ଏନ୍‌ଏସି କର୍ମଚାରୀଙ୍କୁ ଗାଳିଗୁଲଜ ଅଭିଯୋଗ

ଗୋପାଳପୁର,୩୧ା୮-ଗୋପାଳପୁର ଏନ୍‌ଏସି କାର୍ଯ୍ୟାଳୟର ସିଇଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଓ ଗାଳିଗୁଲଜ କରିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଗୋପାଳପୁର ଏନ୍‌ଏସି ଅଞ୍ଚଳର ଜଣେ ମହିଳା ବିଭିନ୍ନ ସମୟରେ ଏନ୍‌ଏସି କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ଆସୁଛନ୍ତି। ଅପରାହ୍ନରେ ସମ୍ପୃକ୍ତ ମହିଳା ଏନ୍‌ଏସି କାର୍ଯ୍ୟାଳୟକୁ ଆସି କୌଣସି ଏକ ବିଷୟକୁ ନେଇ ପାଟିତୁଣ୍ଡ କରୁଥିଲେ। ଏ ନେଇ ସିଇଓ ଅନାମିକା ପଟ୍ଟନାୟକ ଓ କନିଷ୍ଠ ଯନ୍ତ୍ରୀ ହିସି ହାଂସଦା କାହିଁକି ଏତେ ଜୋରରେ ପାଟି କରୁଛ ବୋଲି ପଚାରିବାରୁ ଉକ୍ତ ମହିଳା ତାଙ୍କୁ ଗାଳିଗୁଲଜ କରିବା ସହ ମୋତେ କେହି କିଛି କରିପାରିବ ନାହିଁ ବୋଲି କହିଥିଲେ। ଏହାର ଭିଡିଓ ସିସି ଫୁଟେଜରେ ରେକର୍ଡ ହୋଇଛି । ଏ ନେଇ କନିଷ୍ଠ ଯନ୍ତ୍ରୀ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ନଂ. ୯୧/୧୯ରେ ମାମଲା ରୁଜୁ କରି ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଖୋଜୁଥିବା ନେଇ ଥାନା ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଡରି ଲୁଚିଥିଲେ,ବାର୍‌ହା ଫାଶରେ ଜୀବନ ଗଲା: ସାନ ମୃତ, ବଡଭାଇ ଗୁରୁତର

ଗଞ୍ଜାମ,୩୦ା୮(ଡି.ଏନ୍‌.ଏ.)- ରମ୍ଭା ଥାନା ଗଞ୍ଜାମ ବ୍ଲକ ଗଡ଼ହୁମ୍ମାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବାର୍‌ହା ପାଇଁ ବସା ଯାଇଥିବା ଫାଶରେ ଲାଗି ସାନର ମୃତ୍ୟୁ...

ଗଛକଟାକୁ ନେଇ ମାଡ଼ ଖାଇବାରୁ ଲଜ୍ଜାରେ ଫାଶୀ ଦେଲେ ଯୁବକ

ଖଇରା,୨୧।୩(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ଥାନା ଗଗନଧୂଳି ପଞ୍ଚାୟତ ଅଧୀନ ତେନ୍ତୁଳିଆପଡ଼ା ଗ୍ରାମରେ ଗଛ କଟାକୁ ନେଇ କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ...

ନିଖୋଜ ପିଅନଙ୍କ ମୃତଦେହ ମିଳିଲା କୂଅରୁ

  କେନ୍ଦୁଝର,୪ା୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ପୋଲିସ ଶନିବାର ବଡ଼କମଣ୍ଡରା ଗ୍ରାମର ଏକ କୂଅରୁ ନିରଞ୍ଜନ ନାୟକ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି।...

କରୋନା ମୁକାବିଲା ଆଳରେ ମହାଦୁର୍ନୀତି ଅଭିଯୋଗ: ତଦନ୍ତ ଦାବି କଲା କଂଗ୍ରେସ

ବରଗଡ଼ ଅଫିସ,୧୧।୬- ମହାମାରୀ କରୋନା (କୋଭିଡ-୧୯) ସଂକ୍ରମଣ ଯୋଗୁ ଦେଶ ଏକ ସଂକଟଜନକ ସ୍ଥିତି ଦେଇ ଗତି କରୁଛି। ମାତ୍ର ଏଭଳି ବିପର୍ଯ୍ୟୟ ସମୟରେ ରାଜ୍ୟରେ...

ଅନ୍ତିମ ସତ୍କାର କରାଇ ଦେଲେନି ମହୁମାଛି

କୁତ୍ରା,୨୧।୧୦(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗ ମାର୍ଟିନପଡା ଗ୍ରାମରେ ମହୁମାଛି ଆକ୍ରମଣରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ନେଲସନ...

ଏଚ୍‌ଏଣ୍ଡୟୁଡି ବିଭାଗ ନିର୍ଦ୍ଦେଶନାମାକୁ ବିଏମ୍‌ସିର ବେଖାତିର

ବ୍ରହ୍ମପୁର ଅଫିସ,୨୨ା୧୨-ବ୍ରହ୍ମପୁର ମହାନଗର ନିଗମ ୩୮ ନଂ. ୱାର୍ଡ ଆଙ୍କୋଲି ଖଳାସାହି ବସ୍ତି ଅଞ୍ଚଳର ୭ ଉଚ୍ଛେଦ ପରିବାରକୁ ଆରଏୱାଇ(ରାଜୀବ ଆବାସ ଯୋଜନା) ଗୃହରୁ ବଞ୍ଚିତ...

ମିିନିବସ୍‌ ଓଲଟି ୧୩ ଆହତ

ଶଙ୍କରାଖୋଲ,୧୧ା୮(ଡି.ଏନ.ଏ.)-ଟିକାବାଲି ନିକଟ କୋଚିଲା ଗଡନାଳ ଡାଇଭର୍ସନ ରୋଡରେ ଶନିବାର ଏକ ମିନିବସ୍‌ ଓଲଟି ପଡିବାରୁ ୧୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଜିଉଦୟଗିରିର ଫିରଜା...

ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ

ଢେଙ୍କାନାଳ ଅଫିସ, ୨ା୭ ଢେଙ୍କାନାଳ ଡାକମଣ୍ଡଳ ପକ୍ଷରୁ ମୁଖ୍ୟ ଡାକଘର ପରିସରରେ ସୋମବାର ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ ହୋଇଯାଇଛି। ଡାକମଣ୍ଡଳ ଅଧୀକ୍ଷକ ବିପିନ ବିହାରୀ...

Advertisement
Archives

Model This Week