ଏଡ୍‌ସ ଚିକିତ୍ସା ଖୋଜିବାର ପରିଣାମ କରୋନା ଭାଇରସ !

ପ୍ୟାରିସ,୧୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଥିବା ବେଳେ ଏହାର ଚିକିତ୍ସା ପାଇଁ ଏବେ ସବୁ ବିକାଶଶୀଳ ଦେଶରେ ଚାଲିଛି ଗବେଷଣା। ଏଚ୍‌ଆଇଭି ବା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ ଉପରେ ଗବେଷଣା କରୁଥିବା ଫ୍ରାନ୍ସର ନୋବେଲେ ପୁରସ୍କାର ପ୍ରାପ୍ତ ପ୍ରଫେସର ଲୁକ ମୋଣ୍ଟାଗ୍ନିୟର କହିଛନ୍ତି, କରୋନା ଭାଇରସ ହେଉଛି ଏଡ୍‌ସର ଚିକିତ୍ସା କରିବା ପାଇଁ ବିକଶିତ କରାଯାଉଥିବା ଭ୍ୟାକସିନର ପରିଣାମ। ଫ୍ରାନ୍ସର ଏକ ସମାଚାର ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍‌କାରରେ ଲୁକ କହିଛନ୍ତି, ନୂଆ ଭାଇରସର ଜିନୋମରେ ଥିବା ଏଚ୍‌ଆଇଭି ଏମିତିକି ମ୍ୟାଲେରିଆ କିଟାଣୁଙ୍କ ଉପସ୍ଥିତି କରୋନା ଭାଇରସକୁ ସୂଚିତ କରୁଛି। ତେବେ କରୋନା ଭାଇରସ ପ୍ରାକୃତିକ ଉପାୟରେ ଉତ୍ପନ ହୋଇ ନ ପାରେ ବୋଲି ସେ ମତ ରଖିଛନ୍ତି। ଶୁଣିବାକୁ ମିଳୁଛି କି କରୋନା ଭାଇରସ ‘ଗବେଷଣାଗାରର ଦୁର୍ଘଟଣା’। ଯାହା ଚାଇନାର ଉହାନରେ ଥିବା ନ୍ୟାଶନାଲ ବାୟୋସେପ୍ଟି ଲ୍ୟାବରେ କରାଯାଇଥିଲା। ତେବେ କରୋନା ଭାଇରସକୁ ନେଇ ଉହାନ ଲ୍ୟାବରେ ୨୦୦୦ ମସିହାରେ ଗବେଷଣା କରାଯାଇଥିଲା ଆଉ ପ୍ରଫେସର ଲୁକ ମଧ୍ୟ ଏଥିରେ ଗବେଷକଭାବେ କାମ କରିଛନ୍ତି। ସେତେବେଳେ ସେ ଏହି ଭାଇରସକୁ ମାରିବାକୁ ଓ୍ବେବ ଥେରାପିର ପରାମର୍ଶ ଦେଇଥିଲେ। ହେଲେ ଏହାକୁ କେହି ଗ୍ରହଣ କରି ନ ଥିଲେ ବରଂ ତାଙ୍କୁ ଅଟ୍ଟହାସ୍ୟ କରିଥିଲେ ବୋଲି ସେ କହିଛନ୍ତି। ଏହାକୁ ନେଇ ପ୍ୟାରିସର ଜଣେ ବାୟୋଲେଜିଷ୍ଟ ଇଟିୟନ ସାଇମନ କହିଛନ୍ତି ପ୍ରଫେସର ଲୁକଙ୍କ କଥାରେ କୌଣସି ସତ୍ୟତା ନାହିଁ। ଏମିତିକି ଜେନେଟିକ ସିକ୍ୱୁଏନ୍ସ ଅନ୍ୟ କରୋନା ଭାଇରସରେ ମଧ୍ୟ ମିଳିଥାଏ। ଇଟିୟନ କହିଛନ୍ତି ଯଦି ଆମେ ଗୋଟିଏ ବହିରୁ ଗୋଟିଏ ଶବ୍ଦ ନେଉଛେ ଓ ଏହି ଶବ୍ଦଟି ଅନ ଏକ ବହିରେ ରହିଛି। ତାହାର ଅର୍ଥ ନୁହେଁ ଯେ ସମ୍ପୂର୍ଣ୍ଣ ବହିଟିକୁ କପି କରାଯାଇଛି। ତେବେ ଲୁକଙ୍କ ଓ୍ବେବ ଥେରାପିକୁ ନେଇ ଇଟିୟନ କହିଛନ୍ତି କରୋନା ଭାଇରସକୁ ପ୍ରକୃତି ଆପଣାଛାଏଁ ନଷ୍ଟ କରି ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri