: ଯଦି ଆପଣଙ୍କ ଠାରେ କିଛି ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହେଉଛି ତେବେ କାର୍ଡିଓଲୋଜିଷ୍ଟଙ୍କ ସହିତ ପରାମର୍ଶ କରିବା ଜରୁରୀ।

ଶାରିରୀକ ଲକ୍ଷଣ ପ୍ରତି ସତର୍କ ଦୃଷ୍ଟି: ଏଭଳି ସ୍ଥଳେ ନିରନ୍ତର ଶାରିରୀକ ଲକ୍ଷଣ ପ୍ରତି ସତର୍କ ରହିବା ଆବଶ୍ୟକ। ଶାରିରୀକ ଅବସ୍ଥା ସହଜଜନକ ନୁହେଁ, ମାତ୍ର ଏହା ସହିତ ସମନ୍ବୟ ରକ୍ଷାକରି ଚଳିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିବର୍ତ୍ତନ ଓ ଉପଯୁକ୍ତ ଔଷଧ ଗ୍ରହଣ ଦ୍ୱାରା ଡାଇବେଟିସ୍‌ ମିଲିଟସ୍‌ ଏବଂ ଉଚ୍ଚ ରକ୍ତଚାପରେ ନିୟନ୍ତ୍ରଣ ଆଣିବା ଆବଶ୍ୟକ।
ସମ୍ପୂର୍ଣ୍ଣ ବନ୍ଦ କରିବା ଆବଶ୍ୟକ।

ହାର୍ଟ ଆଟାକ୍‌ର ଲକ୍ଷଣ ଅନୁସାରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଲେ ପରବର୍ତ୍ତୀ ଜୀବନ ଅପେକ୍ଷାକୃତ ସହଜ ଓ ସରଳ ହୋଇପାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟଦକ୍ଷତା ବଢ଼ାଏ ପଢ଼ାପଢ଼ି

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ପଢ଼ାପଢ଼ି କରନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ। ଏକ…

ପାଟିରେ ଘା’ ହେଲେ ହାଲୁକା ଭାବରେ ନିଅନ୍ତୁ ନାହିଁ, ହୋଇପାରେ ଏହି ମାରାତ୍ମକ ରୋଗ…

ପାଟିରେ ଘା’ ହେବାର ଅନେକ କାରଣ ରହିଛି। ଏହାର ପ୍ରାରମ୍ଭରୁ ଚିକିତ୍ସା କରା ନ ଗଲେ ତାହା ଭବିଷ୍ୟତରେ କ୍ୟାନ୍‌ସରର ରୂପ ନେବାର ଯଥେଷ୍ଟ ଆଶଙ୍କା ରହିଛି।…

ରାତିରେ ନିଦ ହେଉନି କି? ଶୋଇବା ପୂର୍ବରୁ କରନ୍ତୁ ଏହି କାମ…

ଆଜିକାଲି ବହୁତ ଲୋକ ଅନିଦ୍ରାରେ ପୀଡ଼ିତ। ବିଳମ୍ବିତ ରାତିରେ ଚେଇଁବା, ବାରମ୍ବାର ଉଠିବା ଏବଂ ସକାଳେ କ୍ଳାନ୍ତ ଅନୁଭବ କରିବା ଏକ ସାଧାରଣ କଥା ହୋଇଗଲାଣି। ସ୍ବାସ୍ଥ୍ୟ…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ଘାତକ ଭୂତାଣୁ ଇବୋଲା

ଆମମାନଙ୍କୁ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ। କେତେକ ସାମାନ୍ୟ କ୍ଷତିକାରକ ହୋଇଥିବା ବେଳେ ଆଉ କେତେକ ଗୁରୁତର ଓ ଅତ୍ୟନ୍ତ ଗୁରୁତର ହୋଇଥାଆନ୍ତି। ଜୀବାଣୁ, ପରଜୀବୀ, ଫଙ୍ଗସ୍‌,…

ଏଙ୍ଗ୍‌ଜାଇଟିର ଲକ୍ଷଣ ଓ ଉପଚାର

ଆମ ସମସ୍ତଙ୍କର ମନ ବେଳେବେଳେ ବ୍ୟସ୍ତ, ବିବ୍ରତ, ବିଚଳିତ ଓ ଅସ୍ଥିର ରହିଥାଏ। ଏହା ମୁଖ୍ୟତଃ କେତେକ କଠିନ ଓ ଚିନ୍ତାଜନକ ପରିସ୍ଥିତିରେ ଦେଖାଯାଇଥାଏ। ଯେତେବେଳେ ପରିସ୍ଥିତି…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

କାଲିଠୁ ନୌତପ ଆରମ୍ଭ; ତୁଳା ରାଶି ସମେତ ୪ରାଶିର ଫିଟିବ ଭାଗ୍ୟ, ଧନଲାଭ…

ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବା ସମୟରେ ନୌତପ ଆରମ୍ଭ ହୁଏ। ନୌତପ ସମୟରେ, ନଅ ଦିନ ପ୍ରବଳ ଗରମ ସହ୍ୟ କରିବାକୁ ପଡ଼ିଥାଏ। ନୌତପ ମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri