ଏତଲା ହଜାଇ ଦେଲା ପୋଲିସ

ପଟ୍ଟାମୁଣ୍ଡାଇ,୨।୧୨ (ସ୍ବ.ପ୍ର.): ଟ୍ରାକ୍ଟର ଧକ୍କାରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ପନ୍ତୁରୀ ଗ୍ରାମର ଦମୟନ୍ତୀସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଟ୍ରାକ୍ଟର ଚାଳକଙ୍କ ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ ଏତଲା ହଜାଇ ଦେଇଥିବାରୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିପାରୁ ନ ଥିବା ନେଇ ଅଭିଯୋଗକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏତଲାକାରୀ ତଥା ଦମୟନ୍ତୀଙ୍କ ଦେଢ଼ଶୁର ମହେଶ୍ୱର ସାମଲ କୁହନ୍ତି, ଗତ ୨୬ ତାରିଖରେ ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେହି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଥାନା ଏଏସ୍‌ଆଇ ପବିତ୍ର କୁମାର ବେହେରା ଜଣେ ଟ୍ରାକ୍ଟର ଚାଳକ ଓ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଥାନାକୁ ଆଣିଥିଲେ। ଦମୟନ୍ତୀଙ୍କର ଗୋଡ ଓ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ସେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ତେବେ ଅଭିଯୁକ୍ତଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେ ସମ୍ପର୍କରେ ଜାଣିବା ପାଇଁ ଶନିବାର ଥାନାକୁ ଯିବା ପରେ ଏତଲା ହଜି ଯାଇଥିବା ଏଏସ୍‌ଆଇ ବେହେରା କହିଥିଲେ। ଏଥିସହ ଆଉଥରେ ଏତଲା ଦେଲେ ମାମଲା ରୁଜୁ ହେବ ବୋଲି କହିଥିଲେ। ତେବେ ମହେଶ୍ୱର ଏ ନେଇ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ରଞ୍ଜନ କୁମାର ଦେଙ୍କୁ ଜଣାଇଥିଲେ। ମାତ୍ର କୌଣସି ଫଳ ନ ମିଳିବାରୁ ରବିବାର ମହେଶ୍ୱରଙ୍କ ସହ ପନ୍ତୁରୀ ଗ୍ରାମବାସୀ ଥାନା ଆଗରେ ଠିଆ ହୋଇ ରହିଥିଲେ। ପୋଲିସ କୌଣସି କଥା ନ ଶୁଣିବାରୁ ଏ ନେଇ ଏସ୍‌ପିଙ୍କୁ ଅଭିଯୋଗ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ପୋଲିସର ଏଭଳି ବେପରୁଆ କାର୍ଯ୍ୟ ନେଇ ଜଗବନ୍ଧୁ ପ୍ରଧାନ, ଅଶୋକ କୁମାର ଲେଙ୍କା, ସୁଧୀର ରଞ୍ଜନ ପ୍ରଧାନ, ଖଗେଶ୍ୱର ପାତ୍ର, ମହେଶ୍ୱର ପ୍ରଧାନ, ରତ୍ନାକର ରାଉତ, ଯତିନ୍ଦ୍ର ପ୍ରଧାନ, ଗଣେଶ୍ୱର ଦାସ, କୁନାନନ୍ଦ ପ୍ରଧାନ, ସୁନାକର ବାରିକ, କେଶବ ରାଉତ, ଦୁଷ୍ମନ୍ତ ରାଉତ, ଅଜୟ ପ୍ରଧାନ, ରତିକାନ୍ତ ସିଂହ, ପ୍ରଶାନ୍ତ ପ୍ରଧାନ, କୃପାସିନ୍ଧୁ ପାତ୍ରଙ୍କ ସମେତ ୨୫ଜଣ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ଦେଙ୍କୁ ପଚାରିବାରେ ଦୁର୍ଘଟଣା କେସ୍‌ରେ ଆଉ ଏକ ଏତଲା ଦେଲେ କିଛି ଅସୁବିଧା କି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ରବିବାର ସନ୍ଧ୍ୟାରେ ଏଏସ୍‌ଆଇ ବେହେରା ଏତଲା ମିଳିଥିବା କହି ପନ୍ତୁରୀ ଗ୍ରାମକୁ ତଦନ୍ତ କରିବାକୁ ଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଗଡ଼ା ହେବ ଇକୋ ଟ୍ୟୁରିଜମ: ଶକ୍ତିମନ୍ତ୍ରୀ

କାଳିଆପାଣି,୧୪ା୧୨(ଡି.ଏନ.ଏ.): ବହୁ ଚର୍ଚ୍ଚିତ ନଗଡାକୁ ଇକୋ ଟ୍ୟୁରିଜମ ବା ପରିବେଶ ପର୍ଯ୍ୟଟନଭାବେ ପରିଣତ କରିବାକୁ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଘୋଷଣା କରିଛନ୍ତି। ଶୁକ୍ରବାର ମନ୍ତ୍ରୀ...

ବାପ ପୁଅଙ୍କୁ କାତିରେ ଆକ୍ରମଣ, ଜଣେ ଅଟକ

ବୁଗୁଡ଼ା,୨୩ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମରେ ଶୁକ୍ରବାର ଗୋଟିଏ ପରିବାରର ବାପ ଓ ପୁଅକୁ କାତିରେ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଗଁାର...

ଟିକ୍‌ଟକ୍‌ ଶୁଟିଂ ବେଳେ ଦୁର୍ଘଟଣା : ଭିଣୋଇ ମୃତ, ଶାଳକ ଗୁରୁତର

ବ୍ରହ୍ମପୁର ଅଫିସ,୧୬ା୧-୧୬ନଂ. ଜାତୀୟ ରାଜପଥ ଖଜୁରିଆ ବାଇପାସ ନିକଟରେ ବୁଧବାର ସନ୍ଧ୍ୟାରେ ଟିକ୍‌ଟକ୍‌ ଶୁଟିଂ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ବାଇକ୍‌ରେ ବସି ୨ ଜଣ...

୧୧ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସଦର ବ୍ଲକ ଜେଇ

କେନ୍ଦୁଝର,୧୯ା୬(ସ୍ବ.ପ୍ର.): ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ୟୁନିଟ୍‌ ଶୁକ୍ରବାର ସଦର ବ୍ଲକ ଜେଇ ପ୍ରମୋଦ କୁମାର ପଣ୍ଡାଙ୍କୁ ଟଙ୍କା ସହ ଧରିଛନ୍ତି। କାଉଁରିକଳା ପଞ୍ଚାୟତ...

ବଡ଼ ଭାଇଙ୍କ ମୁଥମାଡ଼ରେ ଚାଲିଗଲା ଜୀବନ

ବଲାଙ୍ଗୀର ଅଫିସ, ୫।୩: ବଡ଼ ଭାଇଙ୍କ ମୁଥମାଡ଼ରେ ସାନ ଭାଇଙ୍କ ମୃତ୍ୟୁ। ଏଭଳିଏକ ଘଟଣା ଘଟିଛି ବଲାଙ୍ଗୀର ସହର ରବିଦାସ ନଗରରେ । ଭାଇଭାଇ ମଧ୍ୟରେ...

ଜାନୁୟାରୀ ୮ରେ ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ହେବ ଧର୍ମଘଟ

ଭବାନୀପାଟଣା,୨୭।୧୨(ଡି.ଏନ୍‌.ଏ.) : କେନ୍ଦ୍ର ସରକାରଙ୍କ ଦରଦାମ୍‌ ବୃଦ୍ଧି ବନ୍ଦ, ଶ୍ରମିକମାନଙ୍କୁ ମାସିକ ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା ପ୍ରଦାନ, ସମାନ କାମକୁ ସମାନ ଦରମା,...

ଶିଳ୍ପ ଲାଗି ଜଳ ବିବାଦ

ଯାଜପୁର ଅଫିସ,୫। ୧୦: କେନ୍ଦ୍ରାପଡ଼ା ଜିଲାରେ ସମ୍ପ୍ରତି ନଦୀଜଳ ବିବାଦ ଉଗ୍ରରୂପ  ପ୍ରଶାସନିକ ଅଧିକାରୀଙ୍କ ଅହେତୁକ କମ୍ପାନୀ ପ୍ରୀତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର,ଅଭିଭାବକ

ଭେଡ଼େନ,୨୫।୧୦(ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ବଡ଼ପିପିଲିପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଶୁକ୍ରବାର ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ...

Advertisement
Archives

Model This Week