Posted inରାଜ୍ୟ

ଏନ୍‌ଜିଓ, ସୋସାଇଟି ଉପରେ ଅଙ୍କୁଶ: ଏବେ ପ୍ରତି ୫ବର୍ଷରେ ନବୀକରଣ କରିବାକୁ ପଡ଼ିବ ନିବନ୍ଧନ

ଭୁବନେଶ୍ୱର,୧୪। ୬(ବ୍ୟୁରୋ): ସୋସାଇଟି ରେଜିଷ୍ଟ୍ରେଶନ ଆକ୍ଟ ବା ସମବାୟ ପଞ୍ଜୀକରଣ ଆଇନ-୧୮୬୦ରେ ସଂଶୋଧନ ଲାଗି ମେ’ ୨୯ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି। ରାଜସ୍ବ ବିଭାଗ ଅଧୀନରେ ସୋସାଇଟି ରେଜିଷ୍ଟ୍ରେଶନ ଆକ୍ଟ ଦ୍ୱାରା ସମବାୟ ନିବନ୍ଧନର ନବୀକରଣ, କାର୍ଯ୍ୟାବଳୀ ତଥ୍ୟ, ଆୟ ଓ ବ୍ୟୟର ସମୀକ୍ଷା, ପଞ୍ଜୀକରଣ/ନବୀକରଣ ଦେୟ ଓ ସମବାୟ ସମ୍ବନ୍ଧିତ ସମସ୍ତ ମକଦ୍ଦମାର ସମାଧାନ ଜିଲାସ୍ତରରେ କରିବା ପାଇଁ ଏହି ସଂଶୋଧନ ପ୍ରସ୍ତାବରେ ଉଲ୍ଲେଖ ରହିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ପୂର୍ବରୁ ସୋସାଇଟି ବା ଏନ୍‌ଜିଓଙ୍କ ପାଇଁ ଗୋଟିଏଥର ପଞ୍ଜୀକରଣ କରିବାପରେ ପୁନର୍ବାର ପଞ୍ଜୀକରଣର ଆବଶ୍ୟକତା ନଥିଲା। ହେଲେ ଏବେ ପ୍ରତି ୫ବର୍ଷରେ ଥରେ ନିବନ୍ଧନର ନବୀକରଣ କରିବାକୁ ପଡ଼ିବ। ଏଥିରେ ବିଫଳ ହେଲେ ସମ୍ପୃକ୍ତ ସୋସାଇଟିକୁ ଅଣପଞ୍ଜୀକୃତ ସୋସାଇଟିଭାବେ ଘୋଷଣା କରାଯିବ। କେବଳ ବେସରକାରୀ ସଂସ୍ଥା ଏବଂ ଏନ୍‌ଜିଓ କ୍ଷେତ୍ରରେ ଏହା ଲାଗୁ ହେବାକୁ ଥିବାବେଳେ ସେମାନେ ଆୟ ଓ ବ୍ୟୟର ବିସ୍ତୃତ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟ ଗତ ୯ ତାରିଖରେ ପ୍ରବାସୀ ଶ୍ରମିକଙ୍କ ମାମଲାର ଶୁଣାଣି କରି ସାମାଜିକ ଅନୁଷ୍ଠାନଗୁଡ଼ିକୁ ବିଭିନ୍ନ ସେବାକାର୍ଯ୍ୟ ଲାଗି ପ୍ରଶଂସା କରିଥିଲେ। କୋଭିଡ୍‌ ସମୟରେ ଯେଉଁ କାର୍ଯ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର କରିପାରୁନାହାନ୍ତି ତାହା ସାମାଜିକ ଅନୁଷ୍ଠାନଗୁଡ଼ିକ କରିଦେଖାଇଛନ୍ତି ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ମାତ୍ର ଏଭଳି ଏକ ସଂକଟ ସମୟରେ କାହା ସ୍ବାର୍ଥପାଇଁ ରାଜ୍ୟ ସରକାର ଏହି ପରିବର୍ତ୍ତନ ଆଣୁଛନ୍ତି ତାହା ଏବ ବଡ଼ ପ୍ରଶ୍ନହୋଇ ଉଭାହୋଇଛି।

