ଏନ୍‌ଏଚ୍‌ କଡ଼ରେ ଲାଗୁଛି ଘରୋଇ ପ୍ରଚାରପତ୍ର

ରସୁଲପୁର,୧୬ା୧(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳ ଦେଇ ୨ ଜାତୀୟ ରାଜପଥ(ଏନ୍‌ଏଚ୍‌) ୧୬ ଓ ୨୦ ନମ୍ବର ଅତିକ୍ରମ କରିଛି। ମାତ୍ର ଏହି ୨ ରାଜପଥ କଡ଼ରେ ବେଆଇନ ଭାବେ ଘରୋଇ ପଚାରପତ୍ର ଲାଗୁଛି। ଫଳରେ ରାଜପଥର ଉଭୟ ପାର୍ଶ୍ୱସ୍ଥ ସ୍ଥାନଗୁଡିକ ଘରୋଇ ପ୍ରଚାରପତ୍ରରେ ଜବରଦଖଲ ହୋଇଛି। ରାଜପଥ କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ୍‌ ଓ ଖାଲି ସ୍ଥାନଗୁଡ଼ିକରେ ମାଳମାଳ ଘରୋଇ ପ୍ରଚାରପତ୍ର ଲାଗିଥିବା ଦୃଶ୍ୟମାନ ହେଉଛି। ରାଜନେତା, ସଂଗଠକ, ବ୍ୟବସାୟିକ ପ୍ରତିଷ୍ଠାନର ପ୍ରଚାର ପାଇଁ ବ୍ୟାନର ଓ ହୋଡିଂ ଲଗାଯାଉଛି। ଏହିଭଳି ସ୍ଥିତି ଗାଡ଼ି ଚାଳକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ରାସ୍ତା ପାର୍ଶ୍ୱର ବଡ଼ ବ୍ୟାନର ଓ ହୋଡିଂଗୁଡିକ ଚାଳକଙ୍କ ଲକ୍ଷ୍ୟଭ୍ରଷ୍ଟ କରୁଛି। ରାତିରେ ବ୍ୟାନରର ତୈଳ ଫଟୋ ଚିତ୍ର ଉପରେ ଗାଡ଼ିର ଆଲୋକ ପଡ଼ିଲେ ପ୍ରତିଫଳ ସୃଷ୍ଟି ହେଉଛି, ଯଦ୍ଦ୍ବାରା ଚାଳକମାନେ ଗାଡ଼ି ଚଳାଇବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗାଡ଼ିମୋଟର ଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେବା ଢେର ସମ୍ଭାବନା ରହିଛି। ଏ ଦିଗରେ ପ୍ରଶାସନର ନୀରବତାରୁ ଘରୋଇ ବିଜ୍ଞାପନଦାତା ବେଶ୍‌ ଫାଇଦା ଉଠାଉଛନ୍ତି। ତେଣୁ ବେଆଇନ ଭାବରେ ଲାଗିଥିବା ହୋଡିଂଗୁଡିକୁ ତୁରନ୍ତ ହଟାଇବା ସହ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ସୂଚନା ମୁତାବକ, ୧୬ ନଂ. ଜାତୀୟ ରାଜପଥର ବାରବାଟୀଠାରୁ ଖଣ୍ଡିତର ଓ ୨୦ ନଂ. ଜାତୀୟ ରାଜପଥର କୁଆଖିଆଠାରୁ ହରିପୁର ବାଜର ପର୍ଯ୍ୟନ୍ତ ବ୍ଲକ ପରିସୀମା ରହିଛି। ୧୬ ନଂ. ଜାତୀୟ ରାଜପଥ ଉପରିସ୍ଥ ଏହି ଅଞ୍ଚଳ ମଧ୍ୟରେ ବାରବାଟୀ, ଗୋପାଳପୁର, ମୂଳାପାଳ, ଦୁର୍ଗାପୁର, କୁଆଖିଆ ବାଜର, ସତ୍‌ସଙ୍ଗ ବିହାର ଭଳି ସ୍ଥାନରେ ଛୋଟବଡ଼ ବଜାରମାନ ରହିଛି। ରାଜପଥ ଓ ଆପ୍ରୋଚ୍‌ ରାସ୍ତାର ଉଭୟ ପାର୍ଶ୍ୱରେ ରାଜପଥ ନିର୍ମାଣ ଓ ମରାମତି ଦାୟିତ୍ୱରେ ଥିବା କମ୍ପାନୀ ପକ୍ଷରୁ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଏଥିସକାଶେ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଗୁଡ଼ିକୁ ଘରୋଇ ପ୍ରଚାରପତ୍ର ଲଗାଇବାରେ ବ୍ୟବହାର କରାଯାଉଛି। ବିଶେଷକରି ନବବର୍ଷ-୨୦୨୩ ସକାଶେ ବିଭିନ୍ନ ରାଜନୈତିକ ଦଳର ନେତା ସେମାନଙ୍କ ଶୁଭେଚ୍ଛା ବାର୍ତ୍ତା ସମ୍ବଳିତ ବ୍ୟାନର ଏଠାରେ ଲଗାଇଛନ୍ତି। ଅନ୍ୟପକ୍ଷରେ ୨୦ ନଂ. ଜାତୀୟ ରାଜପଥର କୁଆଖିଆ ବଜାର, ସାରଙ୍ଗପୁର, ମୁଗୁପାଳ, ଗୋବିନ୍ଦପୁର, ହରିପୁର ଆଦି ସ୍ଥାନରେ ଏକାଧିକ ବ୍ୟାନର ଓ ହୋଡିଂ ଲଗାଯାଇଥିବା ଦେଖାଯାଉଛି। ଏନେଇ ରାଜପଥ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇ ନ ଥିବା ଜଣାଯାଇଛି। ବିନା ଅନୁମତିରେ ରାଜପଥ ଉପରିସ୍ଥ କୌଣସି ସ୍ଥାନ ଅଥବା ପାର୍ଶ୍ୱସ୍ଥ କୌଣସି ଜମିକୁ ବ୍ୟବହାର ଦଣ୍ଡନୀୟ ଅପରାଧ ବୋଲି କହୁଯାଉଛି। ହେଲେ ବିନା ଅନୁମତିରେ ଲୋକେ କିପରି ଏସବୁକୁ ବ୍ୟବହାର କରୁଛନ୍ତି ତହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରକଳ୍ପ ଅଧିକାରୀ ଜେ.ପି. ବର୍ମାଙ୍କୁ ପଚାରିବାରେ ରାଜପଥ କଡ଼ରେ କୌଣସି ପ୍ରଚାର ପତ୍ର ଲାଗିବା ଏକ ବେଆଇନ କାର୍ଯ୍ୟ। ଏ ଦିଗରେ ସ୍ଥାନୀୟ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହିତ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ଲୋକାଲ ଥାନାକୁ ଚିଠି ଜରିଆରେ ଅବଗତ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ ମତ ରଖଛନ୍ତି। ଏବେ ଦେଖିବାକୁ ଅପେକ୍ଷା କେବେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ

ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍‌ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ

ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍‌…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri