Posted inଫୁରସତ

ଏଠି ସବୁ ସମୟରେ ମାରିଥାଏ ବିଜୁଳି, କାରଣ ଖୋଜି ପାଉନାହାନ୍ତି ବୈଜ୍ଞାନିକ

ଆଜିର ସମୟରେ ବିଜ୍ଞାନର ବହୁ ଅଗ୍ରଗତି ହୋଇଛି ସତ କିନ୍ତୁ ବିଶ୍ୱରେ ଏମିତି କିଛି ରହସ୍ୟମୟ ଘଟଣା ରହିଛି, ଯାହାର କାରଣ ବୈଜ୍ଞାନିକମାନେ ମଧ୍ୟ ଖୋଜି ପାଉନାହାନ୍ତି। ସେହିପରି ଦକ୍ଷିଣ ଆମେରିକା ଭେନିଜୁଏଲାର ଏକ ଝରଣା ଉପରେ ସବୁ ସମୟରେ ବିଜୁଳି ମାରୁଛି ମାତ୍ର ଆଜିପର୍ଯ୍ୟନ୍ତ ଏହାର ପ୍ରକୃତ କାରଣ ବୈଜ୍ଞାନିକମାନେ ମଧ୍ୟ ପାଇ ପାରୁନାହାନ୍ତି। ସାଧାରଣତଃ ଆକାଶରେ ଗୋଟିଏ ସ୍ଥାନରେ ବିଜୁଳି ଗୋଟିଏ ଥରରୁ ଅଧିକ ମାରି ନ ଥାଏ ବୋଲି ସମସ୍ତେ ଜାଣିଛନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଭେନିଜୁଏଲାରେ ୧ ଘଣ୍ଟାରେ ହଜାରେ ଥର ବିଜୁଳି ମାରିଥାଏ। ସାରା ବିଶ୍ୱକୁ ଚକିତ କରିଦେଲା ପରି ଏହି ଘଟଣା। ଏହି ରହସ୍ୟକୁ ‘ବିକ୍‌ନୀ ଅଫ୍‌ ମୈରାକାଇବୋ’ କୁହାଯାଏ। ଆଉ କିଛି ନାମରେ ମଧ୍ୟ ଏହି ସ୍ଥାନ ଜଣାଶୁଣା। ଯେପରିକି, କାଟାଟୁମ୍ବୋ ଲାଇଟିନିଙ୍ଗ୍‌, ଇଭର ଲାଷ୍ଟିଂ ଷ୍ଟର୍ମ, ଡ୍ରୈମେଟିକ୍‌ ରୋଲ୍‌ ଅଫ୍‌ ଥଣ୍ଡର ଇତ୍ୟାଦି।


ଏକ ରିପୋର୍ଟ ଅନୁଯାୟୀ, ଭେନିଜୁଏଲାର କାଟାଟୁମ୍ବୋ ନଦୀ ଯେଉଁ ସ୍ଥାନରେ ରହିଛି ସେଠାରେ ମୈରାକାଇବୋ ଝରଣା ରହିଛି। ଏଠାରେ ବର୍ଷକୁ ୨୬୦ ଦିନ ଝଡ଼ତୋଫାନ ହୋଇଥାଏ। ମୈରାକାଇବୋ ବିଶ୍ୱରେ ସବୁଠୁ ଅଧିକ ବିଜୁଳି ମାରୁଥିବା ସ୍ଥାନ ଭାବରେ ଗିନିଜ୍‌ ରେକର୍ଡ ରହିଛି। ଶୀତଋୁତରେ ଏଠାରେ ଟିକେ କମ୍‌ ବିଜୁଳି ମାରୁଥିବାବେଳେ ବର୍ଷାଦିନେ ସବୁଠୁ ଅଧିକ ମାରିଥାଏ। ଏପରିକି ପ୍ରତି ମିନିଟ୍‌ରେ ୨୮ ଥର ବିଜୁଳି ମାରିଥାଏ। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ବିଜୁଳି ମାରିବା ପ୍ରାୟ ୪୦୦ କିଲୋମିଟର ପର୍ଯ୍ୟନ୍ତ ଦେଖାଯାଇଥାଏ। ଲୋକେ କୁହନ୍ତି, ଆକାଶରେ ରଙ୍ଗୀନ ଆଲୋକମାଳା ଝଲସୁଥିବା ପରି ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୁପ୍‌ଚୁପ୍‌ରେ ମୁଦି ରଖି ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ; ଆଉ ତା’ ପରେ..