ସୋସାଇଟି ରେଜିଷ୍ଟ୍ରେଶନ ଆକ୍ଟରେ ସଂଶୋଧନ ଦ୍ୱାରା ପଞ୍ଜୀକରଣ ଓ ନବୀକରଣରେ କେବଳ ସୋସାଇଟିଗୁଡ଼ିକର ସମୟ କି ଅର୍ଥ ବରବାଦ ହେବନି, ଏହାଦ୍ୱାରା ରାଜ୍ୟ ସରକାରଙ୍କର ସମୟ, ମାନବସମ୍ବଳ, ଅର୍ଥ ମଧ୍ୟ ନଷ୍ଟ ହେବ। ଆଗରୁ ଏକ ଏନ୍‌ଜିଓର ପଞ୍ଜୀକରଣ ପାଇଁ ୬ମାସ ଧରି ସରକାରୀ ଦପ୍ତର ଦୌଡ଼ିବାକୁ ପଡ଼ୁଥିଲା। ଏହାପରେ ବି ଅଧିକାଂଶ ସମୟରେ ପଞ୍ଜୀକରଣ ହୋଇପାରୁ ନଥିଲା। ଏବେ ୫ବର୍ଷରେ ଥରେ ପଞ୍ଜୀକରଣ ଦ୍ୱାରା ଉଭୟ ସଂସ୍ଥା ଓ ସରକାରୀ କଳର ସମୟ ଅପଚୟ ହେବ। ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ଡିଆର୍‌ଡିଏ, ଇଣ୍ଟିଗ୍ରେଟେଡ୍‌ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି (ଆଇଟିଡିଏସ୍‌), ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି, ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ୍‌ ଭଳି ଏକାଧିକ ସରକାରୀ ଅନୁଷ୍ଠାନ ମଧ୍ୟ ସୋସାଇଟି ରେଜିଷ୍ଟ୍ରଶନ ଆକ୍ଟରେ ପଞ୍ଜୀକୃତ ହେଉଛନ୍ତି। ଏମାନଙ୍କ କ୍ଷେତ୍ରରେ ଏହି ସଂଶୋଧନ ଲାଗୁ ହେବନାହିଁ।

