ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ ବେଡା ଶାଳ ନିକଟ ପଡ଼ିଆରେ ଶୁକ୍ରବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଛି। ମୌଜାର ମୋଟ ୪୦ ପଟ୍ଟାଦାରଙ୍କ ମୋଟ ୩୮ଏକର ୬୨୦ ଡିସିମିଲ ଘୋରାଇ ଜମି ଅଧିଗ୍ରହଣ ନେଇ ଲୋକଙ୍କଠାରୁ ଗ୍ରାମ ସଭାରେ ମତାମତ ଗ୍ରହଣ କରାଯାଇଥିଲା।

ଉପସ୍ଥିତ ଗ୍ରାମବାସୀ ସେମାନଙ୍କ ପ୍ରମୁଖ ୩୪ ଦଫା ଦାବି ଗୁଡିକ ମଧ୍ୟରେ ଜାତୀୟ ରାଜପଥ ଠାରୁ ୧ କିମି ପରିଧି ମଧ୍ୟରେ ଥିବା ଜମିର ଏକର ପିଛା ୭୫ କୋଟି ଟଙ୍କା ଓ ଜାତୀୟ ରାଜପଥଠାରୁ ୧ କିମି ଦୂର ଜମି ଏକର ପିଛା ୫୦କୋଟି ଟଙ୍କା ଦାବି ରଖି ଥିଲେ। ଏଥି ସହ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗଙ୍କ ପାଇଁ ଭତ୍ତା ବ୍ୟବସ୍ଥା, ଯୁବତୀଯୁବକଙ୍କୁ କାରଖାନା ପ୍ରତିଷ୍ଠା ପୂର୍ବରୁ ତାଲିମ ପ୍ରଦାନ ଓ ଚାକିରି ଆଦି ସର୍ତ୍ତ ଉପସ୍ଥାପନ କରିଥିଲେ।

ଆୟୋଜିତ ଗ୍ରାମସଭା ସ୍ଥାନୀୟ ସରପଞ୍ଚ ହେମଲତା ନାୟକଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲାପାଳ ତଥା ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ମହାନ୍ତ, ସ୍ଥାନୀୟ ୱାର୍ଡ଼ ମେମ୍ବର,ପାଟଣା ତହସିଲ ଦାର ଅଶିନୀ କୁମାର ନାଏକ, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଇଡକୋ ଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣ କିଶୋର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ୟ ପକ୍ଷରେ କୋଡ ଖମଣ ଗ୍ରାମର ଲୋକମାନେ ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚ ତରଫରୁ ଗାଁ ମୁଣ୍ଡରେ ରେଙ୍ଗାଳବେଡା ଗ୍ରାମସଭାକୁ ବିରୋଧ କରି ନାରାବାଜି କରିଥଲେ। ସମ୍ଭାବ୍ୟ ଗଣ୍ଡଗୋଳକୁ ଆଖି ଆଗରେ ରଖି ସଭାସ୍ଥଳର ବିଭିନ୍ନ ପ୍ରବେଶ ପଥରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଆଇନ ଶୃଙ୍ଖଳା ପାଇଁ ଉପଜିଲାପାଳ ଉମାଶଙ୍କର ଦଳେଇ, ଅତିରିକ୍ତ ଆରକ୍ଷୀଅଧିକ୍ଷକ ସ୍ନେହାଶିଶ ସାହୁ, ଜ୍ୟୋର୍ତିମୟ ଭୁକ୍ତା ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ, ଘଟଗାଁ ଏସଡିପି ଓ ବିଜୟକୃଷ୍ଣ ମହାପାତ୍ର, ସାହାର ପଡ଼ା ବିଡିଓ ରଣଜିତ୍‌ ମହାନ୍ତ, ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ତୁରୁମୁଙ୍ଗା ଥାନା ଅଧିକାରୀ ଦିପ୍ତୀରଞ୍ଜନ ସାହୁ , ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ହେଡ କ୍ୱାଟର ଇନ୍ସପେକ୍ଟର ମାନସ କୁମାର ମହାକୁଳ ପ୍ରମୁଖ ଉପସ୍ଥିତ ରହି ଆଇନ ଶୃଙ୍ଖଳା ତଦାରଖ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

କେବେ ଭାବି ନ ଥିଲି ଏମିତି ଦିନ ଆସିବ: ଭାବବିହ୍ବଳ ହୋଇପଡ଼ିଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?