ନୂଆଦିଲ୍ଲୀ: ସାଥୀଙ୍କୁ ନିଜର ମନ କଥା କହିବା ଏବଂ ପରେ ବିବାହ ପାଇଁ ପ୍ରପୋଜ କରିବାର ଭିନ୍ନ ଭିନ୍ନ ଉପାୟ ଆପଣ ଦେଖିଥାଇପାରନ୍ତି। କିଏ ଫୁଲତୋଡ଼ା...

ଭୟ ମଧ୍ୟରେ ଏମିତି ବନ୍ଧୁତ୍ୱ: ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଖାଦ୍ୟ ଛାଡ଼ି ଦିନକୁ କେବଳ ୫ ଥର ବିୟର ପିଇଲେ ଏହି ବ୍ୟକ୍ତି, ଆଉ ତା’ ପରେ…

ଆମେରିକାର ଜଣେ ବ୍ୟକ୍ତି ଖାଦ୍ୟ ଛାଡ଼ି କେବଳ ଉପବାସ କରି ବିୟର ପିଇ ବଞ୍ଚିଛନ୍ତି। ଖାଲି ଏତିକି ନୁହେଁ, ସେ ତାଙ୍କର ୧୮ କେଜି ଓଜନ...

୧ କିଲୋ ଜିଆ ଖତରୁ ୨ କୋଟିର ମାଲିକ

ମିରଟ,୨୭।୨: ଦୃଢ଼ ମନୋବଳ ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ମିରଟରେ ବାସ କରୁଥିବା ଅମିତ ତ୍ୟାଗୀ। ଏମ୍‌ବିଏ...

୫ ବର୍ଷର ଦିବ୍ୟାଙ୍ଗ ୧୦ କିମି ଚାଲି କରୋନା ପାଇଁ ଯୋଗାଡ କଲେ ୯ କୋଟି

କରୋନା ସହାୟତା ପାଇଁ ଲୋକେ ଟଙ୍କା ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ କିଏ ଛାତ ଉପରେ ମାରାଥନ୍‌ କରୁଛନ୍ତି ତ କିଏ ସାଇକେଲିଂ ଆଉ କିଏ...

ବଜାରରେ ମିଳୁଛି ଲାଲୁ,ସଲମାନ ଛେଳି: ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର,୨୦।୭: ରାଜସ୍ଥାନର ଝାଲାୱାର ଜିଲାରେ ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ୍‌କୁ ନେଇ ବଜାର ସରଗରମ ରହିଛି। ଇଦ ଅବସରରେ ଛେଳି ବଜାରରେ ଭିଡ ଜମିଛି। ବିକ୍ରି...

ଲକ୍‌ଡାଉନରେ ନିଆରା ବିବାହ: ବର୍ଡରରେ ପୋଲିସ କଲେ କନ୍ୟାଦାନ

କାଶୀପୁର,୨୭।୪: କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି। ଏଥିପାଇଁ କେତେକଙ୍କ ବିବାହ...

ଲେଖିକା-ନାୟିକା -ନିର୍ଦ୍ଦେଶିକା ଭାସ୍ବତୀ ବସୁ

ମୁହୂର୍ତ୍ତରେ ଜିଅନ୍ତି, କବିତା ତାଙ୍କ କଥା କୁହେ। ହେଲେ ସେ କିନ୍ତୁ ଅଭିନୟ ପ୍ରେମରେ। ଜୀବନକୁ ନିଜ ଭାବରେ ମନଭରି ଜିଇବାରେ ବିଶ୍ୱାସ ରଖୁଥିବା ଏହି...

Advertisement
Archives

Model This Week