ଅନ୍ୟପକ୍ଷରେ ରିନ୍ୟୁଓ୍ବାଲ ହେବା ସମୟରେ ଯଦି କୌଣସି ବିବାଦ ଦେଖାଦିଏ ତା’ହେଲେ ସମ୍ପୃକ୍ତ ମାମଲା ସିଭିଲ କୋର୍ଟକୁ ଯିବ। ମାମଲାର ବିଚାର ହେବାକୁ କେତେବର୍ଷ ଲାଗିବ ତାହା ସ୍ପଷ୍ଟ କରାଯାଇନାହିଁ। ଆଶଙ୍କା ହେଉଛି ଯେ ଏହି ସମୟ ମଧ୍ୟରେ ସାମାଜିକ ଅନୁଷ୍ଠାନଟି ବନ୍ଦ ହୋଇଯାଇପାରେ। ସେହିଭଳି ଅନ୍ତର୍ଜାତୀୟସ୍ତରରୁ ଅନୁଦାନ ପାଉଥିବା ଏନ୍‌ଜିଓମାନେ ବୈଦେଶିକ ଅନୁଦାନ ଆଇନ-୨୦୧୦ ଅନୁଯାୟୀ ଅନ୍‌ଲାଇନରେ ପ୍ରତିବର୍ଷ ସେମାନଙ୍କ ଆୟବ୍ୟୟର ତଥ୍ୟ ପ୍ରଦାନ କରିଥାନ୍ତି। ମାତ୍ର ଏବେ ରାଜ୍ୟ ସରକାରଙ୍କୁ ଏନ୍‌ଜିଓମାନେ କେତେ ଅର୍ଥ ପାଇଲେ, କେତେ ଖର୍ଚ୍ଚ କଲେ ତାହାର ହିସାବ ଦେବାକୁ ପଡ଼ିବ। ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ମାଧ୍ୟମରେ ସରକାର ଦେଉଥିବା ଅର୍ଥର ଅଡିଟ୍‌ ହେଉଥିଲେ ମଧ୍ୟ ପୁଣିଥରେ କ’ଣ ପାଇଁ ଅଡିଟ୍‌ର ଆବଶ୍ୟକତା ରହିଛି ବୋଲି ପୂର୍ବତନ ସୂଚନା କମିଶନର ତଥା ସାମାଜିକ କର୍ମୀ ଜଗଦାନନ୍ଦ ପ୍ରଶ୍ନ କରିଛନ୍ତି। ଏନେଇ ଭୁବନେଶ୍ୱର ବାସିନ୍ଦା ଅଶୋକ ବରାଳ କହିଛନ୍ତି, ସବୁ ସଂସ୍ଥାର ଅଡିଟ୍‌ ହୁଏ। ରେଷ୍ଟୁରାଣ୍ଟ, ବାର୍‌, ଘରୋଇ କମ୍ପାନୀର ବର୍ଷକୁ ଥରେ ଅଡିଟ୍‌ କରାଯାଏ। ସୋସାଇଟି, ଏନ୍‌ଜିଓର ଅଡିଟ୍‌ କରିବା ସ୍ବାଗତଯୋଗ୍ୟ। କଟକ ବାସିନ୍ଦା ନିର୍ମଳ ମହାପାତ୍ର ଏ ସମ୍ପର୍କରେ କହିଛନ୍ତି, ଉନ୍ନତ ସମାଜରେ ଏନ୍‌ଜିଓମାନଙ୍କର ଗୁରୁଦାୟିତ୍ୱ ରହିଛି। ସେମାନଙ୍କୁ ସରକାରୀ ଚକ୍ରବୂ୍ୟହରେ ପକାଇଲେ ତାହା କ୍ଷତିକାରକ ହେବ। ସ୍କୁଲ୍‌, କଲେଜରେ ପିଲାଙ୍କର ରି-ଆଡ୍‌ମିଶନ କରିବାକୁ ପଡ଼ିଥାଏ। ଏହି ପରିପ୍ରେକ୍ଷୀରେ ଦେଖିଲେ ଏନ୍‌ଜିଓ ଉପରେ ସରକାରୀ ନଜର ରହିବା ଉଚିତ ବୋଲି ସଂଯୁକ୍ତା ମହାପାତ୍ର କହିଛନ୍ତି।
ଏନେଇ ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଯେଉଁ ସୋସାଇଟିଗୁଡ଼ିକ ପଞ୍ଜୀକରଣ କରୁଥିଲେ, ସେମାନେ କ’ଣ କରୁଥିଲେ ତାହା କାହାକୁ ଜଣାନଥିଲା। ଅଡିଟ୍‌ କରୁ ନଥିଲେ। ଅନୁଷ୍ଠାନ ଅଛି କି ନାହିଁ ତାହା ମଧ୍ୟ ଜଣା ନଥିଲା। ବହୁ ସୋସାଇଟିର କେବଳ କାଗଜକଲମରେ ନାମ ଥିଲା। ତେଣୁ ରିନ୍ୟୁଓ୍ବାଲ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ସରକାରୀ ଓ ବୈଦେଶିକ ଅନୁଦାନ ଏହାଦ୍ୱାରା ପ୍ରଭାବିତ ହେବନାହିଁ। ଆପ୍ଲିକେଶନ ଦେଲେ ଆପେଆପେ ରିନ୍ୟୁଓ୍ବାଲ ହୋଇଯିବ। ଏଥିପାଇଁ ଦୌଡ଼ିବାକୁ ପଡ଼ିବନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହୁ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ମହାନଦୀରେ ଭାସିଗଲେ ବାଳକ, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

କଟକ ସଦର, ୨୬।୫ (ସୁଶାନ୍ତ କୁମାର ଜେନା): କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ନିକଟରେ ମହାନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଅପରାହ୍ନରେ ଜଣେ ବାଳକ ପାଣିର ପ୍ରବଳ…

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ: ୮୦ ହଜାର ଟଙ୍କା ନେଇଗଲେ…

ବଲାଙ୍ଗୀର, ୨୬।୫ (ସୁନିଲ କୁମାର ମହାନ୍ତି): ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri