ଏଡିଜେଙ୍କ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ/ ପାଟଣାଗଡ଼, ୭ା୩ (ଡି.ଏନ.ଏ.): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ଶୁକ୍ରବାର ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ଚାର୍ଜଫ୍ରେମ ପାଇଁ ହାଜର କରାଯାଇଥିଲା। ତେବେ ପୁଞ୍ଜିଲାଲଙ୍କ ଆଡଭୋକେଟ୍‌ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଆବଶ୍ୟକୀୟ କାଗଜପତ୍ର ମାଗିଥିଲେ। ଏହି ତଥ୍ୟ ମିଳି ନ ଥିବାରୁ ପାଟଣାଗଡ଼ ଏଡିଜେ ଚାର୍ଜଫ୍ରେମ ପ୍ରକ୍ରିୟାକୁ ଆସନ୍ତା ୨୬ ତାରିଖକୁ ଘୁଞ୍ଚାଇ ଦେଇଥିବା ଜଣାପଡିଛି। ଏନେଇ ପୁଞ୍ଜିଲାଲଙ୍କ ଆଡଭୋକେଟ ଶ୍ରୀମତ୍‌ ପାଣିଗ୍ରାହୀଙ୍କୁ ପଚାରିବାରୁ ଶୁକ୍ରବାର ପୁଞ୍ଜିଲାଲଙ୍କ ବିରୋଧରେ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଚାର୍ଜଫ୍ରେମ ହେବାର ଥିଲା। ତାଙ୍କ ବିରୋଧରେ ରହିଥିବା ଅଭିଯୋଗ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗିଥିଲୁ। ତେବେ ତଥ୍ୟ ଯୋଗାଇ ଦିଆଯାଇ ନ ଥିବାରୁ ଚାର୍ଜଫ୍ରେମ ପ୍ରକ୍ରିୟାକୁ ଏଡିଜେ ଆସନ୍ତା ୨୬ ମାର୍ଚ୍ଚକୁ ଘୁଞ୍ଚାଇ ଦେଇଥିବା ସେ କହିଛନ୍ତି।
୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ ବ୍ରହ୍ମପୁରା ଛକ ନିକଟ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ଅଧ୍ୟାପକ ସାହୁଙ୍କ ଏକମାତ୍ର ନବବିବାହିତ ପୁଅ ସୌମ୍ୟଶେଖର ସାହୁ(୨୬) ଓ ପିଉସୀ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା।
ସୌମ୍ୟଶେଖରଙ୍କ ନବବିବାହିତ ସ୍ତ୍ରୀ ରିମାରାଣୀ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସାରେ ରହିଥିଲେ। ପାର୍ସଲ ବୋମା ବିସ୍ଫୋରଣ ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ଟିମ୍‌ ଭଇଁଷା କଲେଜର ଇଂଲିଶ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା। ପୁଞ୍ଜିଲାଲ ବର୍ତ୍ତମାନ ବଲାଙ୍ଗୀର ଜିଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ମୃତ ସୌମ୍ୟଶେଖରଙ୍କ ବାପା ଅଧ୍ୟାପକ ସାହୁ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଦୁଇବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏଯାଏ କୋର୍ଟରେ ଅଭିଯୁକ୍ତଙ୍କ ବିଚାର ପ୍ରକ୍ରିୟା ଆରମ୍ଭ ହୋଇପାରି ନ ଥିବାରୁ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଆଇନ ବ୍ୟବସ୍ଥା ଉପରେ ଭରସା ରହିଛି ଓ ତାଙ୍କ ପରିବାର ନ୍ୟାୟ ପାଇବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶକୁ ନେଇ ICC ନେଲା ବଡ଼ ନିଷ୍ପତ୍ତି: କ୍ରିକେଟ୍‌ ଜଗତରେ ଖେଳିଗଲା…

ନୂଆଦିଲ୍ଲୀ,୧୦।୨: ଭାରତରେ T20 ବିଶ୍ୱକପ ମ୍ୟାଚ ଖେଳିବାକୁ ମନା କରିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ଉପରେ କୌଣସି ଦଣ୍ଡ ଲାଗୁ କରାଯିବ ନାହିଁ। ICC ଘୋଷଣା…

ହାତୀ ପାଇଁ ବିକଳ୍ପ ଚାଷ କରାଯାଉ: ଘୋଡା ନାଚ ମାଧ୍ୟମରେ ହାତୀ ସୁରକ୍ଷା ସଚେତନତା

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ, ଟାଟା ପାୱାର ଏବଂ ସ୍ନେହା ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଚାଲିଥିବା ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…

କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର…

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

ଅଷ୍ଟ୍ରେଲିଆରେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ବିରୋଧ, ହେଲେ କାହିଁକି ହେଲା ପ୍ରଦର୍ଶନ? ଜାଣନ୍ତୁ…

ସିଡନୀ,୧୦।୨: ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ ହର୍ଜୋଗ ଅଷ୍ଟ୍ରେଲିଆ ଗସ୍ତରେ ଆସୁଛନ୍ତି। ସେ ସୋମବାର ଚାରି ଦିନିଆ ଗସ୍ତ ପାଇଁ ସିଡନୀରେ ପହଞ୍ଚିଥିଲେ। ଗତ ଡିସେମ୍ବରରେ ବଣ୍ଡି ବିଚ…

ICCର ବଡ଼ ଘୋଷଣା: ଏହି ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧୦।୨: ଆଇସିସି ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ଐତିହାସିକ ବିଜୟର ନାୟକ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ମା’ବାପାଙ୍କ ଗାଳିକୁ ସହିପାରିଲେନି, ଏକାଥରେ ବିଷ ପିଇ ୪ ନାବାଳିକାଙ୍କ ଆତ୍ମହତ୍ୟା

ଔରଙ୍ଗାବାଦ,୧୦।୨: ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ । ସେମାନଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri